Advertisment

ଅଡୁଆରେ ୱିଲ୍‌ ସ୍ମିଥ୍‌ ! ୧୦ ବର୍ଷ ପର୍ଯ୍ୟନ୍ତ ପୁରସ୍କାର ଉତ୍ସବରେ ସାମିଲ ହେବାକୁ ବାସନ୍ଦ

ହଲିଉଡ ଆକ୍ଟର ଓ୍ୱିଲ୍ ସ୍ମିଥଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍ । ଏହି ପୁରସ୍କାର ଉତ୍ସବରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍ ।

ଅଦ୍ୟତନ ହୋଇଛି
Will Smith Banned From Oscars For 10 Years After Chris Rock Slap

Will Smith Banned From Oscars For 10 Years After Chris Rock Slap

Advertisment

ହଲିଉଡ ଆକ୍ଟର ଓ୍ୱିଲ୍ ସ୍ମିଥଙ୍କୁ ଓସ୍କାର ପୁରସ୍କାର ଉତ୍ସବରେ ସାମିଲ ହେବାକୁ ଲାଗିଲା ବ୍ୟାନ୍ । ଏହି ପୁରସ୍କାର ଉତ୍ସବରେ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହୋଇପାରିବେନି ହଲିଉଡ ଷ୍ଟାର ଓ୍ୱିଲ୍ ସ୍ମିଥ୍ । ହଲିଉଡ ଫିଲ୍ମ ଆକାଡେମୀର ବୋର୍ଡ ଅଫ୍ ଗଭର୍ନର ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Advertisment

ନିକଟରେ ଶେଷ ହୋଇଥିବା ଓସ୍କର ଆଓ୍ୱାର୍ଡରେ ଖ୍ୟାତନାମା କମେଡିଆନ୍ କ୍ରିସ୍ ରକ୍‌କୁ ମୁଥ ମାରି ଚର୍ଚ୍ଚାର ଘେରକୁ ଆସିଥିଲେ । ଓ୍ୱିଲ ସ୍ମିଥ୍ ଏହି ଉତ୍ସବରେ କ୍ରିସ୍ ରକ୍‌କୁ ମୁଥ ମାରିବା କାରଣରୁ ତାଙ୍କୁ ଓସ୍କର ଆଓ୍ୱାର୍ଡରୁ ୧୦ ବର୍ଷ ପର୍ଯ୍ୟନ୍ତ ସାମିଲ ହେବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ସୂଚନା ଅନୁସାରେ, ଓ୍ୱିଲ ସ୍ମିଥ୍ ଓସ୍କାର ସହ ହଲିଉଡ ଆକାଡେମୀ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରିବେନି । ୨୦୨୨ ଓସ୍କର ଆଓ୍ୱାର୍ଡ ପ୍ରଦାନ ଉତ୍ସବରେ ହଲିଉଡ ଅଭିନେତା ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରେ କମେଡିଆଲ କ୍ରିସ୍ ରକ୍‌କୁ ମୁଥ ମାରିଥିଲେ । କ୍ରିସ୍ ରକ୍ ଅଭିନେତା ଓ୍ୱିଲ୍ ସ୍ମିଥଙ୍କ ପତ୍ନୀଙ୍କୁ ଷ୍ଟେଜ୍ ଉପରେ ରହି ଟିପ୍ପଣୀ କରିଥିଲେ । ଏହି କଥାକୁ ନାପସନ୍ଦ କରି କାର୍ଯ୍ୟକ୍ରମ ମଝିରେ ଓ୍ୱିଲ ସ୍ମିଥ୍ ଷ୍ଟେଜ୍ ଉପରକୁ ଯାଇ କ୍ରିସ୍ ରକ୍‌କୁ ମୁଥ ମାରିଥିଲେ ଏହି ଘଟଣାଟି ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।

Advertisment
Oscars Will Smith
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ