Advertisment

ଏଣିକି ବାଘଙ୍କର ହେବ ଡିଏନଏ ପ୍ରୋଫାଇଲିଂ

ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।

ଏଣିକି ବାଘଙ୍କର ହେବ ଡିଏନଏ ପ୍ରୋଫାଇଲିଂ

Tiger

Advertisment

ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଘ ଦିବସରେ ବାଘଙ୍କ ସୁରକ୍ଷା ଲାଗି ସ୍ୱତନ୍ତ୍ର ଯୋଜନା। ରାଜ୍ୟରେ କ୍ରମାଗତ କଲରାପତରିଆ ବାଘଙ୍କ ଶିକାର ତଥା ଚମଡ଼ା ଜବତ ଘଟଣା ଚିନ୍ତା ବଢ଼ାଇଥିବା ବେଳେ ମୃତ ବାଘଙ୍କ ଚିହ୍ନଟ ପାଇଁ ପ୍ରଥମ ଥର ପାଇଁ ଆରମ୍ଭ ହେବ ଡିଏନ୍ଏ ପ୍ରୋଫାଇଲିଂ। ଫଳରେ ଜବତ ହେଉଥିବା ବାଘ ଛାଲ କେଉଁଠୁ ଆସୁଛି ବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ। ସେପଟେ ନୂଆପଡ଼ାର ସୁନାବେଡା ଜଙ୍ଗଲକୁ ବ୍ୟାଘ୍ର ଅଭୟାରଣ୍ୟରେ ପରିଣତ କରାଯିବ। ଏଥିସହ ରାଜ୍ୟରେ ଆଉ ୩ଟି ଜଙ୍ଗଲକୁ ଅଭୟାରଣ୍ୟ ମାନ୍ୟତା ଦେବାକୁ ଯୋଜନା କରାଯାଉଛି।

Advertisment

ବନ୍ଦ ହେବ ବାଘ ଶିକାର। ଆଉ, ବଳି ପଡିବେନି କଲରାପତରିଆ। ପ୍ରଥମ ଥର ପାଇଁ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ବାଘଙ୍କ ଡିଏନଏ ପ୍ରୋଫାଇଲିଂ। କଲରାପତରିଆ ଦେଖାଯାଉଥିବା ବିଭିନ୍ନ ଜଙ୍ଗଲକୁ ଚିହ୍ନଟ କରାଯିବ। ଏହାସହ ସଂପୃକ୍ତ ଅଞ୍ଚଳରେ ବାଘଙ୍କ ମଳ ଓ ରାମ୍ପୁଡା ଦାଗ ଚିହ୍ନଟ କରାଯିବ। ସଂଗୃହୀତ ନମୁନାକୁ OUATର ସେଣ୍ଟର ଫର୍ ୱାଇଲ୍ଡ ଲାଇଫ୍ ହେଲ୍ଥକୁ ପଠାଯିବ। ସେଠାରେ ନମୁନାର DNA ପ୍ରୋଫାଇଲିଂ ହେବ। ଜବତ ବାଘ ଛାଲ DNA ସହ ସଂଗୃହୀତ DNAର ଯାଞ୍ଚ କରାଯିବ। ଫଳରେ ମିଳୁଥିବା ବାଘ ଛାଲ କେଉଁଠୁ ଆସୁଛି ବା ହତ୍ୟା ହୋଇଛି ତାହା ସ୍ପଷ୍ଟ ହେବ। ଅନ୍ତର୍ଜାତୀୟ ବାଘ ଦିବସରେ ବାଘଙ୍କ ସୁରକ୍ଷା ଲାଗି ହୋଇଛି ଏଭଳି ଯୋଜନା।

Advertisment

ସେପଟେ ସୁନାବେଡ଼ା ଜଙ୍ଗଲ ହେବ ବାଘ ଅଭୟାରଣ୍ୟ। ଶିମିଳିପାଳ, ସାତକୋଶିଆ ପରେ ସୁନାବେଡ଼ାକୁ ବାଘ ଅଭୟାରଣ୍ୟ ମାନ୍ୟତା ପାଇଁ ଏନଟିସିଏ ମାନକ ପୂରଣ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ଦେଶରେ ବାଘ ସଂଖ୍ୟା ବଢୁଥିବା ବେଳେ ରାଜ୍ୟରେ ସଂଖ୍ୟା କମି କମି ଯାଉଛି। ଏହା ପୂର୍ବରୁ ୨୦୧୮ ଓ ୨୦୧୪ରେ ହୋଇଥିବା ଗଣନାରେ ବାଘଙ୍କ ସଂଖ୍ୟା ଥିଲା ମାତ୍ର ୨୮। ଏଥିପାଇଁ ଏଥର ବାଘ ଗଣନାରେ ପୂର୍ବଥର ଭଳି ୧୫ ବଦଳରେ ଅଧିକ ବନଖଣ୍ଡକୁ ସାମିଲ କରାଯିବ ବୋଲି ପିସିସିଏଫ୍ ସୂଚନା ଦେଇଛନ୍ତି।

ଶିମିଳିପାଳର ମେଲାନିଷ୍ଚିକ ବା କଳାବାଘ ହେଉ କି ନନ୍ଦନକାନନର ଧଳାବାଘ, ସାରା ବିଶ୍ୱରେ ଓଡିଶାକୁ ନୂଆ ପରିଚୟ ଦେଇଛି। ତେବେ ୨୦୧୨ରୁ ୨୦୨୦ ମଧ୍ୟରେ ରାଜ୍ୟରୁ ପ୍ରାୟ ୨୫୦ଟି ବାଘ ବିଶେଷକରି କଲରାପତରିଆ ବାଘ ଛାଲ ଜବତ ଘଟଣା ବନ ବିଭାଗର ଚିନ୍ତା ବଢାଇଛି। ଏସବୁ ଭିତରେ ରାଜ୍ୟରେ ଆଉ ୩ଟି ଜଙ୍ଗଲକୁ ମିଳିବ ଅଭୟାରଣ୍ୟ ମାନ୍ୟତା। ଆଠମଲ୍ଲିକ ଉତ୍ତର, ଖୋର୍ଦ୍ଧାର ବର୍ବରା ଜଙ୍ଗଲ ଏବଂ ବଲାଙ୍ଗିର ଓ ବରଗଡ଼ ସୀମାନ୍ତ ଜଙ୍ଗଲକୁ ନେଇ ଅଭୟାରଣ୍ୟ ଯୋଜନା କରାଯାଇଛି। ତେବେ ଯୋଜନା କେତେ ଦୂର କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକି ରହିଲା।

Advertisment
Odisha Tiger
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ