Woman can not cross the road as she could turn into human statue
ଏ ଦୁନିଆ ବିଚିତ୍ର ଆଉ ଏଠି ବିଭିନ୍ନ ପ୍ରକାରର ଲୋକ ଦେଖିବାକୁ ମିଳନ୍ତି। ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ କାହାକୁ ବି ଭୟ କରୁ ନଥିବା ବେଳେ ଆଉ କିଛି ଲୋକ ଛୋଟ ଛୋଟ ଜିନିଷକୁ ଭୟ କରନ୍ତି। ସାଧାରଣ ଲୋକଙ୍କୁ ଏ କଥା ଆଶ୍ଚର୍ଯ୍ୟ କରିଦିଏ।
ଏ ଦୁନିଆରେ ଏମିତି ଜଣେ ମହିଳାଙ୍କ ଯିଏ ରାସ୍ତା ପାର ହେବାକୁ ବି ଡରୁଛନ୍ତି। ପରିସ୍ଥିତି ଏପରି ଯେ ମହିଳା ଜଣଙ୍କ ଡରନ୍ତି ଯେ ସେ ଯଦି ରାସ୍ତା ପାର ହେବେ ତେବେ ସେ ପଥରରେ ପରିଣତ ହୋଇଯିବେ।
କାନାଡାରେ ରହୁଥିବା ଗାୟିଲା ସେଲିନ୍ ଡିୟୋନ୍ଙ୍କ କ୍ଷେତ୍ରରେ ଏକ ଅଦ୍ଭୁତ ସିଣ୍ଡ୍ରୋମ ଅଛି, ଯେଉଁଥିପାଇଁ ସେ କେବେବି ରାସ୍ତା ପାର ହୋଇ ପାରନ୍ତି ନାହିଁ। ସେ ଡରନ୍ତି ଯେ ସେ ରାସ୍ତରେ ଗଳିପଡିବେ, କାରଣ ତାଙ୍କ ମାଂସପେଶୀ ଜାମ୍ ହୋଇ ପଥରରେ ପରିଣତ ହୋଇଯାଏ। ସେଲିନ୍ ନିଜେ ତାଙ୍କ ପ୍ରଶଂସକମାନଙ୍କୁ ତାଙ୍କର ଏହି ‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ୍’ ବିଷୟରେ କହିଛନ୍ତି, ଯାହା ୧୦ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ ସହିତ ହୋଇଥାଏ।
ଅଧିକ ପଢ଼ନ୍ତୁ: କଳାକାର ଆଉଟ୍ଡୋର୍ ଜିମ୍କୁ କରିଦେଲେ “ଅବତାର ପାର୍କ”
ଏକ ରିପୋର୍ଟ ଅନୁଯାୟୀ, ସେଲିନ୍ଙ୍କ ପରି କରିନା ନାମକ ଆଉ ଜଣେ ମହିଳା ମଧ୍ୟ ନିଜ ଶରୀରର ନିୟନ୍ତ୍ରଣ ହରାଇ ପ୍ରାୟ ଏକ ପଥରରେ ପରିଣତ ହୋଇଯାଆନ୍ତି। ଟେଷ୍ଟ୍ କରିବା ପରେ ନ୍ୟୁରୋଲୋଜିଷ୍ଟ୍ କେରନଙ୍କୁ କହିଥିଲେ ଯେ ତାଙ୍କ ମସ୍ତିଷ୍କ କିପରି ମାଂସପେଶୀ ଉପରେ ନିୟନ୍ତ୍ରଣ ହରାଇ ତାଙ୍କୁ ପଥରରେ ପରିଣତ କରିଦେଉଛି ।
କେରନଙ୍କ ପାଇଁ ମଧ୍ୟ ସେଲିନ୍ ଡିୟୋନ୍ ପରି ରାସ୍ତା ପାର ହେବା ମନା। ତାଙ୍କ ପାଇଁ ଜୋତା ମୋଜା ପିନ୍ଧିବା ଏବଂ ବେଳେବେଳେ ରୋଷେଇ କରିବା ମଧ୍ୟ କଷ୍ଟକର ହୋଇପଡେ। ତା’ର ଦୈନନ୍ଦିନ ଜୀବନ ମଧ୍ୟ ସହଜ ନୁହେଁ, କାରଣ ଅନେକ ଥର ସେ ବସିଥିବା ସମୟରେ ପଥର ହୋଇଯାଆନ୍ତି ଏବଂ ଉଠି ପାରନ୍ତି ନାହିଁ।
‘ଷ୍ଟିଫ୍ ପର୍ସନ୍ ସିଣ୍ଡ୍ରୋମ’ରେ, ଯଦି କେହି ଡେଇଁବାକୁ ଚେଷ୍ଟା କରନ୍ତି ତେବେ ସେ ତଳେ ପଡ଼ିଯିବେ କିମ୍ବା ତାଙ୍କ ଶରୀର ଏବଂ ମାଂସପେଶୀ ସଂପୂର୍ଣ୍ଣ ଜାମ ହୋଇଯିବ।
କେରନ ୧୨ ବର୍ଷ ହେବ ଏହି ସମସ୍ୟାରେ ପିଡୀତ। ପିଠି ଯନ୍ତ୍ରଣାରୁ ତାଙ୍କର ଏହି ସମସ୍ୟା ଆରମ୍ଭ ହୋଇଥିଲା। ତା’ପରେ ଧୀରେ ଧୀରେ ସେ ରୋବୋଟିକ୍ ଅନୁଭବ କରିବାକୁ ଲାଗିଲେ। ୫ ବର୍ଷ ପୂର୍ବେ ସେ ତାଙ୍କର ଏହି ସିଣ୍ଡ୍ରୋମ ବିଷୟରେ ଜାଣିବାକୁ ପାଇଥିଲେ ଓ ୩ ବର୍ଷ ପୂର୍ବେ ତାଙ୍କ ଘର ବଦଳାଇବା ସମୟରେ ସେ ଅନୁଭବ କରିଥିଲେ ଯେ ତାଙ୍କ ଶରୀର ପଥର ପରି ଜାମ ହୋଇଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671544404.jpg)