Advertisment

କଲେଜ ପରିସରରେ ଦନ୍ତା ହାତୀ, ଆତଙ୍କିତ ଅବସ୍ଥାରେ ଲୋକେ

ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି

ଅଦ୍ୟତନ ହୋଇଛି
Wild tusker invades MPC Autonomous college in Baripada

Wild tusker invades MPC Autonomous college in Baripada

Advertisment

ବାରିପଦା ( ମାନିକ୍ ଲାଲ୍ ପାଣି ) : ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବାରିପଦା-ତକତପୁର ରାସ୍ତାରେ ଚଳପ୍ରଚଳକୁ ବନ୍ଦ କରିଛି ପ୍ରଶାସନ । ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି ବନ କର୍ମଚାରୀ । କିଛି ଦିନ ହେଲା ଦେଉଳି ରେଞ୍ଜ ଅଞ୍ଚଳରେ ଗୋଟିଏ ହାତୀ ପଲ ରହିଛନ୍ତି । ସେହି ପଲ ଭିତରୁ ଗୋଟିଏ ହାତୀ କଲେଜ ପରିସରକୁ ପଶି ଆସିଥିବା ଅନୁମାନ କରାଯାଉଛି ।

Advertisment

ସେପଟେ ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ଦନ୍ତା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ବିମ୍ବୋରୀ ଜଙ୍ଗଲରେ ଦେଖିବାକୁ ମିଳିଛି ଏହି ଘଟଣା। ଭୋରରୁ ଜଙ୍ଗଲରେ ହାତୀ ଦଳ ଯାଉଥିବା ବେଳେ ଦନ୍ତାଟି କୂଅରେ ପଡିଯାଇଥିଲା । ଗାଁଲୋକଙ୍କଠୁ ଖବର ପାଇ ବନବିଭାଗ ପକ୍ଷରୁ ଗଜ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ମାଟି ଲେବଲିଂ କରାଯାଇ ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ଦନ୍ତା ହାତୀଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ପରେ ହାତୀଟି ପାଖ ଜଙ୍ଗଲକୁ ପଳାଇ ଯାଇଛି ।

Advertisment

ଅନ୍ୟପଟେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଂଚଳରେ ହାତୀ ଉପଦ୍ରବ ।  ଦୀର୍ଘ ୧୫ ଦିନ ହେବ ଦୁଇଟି ଗୋଠଛଡ଼ା ଦନ୍ତା ହାତୀ ଆସି ଉପଦ୍ରବ ଚଳାଇଛନ୍ତି ।  ସ୍ଥାନୀୟ ଧରଣୀଧର ପାଲି, ନୂଆପାଲି, ତଳିତା, ବାଘପାଲି, ଗୋଗୁଆ, ଯାକେଇକରଲା, ଦେଓପୋଷ ପ୍ରଭୃତି ଅଂଚଳରେ ଧାନ ଫସଲ ନଷ୍ଟ କରୁଛନ୍ତି ।  ଧାନ ଫସଲ ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି ।  ଅଂଚଳରେ ହାତୀ ବୁଲୁଥିବାରୁ ଲୋକେ ଆତଙ୍କିତ ହୋଇ ରହିଛନ୍ତି ।  ସେପଟେ ହାତୀଙ୍କୁ ଘଉଡ଼ାଇବାକୁ ପ୍ରୟାସ ଚଳାଇଛି ବନବିଭାଗ ।  ଗ୍ରାମବାସୀଙ୍କ ସହ ହାତୀ ଘଉଡ଼ାଉଛନ୍ତି ବନବିଭାଗର ଟିମ  । ନଷ୍ଟ ହୋଇଥିବା ଫସଲର ଆକଳନ ପରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ଅଧିକାରୀ କହିଛନ୍ତି ।

MPC Autonomous College Wild Tusker
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ