Advertisment

ଯାଇଥିଲେ କନ୍ୟାସାଥୀ ହୋଇ; ମାରିନେଲେ ବର

ବାହାଘରକୁ ଯାଇଥିଲେ କନ୍ୟା ସହଚର ହୋଇ। ବିବାହ ସ୍ଥଳରେ ଏମିତି କାଣ୍ଡ କଲେ ଯେ ବରକୁ ପଟେଇନେଲେ। ପୂର ଘଟଣା ଜାଣନ୍ତୁ ଏହି ରିପୋର୍ଟରୁ…

Woman almost hooked up with groom at her friends wedding

Woman almost hooked up with groom at her friends wedding

Advertisment

ଚାଲିଛି ବିବାହର ଋତୁ। ଚାରିଆଡେ ମାହୋଲ୍ ହିଁ ମାହୋଲ। ଏହାରି ଭିତରେ ବେଳେବେଳେ ଏହାରି ଭିତରେ ଏମିତି କିଛି ହେଇଯାଏ ଯାହା ସବୁକିଛିକୁ ଓଲଟ ପାଲଟ କରିଦିଏ। ସବୁ ଖୁସି ପାଣିରେ ମିଶିଯାଏ। ଏବେ ଏଭଳି କିଛି ଘଟଣା ଜଣେ କନ୍ୟା ସହିତ ଘଟିଛି। ବିବାହର ଠିକ୍ ପୂର୍ବରୁ କନ୍ୟାର ସହଚରୀ ତା’ ବରକୁ ପଟେଇ ଦେଇଛି। ଏହାପରେ କନ୍ୟା ଜଣକ ପାଗେଳୀ ହୋଇଯାଇଥିବା ବେଳେ ତାଙ୍କ ସାଙ୍ଗର ଚକ୍କର ଏବେ ବି ତାଙ୍କ ବର ସହିତ ଚାଲିଛି।

Advertisment

ଅନ୍‌ଲାଇନ୍ ସେୟାର୍ ସାଇଟ୍ ରେଡ୍ଡିଟରେ ଜଣେ ଯୁବତୀ ନିକଟରେ ଘଟିଥିବା ଏକ ବିବାହର କରୁଣ କାହାଣୀ ସେୟାର କରିଛନ୍ତି। ଯୁବତୀ ଜଣଙ୍କ କହିଛି ଯେ ଏହି ବିବାହ ସଂପୂର୍ଣ୍ଣ ଭାବେ ବର୍ବାଦର କାରଣ ଥିଲା। କନ୍ୟାର ସାଥୀ ହିଁ ଏହାର ମୂଳ କାରଣ। ସେ ହିଁ ସବୁ ନଷ୍ଟ କରିଦେଇଛି। କନ୍ୟା ସହିତ ବିବାହ ସ୍ଥଳକୁ ଯାଇଥିବା ତା’ର ସହଚରୀ ବରର ଏପରି ଖୁଲାସା କରିବାକୁ ଲାଗିଲେ ଯେ ଯାହାକୁ କେହି ବି ଆଶା କରି ନଥିଲେ।

ପୋଷ୍ଟ୍‌ ଅନୁଯାୟୀ ମହିଳା ଜଣଙ୍କ ତାଙ୍କ ସହ କାମ କରୁଥିବା ଦୁଇ ଯୁବତୀ ସହ ତାଙ୍କ ସାଙ୍ଗର ବିବାହକୁ ଯାଇଥିଲେ। ଏହି ବିବାହ ୨ ବର୍ଷ ପୂର୍ବେ ସ୍ଥିର କରାଯାଇଥିଲା, କିନ୍ତୁ ୨୦୨୧ ପର୍ଯ୍ୟନ୍ତ ବିଳମ୍ବ ହୋଇଥିଲା। ସେପର୍ଯ୍ୟନ୍ତ ଏହି ଯୁବତୀମାନେ ବିଭିନ୍ନ ସ୍ଥାନରେ କାମ କରିବା ଆରମ୍ଭ କରିଥିଲେ। କିନ୍ତୁ ବର ତାଙ୍କର ପୁରୁଣା ବାନ୍ଧବୀମାନଙ୍କୁ ହିଁ ନିଜର ବ୍ରାଇଡମେଟ୍ସ ରୂପରେ ବାଛିଥିଲେ। ସେମାନେ ବିବାହ ସ୍ଥଳରେ ପହଞ୍ଚିଲେ। କିନ୍ତୁ ଏଠାରେ ତୁମୂଳକାଣ୍ଡ ଘଟିଗଲା। ବିବାହରେ ପହଞ୍ଚିଥିବା ଜଣେ ବାନ୍ଧବୀ ମଦର ନିଶାରେ ବରକୁ ନେଇ ସବୁ କିଛି କହିଦେଲେ, ଯାହା ଅନ୍ତତଃ ବିବାହ ଦିନ କରିବାର ନ ଥିଲା।

Advertisment

ବରର ସବୁ ରାଜ ଖୋଲିଦେଲେ ବାନ୍ଧବୀ:

ଯେତେବେଳେ ତିନିଜଣ ବାନ୍ଧବୀ ମଦ୍ୟପାନ କରି ଗୋଟିଏ ଜାଗାରେ ବସିଲେ ସେମାନଙ୍କ ମଧ୍ୟରୁ ଜଣେ ବର ଓ ତାଙ୍କ ସମ୍ପର୍କକୁ ନେଇ ବଡ ପାଟିରେ କଥା ହେବାକୁ ଲାଗିଲା। ସେ ଏହା ମଧ୍ୟ କହିଦେଲେ ଯେ ବିବାହର ରିହର୍ସାଲ ପାର୍ଟିରେ ବର ମଧ୍ୟ ତାଙ୍କ ହୋଟେଲ୍‌ ରୁମକୁ ଆସିଥିଲେ। ସେମାନେ ମଧ୍ୟ ଅନେକ ମାସ ଧରି ପରସ୍ପରକୁ ମେସେଜ୍ କରୁଥିଲେ।

କେବଳ ଏତିକି ନୁହେଁ, ନବ ଦମ୍ପତି ହନିମୁନ୍‌କୁ ଯିବା ପରେ ସେ ବାକି ବାନ୍ଧବୀମାନଙ୍କୁ ମଧ୍ୟ ତାଙ୍କ ଏବଂ ବର ମଧ୍ୟରେ ହୋଇଥିବା ଚାଟ୍ ମଧ୍ୟ ଦେଖାଇଥିଲେ, ଯାହା ସପୂର୍ଣ୍ଣ ବ୍ୟକ୍ତିଗତ ଥିଲା। ଏହି ପୋଷ୍ଟ୍‌ ପଢିବା ପରେ ଲୋକମାନେ ମହିଳାଙ୍କୁ ପରାମର୍ଶ ଦେଇଥିଲେ ଯେ ସେ ଏହି ସମୟରେ ନବ ବିବାହିତ କନ୍ୟାକୁ ସବୁକିଛି କହିଦେବା ଉଚିତ।

Advertisment
Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ