Advertisment

୮ ସପ୍ତାହରେ ପୁଣି ଗର୍ଭବତୀ ହେଲେ ମହିଳା

ମା’ ହେବା ଏକ ନିଆରା ସ୍ପନ୍ଦନ। କିନ୍ତୁ ଅଜବ କଥା ଏହା ଯେ ଜଣେ ମହିଳାଙ୍କ ପାଇଁ ଏହି ସୁଖ ମାତ୍ର କିଛି ସପ୍ତାହ ଭିତରେ ଦୁଇ ଥର ମିଳିଛି। ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହେବାର ମାତ୍ର କିଛି ସପ୍ତାହ ପରେ ମହିଳା ଜଣଙ୍କ ଆଉଥରେ ଗର୍ଭବତୀ ହୋଇଥିଲେ।

ଅଦ୍ୟତନ ହୋଇଛି
Woman become pregnant again after 8 weeks

Woman become pregnant again after 8 weeks

Advertisment

ପିତାମାତା ହେବାର ସୁଖ ବହୁତ ନିଆରା ହୋଇଥାଏ। ଯେତେବେଳେ ଜଣେ ମା’ ନିଜ ପିଲାକୁ ପ୍ରଥମ ଥର ଛାତିରେ ଲଗାଏ ଏବଂ ଯେତେବେଳେ ଜଣେ ପିତା ନିଜ ପିଲାକୁ ପ୍ରଥମ ଥର ପାଇଁ ନିଜ ବାହୁରେ ଉଠାଏ, ସେହି ମୁହୂର୍ତ୍ତଟି ସେମାନଙ୍କ ଜୀବନର ସବୁଠାରୁ ବିଶେଷ ମୁହୂର୍ତ୍ତ ହୋଇଯାଏ। କିନ୍ତୁ ଅଜବ କଥା ଏହା ଯେ ଜଣେ ମହିଳାଙ୍କ ପାଇଁ ଏହି ସୁଖ ମାତ୍ର ୮ ମାସ ଭିତରେ ଦୁଇ ଥର ମିଳିଛି। ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହେବାର ମାତ୍ର କିଛି ସପ୍ତାହ ପରେ ମହିଳା ଜଣଙ୍କ ଆଉଥରେ ଗର୍ଭବତୀ ହୋଇଥିଲେ।

Advertisment

ଇଂଲଣ୍ଡର ବର୍ମିଂହାମରେ ରହୁଥିବା ୨୭ ବର୍ଷୀୟ ଲୁସି କହିଛନ୍ତି ଯେ ତାଙ୍କର ଦୁଇଟି ଝିଅ ଅଛନ୍ତି ଏବଂ ଉଭୟଙ୍କ ବୟସରେ ମାତ୍ର ୮ ମାସର ପାର୍ଥକ୍ୟ ଅଛି।

ଲୁସି କହିଛନ୍ତି ଯେ ତାଙ୍କର ପ୍ରଥମ ଝିଅ ଫେଲିସିଟି ୨୦୨୦ ସେପ୍ଟେମ୍ବରରେ ଜନ୍ମଗ୍ରହଣ କରିଥିଲା। ପିଲା ଜନ୍ମ ହେବାର ୮ ସପ୍ତାହ ପରେ ପ୍ରଥମ ଥର ପାଇଁ ଏହି ଦମ୍ପତି ସମ୍ବନ୍ଧ ସ୍ଥାପନ କରିଥିଲେ। ସେତେବେଳେ ସେମାନେ ଭାବିଲେ ଯେ ଯେହେତୁ ଲୁସି ତାଙ୍କର ପ୍ରଥମ ସନ୍ତାନକୁ ସ୍ତନ୍ୟପାନ କରାଉଛନ୍ତି ତେବେ ସେ ପୁନର୍ବାର ଗର୍ଭବତୀ ହୋଇପାରିବେ ନାହିଁ। କିନ୍ତୁ ଯେତେବେଳେ ତାଙ୍କର ଋତୁସ୍ରାବରେ ବିଳମ୍ବ ହେଲା ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ସେ ତାଙ୍କର ଗର୍ଭବତୀକୁ ନେଇ ପରୀକ୍ଷା କଲେ। ଏହା ଦର୍ଶାଇଲା ଯେ ସେ ପୁଣି ଥରେ ଗର୍ଭବତୀ ହୋଇଛନ୍ତି।

Advertisment

ଲୁସି କହିଛନ୍ତି ଯେ ଏତେ ଜଲ୍‌ଦି ଦ୍ୱିତୀୟ ଥର ଗର୍ଭବତୀ ହେବାରୁ ତାଙ୍କ ଦ୍ୱିତୀୟ ସନ୍ତାନ ଅପରିପକ୍ୱ ଥିଲା। ଏହି କାରଣରୁ, ପ୍ରଥମ ଝିଅର ଜନ୍ମର ଠିକ ୮ ମାସ ପରେ ସେ ଜନ୍ମ ହୋଇଥିଲା। ଦ୍ୱିତୀୟ ସନ୍ତାନର ପ୍ରସବ ସମୟରେ ସେ କରୋନା ସଂକ୍ରମିତ ହୋଇଥିଲେ ଏବଂ ଅପରେସନ୍ ହେବାର ମାତ୍ର ୨୮ ସପ୍ତାହ ମଧ୍ୟରେ ତାଙ୍କୁ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେବାକୁ ପଡିଲା। ବର୍ତ୍ତମାନ ସେମାନଙ୍କ ପକ୍ଷେ ଦୁଇ ପିଲାଙ୍କୁ ଏକାଠି ପାଳନା କରିବା ନେଇ ଏତେ କଷ୍ଟକର ହୋଇପଡିଛି ଯେ ସେମାନେ ବହୁତ ହଇରାଣ ହେଉଥିବା କୁହନ୍ତି।

ସେ କହିଛନ୍ତି ଯେ ତାଙ୍କୁ ଗୋଟିଏ ମାସରେ ୩୦୬ରୁ ଅଧିକ ଡାଏପର କିଣିବାକୁ ପଡୁଛି। ଏହାଛଡା ଝିଅମାନଙ୍କର ଯତ୍ନ ନେବା କାରଣରୁ ତାଙ୍କୁ ରାତିରେ ମାତ୍ର ଗୋଟିଏ ଘଣ୍ଟା ଶୋଇବାକୁ ପଡୁଛି। ଏନେଇ ତାଙ୍କ ଶରୀରରେ ଯନ୍ତ୍ରଣା ହେଉଛି ଏବଂ ଏହାର ଆକାର ମଧ୍ୟ ବଢି ବଢି ଚାଲିଛି। ଏହାକୁ ଦେଖି ସେ ବହୁତ ଦୁଃଖରେ ଥିବା କହିଛନ୍ତି।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ