Advertisment

୯ ହଜାର ଟଙ୍କା ଦେଇ ମହିଳା କିଣିଲେ ଗୋଟିଏ ପେନ୍ଥା ଅଙ୍ଗୁର; ହେଲେ ଖାଇଲେନି କାହିଁକି…

ଦୁବାଇରେ ରହୁଥିବା ଜଣେ ମହିଳା ଗୋଟିଏ ପେନ୍ଥା ଅଙ୍ଗୁରରେ ହଜାରେ କି ଦୁଇ ହଜାର ନୁହେଁ ସେ ୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ତେବେ ସେ କାହିଁକି ଏତେ ଟଙ୍କା ଦେଇ ଏହି ଅଙ୍ଗୁର କିଣିଛନ୍ତି? ମହିଳା ଏହା ପଛର କାରଣ ମଧ୍ୟ କହିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

ଅଦ୍ୟତନ ହୋଇଛି
woman bought 100 grams grapes for rs 9000

woman bought 100 grams grapes for rs 9000 but she not eat

Advertisment

ପ୍ରାୟତଃ ଲୋକମାନେ ଖାଦ୍ୟ ଜିନିଷରୁ ଆରମ୍ଭ କରି ପୋଷାକ ପର୍ଯ୍ୟନ୍ତ କିଛି କିଣିବା ପୂର୍ବରୁ ଦୋକାନୀଙ୍କ ସହ ଭଲଭାବେ ମୂଲଚାଲ କରିଥାନ୍ତି। ଜିନିଷ ଛୋଟ ହେଉ କି ବଡ ହେଉ, ସମସ୍ତେ ଏକ ଲାଭଜନକ କାରବାର କରିବାକୁ ଚାହାଁନ୍ତି। ତେଣୁ ସେମାନେ ଶସ୍ତା ଜିନିଷ କିଣନ୍ତି। ଏହାରି ଭିତରେ କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ଶସ୍ତା ଅପେକ୍ଷା ମହଙ୍ଗା ଜିନିଷ କିଣିବାକୁ ପସନ୍ଦ କରନ୍ତି। ସମ୍ପ୍ରତି ଏଭଳି ଜଣେ ମହିଳା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Advertisment

ଦୁବାଇରେ ରହୁଥିବା ଜଣେ ମହିଳା ଗୋଟିଏ ପେନ୍ଥା ଅଙ୍ଗୁରରେ ହଜାରେ କି ଦୁଇ ହଜାର ନୁହେଁ ସେ ୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ମହିଳା ଜଣଙ୍କ କହିଛନ୍ତି ଯେ ସେ ଏହାକୁ ଖାଇବାକୁ ଚାହୁଁନାହାଁନ୍ତି। ତେବେ ସେ କାହିଁକି ଏତେ ଟଙ୍କା ଦେଇ ଏହି ଅଙ୍ଗୁର କିଣିଛନ୍ତି? ମହିଳା ଏହା ପଛର କାରଣ ମଧ୍ୟ କହିଛନ୍ତି, ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

ସାଧାରଣ ଅଙ୍ଗୁର କିଲୋ ୧୦୦ରୁ ୨୦୦ ଟଙ୍କାରେ ମିଳେ, ଏହା ସମସ୍ତେ ଜାଣନ୍ତି। ଆପଣ ହୁଏତ ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର ବିଷୟରେ ଜାଣ ନ ଥିବେ? ବିଶ୍ୱର ସବୁଠାରୁ ଦାମୀ ଅଙ୍ଗୁର ଜାପାନରେ ଉତ୍ପାଦିତ ହୁଏ, ଯାହାକୁ ‘ରୁବି ରୋମାନ୍ ଅଙ୍ଗୁର’ କୁହାଯାଏ।

Advertisment

ପ୍ରକାଶଥାଉ ଯେ ୨୦୨୨ରେ ମସିହାରେ ଏହି ଅଙ୍ଗୁରର ଗୋଟିଏ ପେନ୍ଥା ୯.୭୬ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ନିକଟରେ ଦୁବାଇର ଜଣେ ମହିଳା ୯୨ ପାଉଣ୍ଡ ବା ପ୍ରାୟ ୯ ହଜାର ଟଙ୍କା ଦେଇ ଗୋଟିଏ ପେନ୍ଥା ଅଙ୍ଗୁର କିଣିଛନ୍ତି। ସେ କିନ୍ତୁ ଏହାକୁ ଖାଇ ନାହାନ୍ତି। ଏହା ପଛର କାରଣ ଜାଣିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହେଉଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ଦୁବାଇରେ ରହୁଥିବା ଏହି ଧନୀ ମହିଳା ହେଲେ ଦଲିଲା ଲାରିବି। ସେ କିଣିଥିବା ଏହି ଅଙ୍ଗୁର କାରଣରୁ ଆଜିକାଲି ସୋସିଆଲ ମିଡିଆରେ ଖୁବ ଲୋକପ୍ରିୟ। ସେ ତାଙ୍କ ଟିକ୍‌ଟକ୍ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ଏକ ଅଙ୍ଗୁର ପେନ୍ଥା ସହ ଦେଖିବାକୁ ମିଳେ।

Advertisment

ଭିଡିଓରେ, ମହିଳା ଜଣକ କହୁଛନ୍ତି ଯେ, “ମୁଁ ଦୁବାଇର ସବୁଠାରୁ ଦାମୀ ପେଣ୍ଟହାଉସ୍ କିଣି ପାରିଲି ନାହିଁ, ତେଣୁ ମୁଁ ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର କିଣିବାକୁ ସ୍ଥିର କଲି। ମୁଁ ଏହାକୁ ଖାଇପାରିବି ନାହିଁ ଏବଂ ମୁଁ ଏହାକୁ କ’ଣ କରିବି ତାହା ବି ଜାଣି ନାହିଁ।”

ଏହା ପରେ ଏହି ମହିଳା ଅନ୍ୟ ଏକ ଭିଡିଓ ଶେୟାର କରି କହିଛନ୍ତି ଯେ “ମୁଁ ମୋର ଫଲୋର୍ସମାନଙ୍କୁ କହିବା ପାଇଁ ଏହି ଅଙ୍ଗୁର ମଧ୍ୟରୁ ଗୋଟିଏ ଖାଇଛି। ମୁଁ ଏହା ଜାଣିବାକୁ ଚାହୁଁଥିଲି କି ଏହି ଅଙ୍ଗୁରଗୁଡ଼ିକ ପ୍ରକୃତରେ ଏତେ ଟଙ୍କା କାହିଁକି। ମୁଁ ଏହି ଅଙ୍ଗୁରରୁ ଏକ ଅଦ୍ଭୁତ ବାସ୍ନା ଅନୁଭବ କରିପାରିଲି। ଏହାକୁ ଅଧା କାଟିବା ପରେ ଭାବୁଥିଲି ମୁଁ ଏହାକୁ ପୂରା ଖାଇବି କି ନାହିଁ, କିନ୍ତୁ ମୋତେ ବିଶ୍ୱାସ କର, ଏହାର ସ୍ୱାଦ ଅତୁଳନୀୟ।”

Ajab Gajab Ajab Gajab News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ