Advertisment

ଜିନ୍ସ ପ୍ୟାଣ୍ଟରେ କାହିଁକି ଥାଏ ଏକ ଛୋଟ ପକେଟ୍?

ବର୍ତ୍ତମାନ ସମୟରେ ଜିନ୍ସ ସମସ୍ତଙ୍କର ପ୍ରିୟ ପରିଧାନ ହୋଇଯାଇଛି। ଏହି ପ୍ୟାଣ୍ଟର ଡାହାଣ ପକେଟ୍ ପାଖରେ ଏକ ଛୋଟ ପକେଟ୍ ଥାଏ। ଏହାକୁ ଅଧିକାଂଶ ଖୁଚୁରା ପଇସା ରଖିବାକୁ ବ୍ୟବହାର କରନ୍ତି। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ କିଛି ଭିନ୍ନ। ଆସନ୍ତୁ ଜାଣିବା…

ଅଦ୍ୟତନ ହୋଇଛି
Why jeans have tiny pocket here is the right

Why jeans have tiny pocket here is the right

Advertisment

ଆମେରିକା ଜିନ୍ସ ବର୍ତ୍ତମାନ ବିଶ୍ୱ ପ୍ରସିଦ୍ଧ। ଏହି ଦେଶ ମାଧ୍ୟମରେ ଜିନ୍ସ ଦୁନିଆର ସବୁ କୋଣରେ ପହଞ୍ଚିଛି।| ଜିନ୍ସ ଯାହା ଆଜି ଏକ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ ଭାବରେ ବିବେଚନା କରାଯାଏ, ତାହା ପ୍ରକୃତରେ ଶ୍ରମିକମାନଙ୍କ ପାଇଁ ହିଁ ତିଆରି କରାଯାଇଥିଲା। ଜିନ୍ସ ତିଆରି କରିବାର କାରଣ ହେଉଛି ଶ୍ରମିକମାନଙ୍କ ପୋଷାକ ଖୁବ ଶୀଘ୍ର ମଇଳା ହୋଇଯାଇଥାଏ। ସେମାନଙ୍କ ପାଖରେ ମଧ୍ୟ ସମୟ ନଥାଏ ଏହାକୁ ବାରମ୍ବାର ସଫା କରିବା ନେଇ। ଏହାକୁ ଉଦ୍ଦେଶ୍ୟରେ ରଖି ଜିନ୍ସ ତିଆରି କରାଯାଇଥିଲା।

Advertisment

ଆଜିର ସମୟରେ ସେ ପୁଅ ହୁଅନ୍ତି କି ଝିଅ, କିଏ ବା ଜିନ୍ସ ନ ପିନ୍ଧୁଛି! ସମସ୍ତେ ପିନ୍ଧୁଥିବା ଏହି ଜିନ୍ସ ପ୍ୟାଣ୍ଟରେ ଏକ ଛୋଟ ପକେଟ୍ ଥାଏ ଏହା ସମସ୍ତେ ଜାଣିଛନ୍ତି। ଆମେ ପ୍ରାୟ ସମୟରେ ଖୁଚୁରା ପଇସା ରଖିବା ନେଇ ଏହାକୁ ବ୍ୟବହାର କରିଥାଉ। କିନ୍ତୁ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ ତାହା ପ୍ରାୟ କେହି ଜାଣନ୍ତି ନାହିଁ। ତେବେ ଆସନ୍ତୁ ଏହାର କାରଣ ବିଷୟରେ ଜାଣି ନେବା।

ଜିନ୍ସ ପ୍ୟାଣ୍ଟ୍‌ର ଡାହାଣ ପାଖ ପକେଟ୍‌ ଭିତରେ ଏକ ଛୋଟ ପକେଟ୍ ଥାଏ। ସାଧାରଣତ ଆମେ ଏଥିରେ ଖୁଚୁରା ପଇସା ରଖୁ। କିନ୍ତୁ ଡାହାଣ ପାଖରେ ତିଆରି ହୋଇଥିବା ଏହି ଛୋଟ ପକେଟ୍‌ର ଏକ ଭିନ୍ନ କାରଣ ରହିଛି। ପ୍ରକୃତ କଥା ହେଉଛି ଏହି ଛୋଟ ପକେଟ ଖୁଚୁରା ପଇସା ପାଇଁ ନୁହେଁ ବରଂ ଏକ ଛୋଟ ଘଣ୍ଟା ରଖିବା ପାଇଁ ତିଆରି ହୋଇଛି।

Advertisment

ଦେଖିବାକୁ ଗଲେ ଜିନ୍ସର ଇତିହାସ ବହୁ ପୁରୁଣା। ପ୍ରଥମେ ଏହା ଶ୍ରମିକମାନଙ୍କ ପାଇଁ ତିଆରି ହୋଇଥିଲା ବେଳେ ପରେ ଏହା ଏକ ଫ୍ୟାଶନ୍ ଷ୍ଟେଟ୍‌ମେଣ୍ଟ୍ ପାଲଟିଗଲା। ଅଷ୍ଟାଦଶ ଶତାବ୍ଦୀରେ, ଛୋଟ ଚେନ୍ ଥିବା ଘଣ୍ଟା ଚାଲୁଥିଲା। ସେହି ଘଣ୍ଟାକୁ ରଖିବା ନେଇ ଏହି ଛୋଟ ପକେଟ୍‌ର ତିଆରି କରାଯାଇଥିଲା। ଏହି ପକେଟ୍ ଲେଭି ଷ୍ଟ୍ରସ୍ ନାମକ ଏକ କମ୍ପାନୀ ଦ୍ୱାରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଏକ ଟେଣ୍ଡରେ ପରିଣତ ହୋଇଛି।

ତେବେ ଜିନ୍ସ ପ୍ୟାଣ୍ଟର ଡାହାଣ ପାଖରେ ଥିବା ଏହି ସ୍ଥାନକୁ ଆନୁଷ୍ଠାନିକ ଭାବେ ୱାଚ୍ ପକେଟ୍ କୁହାଯାଏ। ପୁରାତନ କାଳରେ, ଗାଇ ଚରାଳିମାନେ ତା ’ଭିତରେ ଏକ ଚେନ୍ ଥିବା ଘଣ୍ଟା ରଖୁଥିଲେ। ଏହି ଜାଗାରେ ଘଣ୍ଟା ରଖିବା ଦ୍ୱାରା ଏହାର ଭାଙ୍ଗିବାର ସମ୍ଭାବନା କମ ଥିଲା। ଏହାକୁ ପ୍ରତ୍ୟେକ ଶ୍ରମିକ ବ୍ୟବହାର କରୁଥିଲେ।

Advertisment

ପରେ ଏହି ଘଣ୍ଟାର ଚାହିଦା କମିଯାଇଥିଲା। ସେତେବେଳେ ଲୋକେ ଭାବିଲେ ଏହା ବୋଧେ ଖୁଚୁରା ପଇସା ରଖିବା ପାଇଁ ତିଆରି ହୋଇଛି। ପରେ ଲୋକମାନେ ଏହି ଘଣ୍ଟା ପକେଟ୍‌କୁ ଏତେ ପସନ୍ଦ କରିବାକୁ ଲାଗିଲେ ଯେ ବର୍ତ୍ତମାନ ସୁଦ୍ଧା ଏହା ଜିନ୍ସ ପ୍ୟାଣ୍ଟର ଡାହାଣ ପାଖରେ ତିଆରି ହେଉଛି।

Knowledge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ