କାହିଁକି ଓଟକୁ ଖାଇବାକୁ ଦିଆଯାଏ କୋବ୍ରା ?

ସବୁଠାରୁ ବଡ଼ କଥା ହେଉଛି କୋବ୍ରା ପରି ସାପ ଓଟକୁ ଖାଇବାକୁ ଦିଆଯାଇଥାଏ । ତାହାପୁଣି ଜୀବନ୍ତ ଅବସ୍ଥାରେ ।

Camel

ଓଟ ଖାଏ ସାପ । କାହିଁକି ଓଟକୁ ଖାଇବାକୁ ଦିଆଯାଏ କୋବ୍ରା ? ସାଧାରଣତଃ ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ । କାରଣ ମରୁଭୂମିରେ ଖୁବ୍‌ ଶୀଘ୍ର ଚାଲିପାରେ ଓଟ । ଗୋଟିଏ ଥର ପାଣି ପିଇ ଓଟ ଅନେକ ଦିନ ପର୍ଯ୍ୟନ୍ତ ପାଣି ପିଇନଥାଏ । ଓଟକୁ ନେଇ ଏଭଳି ଅନେକ କଥା ଆପଣ ଶୁଣିଥିବେ । ହେଲେ ଓଟ କୋବ୍ରା ଖାଏ ଆପଣ ଜାଣି ନଥିବେ । ହଁ ଦର୍ଶକ ବନ୍ଧୁ ଓଟ କୋବ୍ରା ଖାଏ । ତେବେ କାହିଁକି ଓଟକୁ କୋବ୍ରା ଖାଇବାକୁ ଦିଆଯାଏ ଆସନ୍ତୁ ଜାଣିବା ।

ବିଷଧର ସାପକୁ ଦେଖିଲେ ଯେ କେହିବି ଡରିଯାଆନ୍ତି । ଅତି ପାଖରେ ସାପ ଥିବା ଦେଖି ପ୍ରାୟ ସମସ୍ତଙ୍କ ହାତ ଗୋଡ଼ ଥରି ଉଠେ । ଆଉ ବିଶେଷ କରି ତମ୍ପ, ନାଗ ଓ ଅହିରାଜ କଥା କହିଲେ ତ ସରିଲା । କାରଣ ବିଷଧର ସାପକୁ ନେଇ ସମସ୍ତଙ୍କ ମନରେ ଭୟ ରହିଥାଏ । ହେଲେ ସବୁଠାରୁ ବଡ଼ କଥା ହେଉଛି କୋବ୍ରା ପରି ସାପକୁ ଓଟକୁ ଖାଇବାକୁ ଦିଆଯାଇଥାଏ । ତାହାପୁଣି ଜୀବନ୍ତ ଅବସ୍ଥାରେ ।

ଓଟକୁ ମାରତ୍ମକ ରୋଗ ହାୟାମ ହୋଇଥିଲେ ଜୀବନ୍ତ କୋବ୍ରା ଖାଇବାକୁ ଦିଆଯାଇଥାଏ । ହାୟାମ ହେଉଛି ଏକ ମାରାତ୍ମକ ରୋଗ । ଯାହାକି ଓଟମାନଙ୍କୁ ହେବା ଦ୍ୱାରା ସେମାନଙ୍କ ଜୀବନ ଚାଳିଯାଇଥାଏ । ଓଟକୁ ହାୟାମ ହୋଇଥିବା ଜଣାପଡ଼ିବା ପରେ ଓଟର ମୁହଁକୁ ଖୋଲାଯାଇ ଜୀଅନ୍ତା କୋବ୍ରାକୁ ଛଡ଼ାଯାଏ । ପରେ ପାଣି ଢଳାଯାଏ । ଫଳରେ ସାପଟି ଓଟ ପେଟ ଭିତରକୁ ଚାଲିଯାଏ । ଏହା ପରେ ଓଟଟିର ବିଶେଷ ଚିକିତ୍ସା କରାଯାଇଥାଏ ।