Advertisment

ସହରରେ ବୁଲୁଛି ମଣିଷମରା ହାତୀ, ଭୟଭୀତ ଲୋକେ...

ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
wild elephant creates havoc in kalahandi

wild elephant creates havoc in kalahandi

Advertisment

ସହରରେ ପଶିଲା ମଣିଷମରା ହାତୀ। ଆତଙ୍କରେ ଥରହର ସହରବାସୀ। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହରରେ ଅଚାନକ ହାତୀ ବୁଲୁଥିବା ଦେଖାଯିବା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Advertisment

ସୂଚନା ଅନୁସାରେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଙ୍ଗୁଡ଼ିସର ଗାଁରେ ହାତୀ ଜଣକୁ ଦଳି ଦେଇଥିଲା ବୋଲି ସୂଚନା ମିଳିଥିଲା। ଗତକାଲି ସେହି ହାତୀଟି ସନ୍ଧ୍ୟାରୁ ଧର୍ମଗଡ଼ ସହରରେ ଚଳପ୍ରଚଳ କରୁଥିବାରୁ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ।

ଧର୍ମଗଡ଼ ସହର ନିକଟରେ କୌଣସି ଜଙ୍ଗଲ ନଥିବାରୁ ଏବଂ ପୂର୍ବରୁ ସେଠାରେ କେବେ ଜଙ୍ଗଲୀ ହାତୀ ପଶିନଥିବାରୁ ଚାରିଆଡ଼େ କୋକୁଆ ଭୟ ଦେଖାଦେଇଛି । ତେଣେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାଇକ ଯୋଗେ ସତର୍କ କରାଯାଉଥିବା ବେଳେ, ହାତୀର ସୁରକ୍ଷା ଦୃଷ୍ଟିରୁ ସହରରେ ବିଜୁଳି ସରବରାହ ବନ୍ଦ ରଖାଯାଇଛି।

Advertisment

ଫଳରେ ଧର୍ମଗଡ଼ ସହର ସାରା ଅନ୍ଧାର ହୋଇଯାଇଥିଲା। ହାତୀକୁ ଘଉଡ଼ାଇବା ପାଇଁ କଳାହାଣ୍ଡି ଦକ୍ଷିଣ ବନଖଣ୍ଡର ଟିମ୍ ନିୟୋଜିତ ହୋଇଛନ୍ତି।

Advertisment
Elephant Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ