Advertisment

ଆସନ୍ତୁ ଜାଣିବା କେଉଁ ଲୋକଙ୍କୁ ମଶା ଅଧିକ କାମୁଡିଥାନ୍ତି

ଆମମାନଙ୍କ ମଧ୍ୟରୁ ଅନେଙ୍କ ମନରେ, ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କିମାରେ ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ କମ୍ ? ମଶା ଅନେକ ସାଙ୍ଘାତିକ ରୋଗର କାରଣ। ମଶା କାମୁଡ଼ା ହେତୁ ବ୍ୟକ୍ତି ଭିତରେ ଅନେକ ଗମ୍ଭୀର ସମସ୍ୟା ଉପୁଜେ। ମଶା ମଧ୍ୟ ଅନେକ ବିପଜ୍ଜନକ ରୋଗର ବାହକ। ମଶା କାମୁଡାରେ ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରନ୍ତି। ଏହି କାରଣରୁ, ମଶାଠାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ।

Mosquitos Bite

Mosquitos Bite

Advertisment

ଆମମାନଙ୍କ ମଧ୍ୟରୁ ଅନେଙ୍କ ମନରେ, ଏହି ପ୍ରଶ୍ନ ନିଶ୍ଚିତ ଭାବରେ ଉଙ୍କିମାରେ ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକଙ୍କୁ କମ୍ ? ମଶା ଅନେକ ସାଙ୍ଘାତିକ ରୋଗର କାରଣ। ମଶା କାମୁଡ଼ା ହେତୁ ବ୍ୟକ୍ତି ଭିତରେ ଅନେକ ଗମ୍ଭୀର ସମସ୍ୟା ଉପୁଜେ। ମଶା ମଧ୍ୟ ଅନେକ ବିପଜ୍ଜନକ ରୋଗର ବାହକ। ମଶା କାମୁଡାରେ ସାରା ବିଶ୍ୱରେ ପ୍ରତିବର୍ଷ ହଜାର ହଜାର ଲୋକ ମୃତ୍ୟୁ ବରଣ କରନ୍ତି। ଏହି କାରଣରୁ, ମଶାଠାରୁ ମୁକ୍ତି ପାଇବା ପାଇଁ ଅନେକ ଦେଶରେ ସ୍ୱତନ୍ତ୍ର ଅଭିଯାନ ଚାଲିଥାଏ। ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଆଯାଏ। ସେମାନେ ଯେପରି ଅଣ୍ଡା ଦେବାରେ ଅସମର୍ଥ ହେବେ ସେଥିପାଇଁ ଦୀର୍ଘ ଦିନ ଧରି କୌଣସି ସ୍ଥାନରେ ପାଣି ଜମିବାକୁ ଦିଆଯାଏ ନାହିଁ। ତେବେ ଆସନ୍ତୁ ଜାଣିବା ଯେ ମଶା କାହିଁକି କିଛି ଲୋକଙ୍କୁ ଅଧିକ କାମୁଡ଼ନ୍ତି ଏବଂ କିଛି ଲୋକ କମ୍ ?

Advertisment

ମଶାମାନେ ମଣିଷକୁ ଚିହ୍ନିବା ପାଇଁ ଆମ ଦ୍ୱାରା ଛଡାଯାଉଥିବା କାର୍ବନ ଡାଇଅକ୍ସାଇଡ୍ ବ୍ୟବହାର କରନ୍ତି। ଆମ ଦ୍ୱାରା ଛଡା ଯାଉଥିବା କାର୍ବନ ଡାଇଅକ୍ସାଇଡ୍ ଦ୍ୱାରା ପ୍ରାୟ ୧୦ ରୁ ୫୦ ମିଟର ଦୂରରୁ ମଶାମାନେ ଆମ ଠିକଣା ପାଇ ପାରନ୍ତି।

Advertisment

ପ୍ରାୟ ୫ ରୁ ୧୫ ମିଟର ଦୂରତାରେ ମଶା ମଣିଷମାନଙ୍କୁ ଦେଖିବା ଆରମ୍ଭ କରନ୍ତି। ମଣିଷର ନିକଟତର ହେବା ପାଇଁ ସେମାନେ ସେମାନଙ୍କ ଭିଜୁଆଲ୍ ବ୍ୟବହାର କରନ୍ତି। ପରେ ଯେତେବେଳେ ସେମାନେ ଆମ ଶରୀରର ଅତି ନିକଟତର ହୁଅନ୍ତି, ଶରୀରର ଉତ୍ତାପକୁ ଅନୁଭବ କରନ୍ତି ଏବଂ କାହାକୁ କାମୁଡିବା, କାହାକୁ ନ କାମୁଡିବା ସେମାନେ ସ୍ଥିର କରନ୍ତି।

ତେବେ ଯେଉଁ ବ୍ୟକ୍ତିଙ୍କ ଶରୀର ଭିତରୁ ଲାକ୍ଟିକ୍ ଏସିଡ୍ କେମିକାଲ ଅଧିକ ବାହାରିଥାଏ ମଶା ସେମାନଙ୍କୁ ଅଧିକ କାମୁଡ଼ନ୍ତି। ଏଥି ସହିତ, ଅନେକ ବୈଜ୍ଞାନିକ ପରୀକ୍ଷଣରେ, ଏହା ଜଣାପଡିଛି ଯେ ଯେଉଁମାନଙ୍କର ବ୍ଲଡ୍ ଗ୍ରୁପ୍‌ ‘O’ ସେମାନେ ମଧ୍ୟ ଅଧିକ ମଶା କାମୁଡାର ଶିଆର ହୁଅନ୍ତି।

Advertisment

କେବଳ ଏତିକି ନୁହେଁ, ବ୍ୟକ୍ତିର ଶାରୀରିକ ଗଠନ ଏବଂ ତାଙ୍କର କାର୍ଯ୍ୟକଳାପକୁ ଦେଖି ମଶାମାନେ ମଣିଷକୁ କାମୁଡ଼ିବା ପାଇଁ ମଧ୍ୟ ଆକର୍ଷିତ ହୁଅନ୍ତି। ମୋଟା ଲୋକ କିମ୍ବା ଶାରୀରିକ କାର୍ଯ୍ୟକଳାପ ହ୍ରାସ ଥିବା ବ୍ୟକ୍ତିଙ୍କୁ ମଧ୍ୟ ମଶା ଅଧିକ କାମୁଡିଥାନ୍ତି।

Mosquito Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ