Advertisment

ପୋଲିସ ହେପାଜତରେ ମୃତ୍ୟୁ ! ହତ୍ୟା ଅଭିଯୋଗ ଆଣିଲେ ପତ୍ନୀ

ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Man arrested by Badagada Police for allegedly stealing bicycle reportedly falls ill in custody, decl

Man arrested by Badagada Police for allegedly stealing bicycle reportedly falls ill in custody, decl

Advertisment

ପୋଲିସ ହେପାଜତରେ ମୃତ୍ୟୁ । ଭୁବନେଶ୍ୱର ବଡ଼ଗଡ ଥାନା ପୋଲିସ ହେପାଜତରେ ଥିବା ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ବଡ଼ଗଡ଼ ଥାନା କପିଳପ୍ରସାଦ ଅଞ୍ଚଳର ପ୍ରଦୀପ ସାହୁ । ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି ପ୍ରଦୀପଙ୍କ ପତ୍ନୀ ।

Advertisment

ପ୍ରଦୀପଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ରାତିରେ ପ୍ରଦୀପ ରସୁଲଗଡ ଘରକୁ ଆସୁଥିଲେ । ଏହାପରଠାରୁ ପ୍ରଦୀପଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ତେବେ ରାତି ପ୍ରାୟ ଗୋଟାଏରେ ପୋଲିସ ଆସି ତାଙ୍କୁ କ୍ୟାପିଟାଲ ହସପିଟାଲ ଯିବାକୁ କହିଥିଲା । ସେଠାରେ ଯାଇ ପଚାରିବା ବେଳେ ପ୍ରଦୀପଙ୍କ ମୃତ୍ୟୁ ଘଟିଥିବା ସେ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ପୋଲିସ ପ୍ରଦୀପଙ୍କୁ ହତ୍ୟା କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ଏନେଇ ପ୍ରଦୀପଙ୍କ ପତ୍ନୀ କହିଛନ୍ତି ଯେ, ମୋ ଭାଇମାନେ ଆଣିକି ତାଙ୍କୁ ରସୁଲଗଡ଼ରେ ଛାଡିଦେଲେ । ‘ଗତକାଲି ରାତି ସାଢ଼େ ଗୋଟେରେ ପୋଲିସ ଆସି କବାଟ ବାଡେଇଲେ । ମୋତେ ନାଁ ଗାଁ ଠିକଣା ପଚାରିଲେ । ତାପରେ କହିଲେ କି କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆସନ୍ତୁ । ସେଠାକୁ ଗଲାବେଳେ ଜାଣିବାକୁ ପାଇଲି ଯେ ତାଙ୍କର ମୃତ୍ୟୁ ହୋଇଯାଇଛି’ ।

Advertisment

ଅନ୍ୟପକ୍ଷେ, ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ମୃତ ପ୍ରଦୀପ ସାହୁ ନାମରେ ଏକାଧିକ ଚୋରି ମାମଲା ରହିଛି । ଗତକାଲି ବ୍ରହ୍ମେଶ୍ୱର ପାଟଣାରେ ରାତି ୮ଟାରେ ପ୍ରଦୀପ ସାହୁକୁ ଧରିବାକୁ ଚେଷ୍ଟା ବେଳେ ସେ ପଡିଯାଇଥିଲା । ଯାହା କରଣରୁ ପୋଲିସ ତାକୁ ଥାନାକୁ ନେଇଥିଲା ଓ ସେଠାରେ ତା ଦେହ ଅସୁସ୍ଥ ହୋଇଥିଲା । ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ ସେଠାରେ ତାର ମୃତ୍ୟୁ ହୋଇଥିଲା ବୋଲି କହିଛି ପୋଲିସ ।

Bhubaneswar Custodial Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ