Advertisment

ଲିଫ୍ଟରେ କାହିଁକି ଲଗାଯାଏ ଦର୍ପଣ ? କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ...

ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।

mirrors

mirrors

Advertisment

ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଅନେକ ଲୋକଙ୍କ ପାଇଁ ପାହାଚ ଚଢିବା ସମ୍ଭବ ନୁହେଁ, ତେଣୁ ଲୋକମାନେ ପ୍ରାୟତଃ ଲିଫ୍ଟର ସାହାଯ୍ୟ ନିଅନ୍ତି । କିଛି ଲୋକଙ୍କର ଆଣ୍ଠୁ ଗଣ୍ଠିର ସମସ୍ୟା ରହିଥିବାରୁ ସେମାନେ ଲିଫ୍ଟ ବ୍ୟବହାର କରନ୍ତି । ଆପଣମାନେ ମଧ୍ୟ ଲିଫ୍ଟ ନିଶ୍ଚୟ ବ୍ୟବହାର କରିଥିବେ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।

Advertisment

ବାସ୍ତବରେ, ଲିଫ୍ଟରେ ଦର୍ପଣଗୁଡ଼ିକ ଆପଣଙ୍କ ସୁରକ୍ଷା ପାଇଁ ଲଗାଯାଇଥାଏ। ଲିଫ୍ଟରେ ଦର୍ପଣ ଲଗାଇବାର କାରଣ କେବଳ ସାଜସଜ୍ଜା ପାଇଁ ନୁହେଁ ବରଂ ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା । ଲିଫ୍ଟରେ ଦର୍ପଣ ଲଗାଇବା ଦ୍ୱାରା ଲୋକଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହା ପ୍ରଭାବ ପକାଇଥାଏ। ଆପଣ ନିଶ୍ଚୟ କ୍ଲାଷ୍ଟ୍ରୋଫୋବିୟା ଶବ୍ଦ ଶୁଣିଥିବେ। କ୍ଲାଷ୍ଟ୍ରୋଫୋବିୟାରେ ପୀଡିତ ଲୋକମାନେ ଲିଫ୍ଟ, ଟନେଲ୍, ଏବଂ ମେଟ୍ରୋ ଟ୍ରେନରେ ଯାତ୍ରା କରିବା ପାଇଁ ଭୟ କରନ୍ତି। କାରଣ ଏପରି କରିବା ଦ୍ୱାରା ସେମାନହ୍କୁ ଭୟ ଲାଗେ ଓ ସେମାନେ ହୃଦଘାତର ଶିକାର ହୋଇପାରନ୍ତି । ମାତ୍ର ଲିଫ୍ଟରେ ଦର୍ପଣ ଲଗାଇବା ଦ୍ୱାରା ଏହା ଛୋଟ ଲିଫ୍ଟକୁ ଅତି ବଡ଼ କରିଦେଖାଏ ଓ ଏହାଦ୍ୱାରା ଭିତରେ ଥିବା ଲୋକ ଭୟ କରନ୍ତି ନାହିଁ।

ଦର୍ପଣ ସ୍ଥାପନ କରିବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା । ଏମିତି କିଛି ବଡ଼ ବଡ଼ କୋଠା ରହିଛି ଯେଉଁଠି ୫୦ରୁ ଊର୍ଦ୍ଧ୍ୱ ମହଲା ତିଆରି କରାଯାଇଛି । ତେବେ ଏତେ ଉଚ୍ଚକୁ ଯିବା ପାଇଁ ଯେ କେହି ଲିଫ୍ଟର ବ୍ୟବହାର କରିଥାନ୍ତି । କିନ୍ତୁ ଉପରକୁ ଯିବା ସମୟରେ ଅଧିକ ସମୟ ଲାଗୁଥିବାରୁ ଲୋକମାନେ ପ୍ରାୟତଃ ବିରକ୍ତ ହୋଇ ଯାଇଥାନ୍ତି । ଅଧିକ ସମୟ ଠିଆ ହୋଇ ରହି ସେମାନେ ବିରକ୍ତ ହେବା ସହ ବାହାରିବାର ବାଟକୁ ଅନାଇ ବସିଥାନ୍ତି । ସେମାନେ ନିଜ ଆଡକୁ ଚାହିଁ ସମୟ ଅତିବାହିତ କରନ୍ତି ।

Advertisment

ଏଥି ସହିତ, ଅନ୍ୟ ଏକ କାରଣ ହେଉଛି ଲିଫ୍ଟରେ ଉପସ୍ଥିତ ଥିବା ଲୋକମାନେ କେବଳ ଲିଫ୍ଟର ଉପରକୁ ଯିବା ଏବଂ ତଳକୁ ଗତି ଉପରେ ଧ୍ୟାନ ଦେଇଥାଆନ୍ତି। ଲୋକମାନେ ଅନୁଭବ କଲେ ଯେ ଲିଫ୍ଟ ବହୁତ ସମୟ ନେଉଛି। ଏହି ସମସ୍ୟାକୁ ଧ୍ୟାନରେ ରଖି ଲିଫ୍ଟରେ ଦର୍ପଣ ଲଗାଇବାର କଳ୍ପନା ଆସିଲା । ଆହୁରି ମଧ୍ୟ, ସୁରକ୍ଷା ଦୃଷ୍ଟିରୁ ଲିଫ୍ଟରେ ଦର୍ପଣ ସ୍ଥାପିତ ହୋଇଛି। ଯେତେବେଳେ ଲିଫ୍ଟରେ ଅନେକ ଲୋକ ଥାଆନ୍ତି, ଆପଣ ଦର୍ପଣ ମାଧ୍ୟମରେ ଦେଖି ପାରିବ କିଏ କଣ କରୁଛି . ଏପରି ପରିସ୍ଥିତିରେ, ଯଦି ଆପଣ ଅନୁଭବ କରୁଛନ୍ତି ଯେ କେହି ଆପଣଙ୍କୁ କ୍ଷତି ପହଞ୍ଚାଇ ପାରନ୍ତି, ତେବେ ଆପଣ ତାଙ୍କୁ ଦର୍ପଣ ମାଧ୍ୟମରେ ଦେଖିପାରିବେ ଏବଂ ସତର୍କ ରହିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ