Advertisment

ୟୁକ୍ରେନ୍‌ରେ ଫଢୁଛି ଓଡ଼ିଆ ପୁଅ, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସାରା ପରିବାର

କ୍ରିମିଆ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଋଷ ସୈନ୍ୟ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି।

Odia Youth in Ukraine

Odia Youth in Ukraine

Advertisment

ବ୍ରହ୍ମପୁର: ୟୁକ୍ରେନ୍ ଉପରେ ଯୁଦ୍ଧର କଳା ବାଦଲ ଦେଖାଦେଇଥିବା ବେଳେ, ଓଡ଼ିଶାରେ ବି ଦେଖିବାକୁ ମିଳିଛି ଏହାର ପ୍ରଭାବ। ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢୁଥିବା ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଅଞ୍ଚଳର ଡକ୍ଟର ସୁରଜ ବିଶ୍ୱାସଙ୍କ ପରିବାର ଲୋକ ଏବେ ଚିନ୍ତାରେ। ପୁଅର ସୁରକ୍ଷା ପାଇଁ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସମସ୍ତେ। ପ୍ରତି ମୁହୂର୍ତ୍ତର ଖବର ପାଇଁ ଟିଭି ଦେଖିବା ସହିତ ପୁଅ ସୁରଜଙ୍କ ସହ ଯୋଗାଯୋଗରେ ଅଛନ୍ତି ପରିବାର।

Advertisment

ଜରୁରୀ କାମ ନଥିଲେ ୟୁକ୍ରେନରେ ଥିବା ଭାରତୀୟ ବିଶେଷକରି ଛାତ୍ରଛାତ୍ରୀମାନେ ଅସ୍ଥାୟୀ ଭାବେ ୟୁକ୍ରେନ୍ ଛାଡ଼ି ପାରିବେ ବୋଲି ସେଠାକାର ଭାରତୀୟ ରାଷ୍ଟ୍ରଦୂତଙ୍କ ପକ୍ଷରୁ ବିବୃତି ଜାରି ହୋଇଛି। ଏପଟେ କେନ୍ଦ୍ରାପଡ଼ା ସହର ଜୟପୁରା ଅଞ୍ଚଳର ସେକ୍ ବାସିତ ଅଲି ବି ନିଜ କ୍ୟାରିୟରକୁ ନେଇ ଚିନ୍ତାରେ।

ୟୁକ୍ରେନ୍ ରାଜଧାନୀ କିଭ୍ ମେଡିକାଲ୍ ୟୁନିଭର୍ସିଟିରେ ତୃତୀୟ ବର୍ଷର ଛାତ୍ର ବାସିତ୍ କରୋନା କାରଣରୁ ୩ମାସ ତଳେ ଘରକୁ ଫେରିଥିଲେ ଏବଂ ଆଉ ଫେରିବାକୁ ସାହସ ଜୁଟାଇପାରୁନାହାନ୍ତି। 

Advertisment

କ୍ରିମିଆ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଋଷ ସୈନ୍ୟ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି। ସେହିପରି ଆମେ ୟୁରୋପରେ ଯୁଦ୍ଧ ଚାହୁଁନା ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିବା ପରେ, ସ୍ଥିତି ସ୍ୱାଭାବିକ ହୋଇପାରେ ବୋଲି ଆଶା ପ୍ରକାଶ ପାଇଛି।

Odia Youth In Ukraine
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ