Advertisment

ପିଲା କିଣିବାକୁ ସୁପର୍‌ମାର୍କେଟ୍ ଗଲେ ମହିଳା; ମା’ଙ୍କୁ ଯାଚିଲେ ୧୦ କୋଟି

ସୁପରମାର୍କେଟ୍‌ରେ ଏକ ସୁନ୍ଦର ଶିଶୁକୁ ଦେଖି ଲୋଭରେ ପଡିଗଲେ ଜଣେ ମହିଳା। ତାଙ୍କୁ କିଣିବା ନେଇ ଶିଶୁର ମା’ ପାଖରେ ଧରିଲେ ଜିଦ୍‌। ସେ ମନାକରିବାରୁ ଦେଲେ ଧମକ। ପରେ କ’ଣ ହେଲା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ।

ଅଦ୍ୟତନ ହୋଇଛି
Woman arrested for trying to buy boy at supermarket

Woman arrested for trying to buy boy at supermarket

Advertisment

ସାଧାରଣତଃ ଲୋକମାନେ ଜିନିଷ କିଣିବା ପାଇଁ ଦୋକାନ ବଜାରକୁ ଯାଆନ୍ତି। କିନ୍ତୁ ଏମିତି ସପିଂ ସମୟରେ ଜଣେ ମହିଳା କିଛି କିଣିବାକୁ ଚାହୁଁଥିଲେ ଯାହା ବଜାରରେ ବିକ୍ରି ହୁଏ ନାହିଁ। ଦୋକାନ ବଜାରରେ ସପିଂ କରିବା ସମୟରେ, ଏହି ମଧ୍ୟ ବୟସ୍କ ମହିଳା ଜଣକ ଜଣେ ମା’ଠାରୁ ତାଙ୍କ ପିଲାକୁ କିଣିବାକୁ ଚାହୁଁଥିଲେ। ସେହି ମା’ ଜଣକ ମନା କରିବା ସତ୍ତ୍ୱେ ମହିଳା ଜଣକ ତାଙ୍କ ଜିଦ୍‌ରେ ଅଟଳ ରହିଲେ।

Advertisment

ରେବିକା ଲାନେଟ୍ ଟେଲର ନାମକ ଜଣେ ୪୯ ବର୍ଷ ବୟସ୍କା ମହିଳା ଏକ ଛୋଟ ପିଲା କିଣିବା ପାଇଁ ଜଣେ ମା’ଙ୍କୁ ପାଖାପାଖି ଚାରି କୋଟି ଟଙ୍କା ଯାଚିଥିଲେ। ଏହି ଘଟଣା ଆମେରିକାର ଟେକ୍ସାସ୍ ପ୍ରଦେଶରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଜିନିଷ ପତ୍ର କିଣି ବିଲ୍ ପୈଠ କରିବାକୁ ଧାଡିରେ ଠିଆ ହୋଇଥିବା ଜଣେ ମହିଳାଙ୍କ ୧ ବର୍ଷର ଶିଶୁକୁ କିଣିବା ପାଇଁ ରେବିକା ଜିଦ୍ ଧରିଥିଲେ।

ସୂଚନା ମୁତାବକ, ରେବିକା ଯେତେବେଳେ ବିଲ୍ ପାଇଁ ଧାଡିରେ ଠିଆ ହୋଇଥିବା ମହିଳାଙ୍କ ହାତରେ ତାଙ୍କ ପିଲାକୁ ଦେଖିଥିଲେ, ସେତେବେଳେ ସେ ତା’ର ଖୁବ ପ୍ରଶଂସା କରିବା ଆରମ୍ଭ କରିଥିଲେ। ସେ ପ୍ରଥମେ ପିଲାଟିର ସୁନ୍ଦର ସୁନେଲି କେଶ ଏବଂ ନୀଳ ଆଖିକୁ ପ୍ରଶଂସା କରିଥିଲେ। ଏହାପରେ ସେ ମହିଳା ଏହି ପିଲାଟିକୁ କେତେ ଟଙ୍କାରେ ବିକିବେ ବୋଲି ପଚାରିଥିଲେ।

Advertisment

ପ୍ରଥମେ ରେବିକା ଯେତେବେଳେ ପିଲାଟିକୁ ପ୍ରଶଂସା କରୁଥିଲେ ତାଙ୍କ ମା’ଙ୍କୁ ଲାଗିଥିଲା ଯେ ସେ ବୋଧେ ଥଟ୍ଟା କରୁଥିଲେ। କିନ୍ତୁ ରେବିକା ଯେତେବେଳେ ତାଙ୍କୁ ପିଲାଟିର ଦାମ୍ ବିଷୟରେ ପଚାରିଲେ ଏବଂ ପିଲାଟିକୁ କିଣିବା ନେଇ ତାଙ୍କୁ ପାଖାପାଖି ୪ କୋଟି ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ, ଏହା ଶୁଣି ମାଆ ଜଣଙ୍କର ହୋସ୍ ଉଡ଼ିଯାଇଥିଲା।

କେବଳ ଏତିକି ନୁହେଁ, ଯେତେବେଳେ ପିଲାଟିର ମା’ ତାଙ୍କ ଶିଶୁକୁ ବିକିବାକୁ ମନା କରି ଚାଲିଗଲେ, ମହିଳା ଜଣକ ତାଙ୍କ ପଛେ ପଛେ ପାର୍କିଂ ସ୍ଥାନକୁ ମଧ୍ୟ ଗଲେ। ଏହା ପରେ ସେ ବଡ ପାଟିରେ ଚିଲେଇକି କହିଲେ ଯେ ପିଲାଟି ପାଇଁ ସେ ପ୍ରାୟ ୧୦ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ସେ ପିଲାଟିକୁ ତାଙ୍କୁ ଯେମିତି ହେଲେ ବିକ୍ରି କରିବା ଉଚିତ, ନଚେତ୍ ସେ କୌଣସି ବି ଉପାୟରେ ପିଲାଟିକୁ ନେଇଯିବେ। ଏହି ଘଟଣା ପରେ ମାଆ ଜଣଙ୍କ ଭୟଭୀତ ହୋଇଗଲେ। ସେ ତାଙ୍କ ପିଲାକୁ ରକ୍ଷା କରିବା ନେଇ ପୋଲିସକୁ ଖବର ଦେଇଥିଲେ। ଏହା ପରେ ରେବିକାଙ୍କୁ ଗିରଫ କରାଯାଇଥିଲା।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ