Koraput
କୋରାପୁଟ( ସୂର୍ଯ୍ୟନାରାୟଣ ପଣ୍ଡା): ଶୀତ ଆସିଲେ ବଦଳିଯାଏ କୋରାପୁଟର ଚିତ୍ର । ବଦଳିଯାଏ ପ୍ରକୃତିରାଣୀର ରୂପ । ଶୀତ ଆଣେ ଏହି ଅଞ୍ଚଳର ସୌନ୍ଦର୍ଯ୍ୟ ଆଉ ଫୁଟି ଉଠେ ଅଳସୀ ଓ ସୋରିଷ ଫୁଲ । ଶୀତ ଋତୁରେ ଅଳସୀ ଫୁଲର କ୍ଷେତକୁ ଦେଖିବାକୁ ଅଟକି ଯାଆନ୍ତି ପର୍ଯ୍ୟଟକ । ସୁନାର ଚାଦରରେ ସତେ ଯେମିତି ଘୋଡ଼ି ହୋଇଯାଏ କୋରାପୁଟର ପ୍ରକୃତିରାଣୀ।
ଶୀତ ଆଗମନରେ ହସିଉଠିଛି ପ୍ରକୃତିରାଣୀ । କୋରାପୁଟର ପ୍ରକୃତିରାଣୀ ସମସ୍ତଙ୍କ ମୁହଁରେ ହସ ଫୁଟାଇବା ସହ ନିଜେ ହସୁଛି। ଅଳସୀ ଫୁଲ ବଦଳାଇ ଦେଇଛି ପ୍ରକୃତିର ରୂପ । ଏଠାରେ ସୁଉଚ୍ଚ ପାହାଡ ସାଙ୍ଗକୁ ପ୍ରକୃତିର ଏହି ସୁନ୍ଦର ରୂପ ଦେଖିବାକୁ ପର୍ଯ୍ୟଟକଙ୍କ ଆଗମନ ହୋଇଛି। ଏହି ଅଳସୀ ଫୁଲ କ୍ଷେତ ପ୍ରକୃତିକୁ ସୁନାର ଚାଦରରେ ଘୋଡାଇ ରଖିବା ଭଳି ଦେଖାଯାଉଛି। ଯାହାକି ସମସ୍ତଙ୍କ ମନମୁଗ୍ଧ କରିନେଉଛି। ସକାଳର କୁହୁଡି ସାଙ୍ଗକୁ ସବୁଜିମାରେ ଭରା ପାହାଡ଼ ଦେଖିବାକୁ ପର୍ଯ୍ୟଟକ ଡେରା ପକାଇଲେଣି । ସୂର୍ଯ୍ୟଙ୍କ ସକାଳ କିରଣ ପର୍ଯ୍ୟଟକଙ୍କୁ କରୁଛି ଅଧିକ ମତୁଆଲା । ଯେଉଁ ଆଡେ ଆଖି ବୁଲାଇଲେ ଦେଖିବାକୁ ମିଳୁଛି ସବୁଜିମାରେ ପରିପୂର୍ଣ୍ଣ ପାହାଡ଼ ।
ଅଳସୀ କ୍ଷେତ ମଧ୍ୟରେ ପକ୍ଷୀ ଉଡୁଥିବା ଦୃଶ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟକୁ କରୁଛି ଅଧିକ ମନଲୋଭା। ରାସ୍ତାରେ ଗଲା ବେଳେ ଫଟୋ ଉଠାଇବା ସମସ୍ତେ ଅଟକି ଯାଉଛନ୍ତି ଅଳସୀ ଖେତ ନିକଟର॥ କୋରାପୁଟରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶ ଏଠାକୁ ପର୍ଯ୍ୟଟକକୁ ଅଧିକ ଆକର୍ଷିତ କରିଥାଏ । ଏମିତିକି ପ୍ରକୃତିକୁ ସୌନ୍ଦର୍ଯ୍ୟ ଦେବା ସହ ଏଠିକାର ଲୋକଙ୍କୁ ରୋଜଗାର ମଧ୍ୟ ଅଳସୀ ଦେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Koraput_1637213628.jpg)