Advertisment

କେବେ ପଦୋନ୍ନତି ପାଇବେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ?

ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ

ଅଦ୍ୟତନ ହୋଇଛି
କେବେ ପଦୋନ୍ନତି ପାଇବେ କ୍ଷୁଦ୍ର ଜଳସେଚନ ବିଭାଗର କାର୍ଯ୍ୟରତ ସହକାରୀ ଯନ୍ତ୍ରୀ?

MI

Advertisment

ଭୁବନେଶ୍ୱର: ଦିନକୁ ଦିନ ସରକାରୀ ନିୟମର ଉଡ଼ୁଛି ଧଜିଆ। ମନଇଚ୍ଛା ଚାଲୁଛି କାମ। ରାଜ୍ୟ ସରକାରଙ୍କ କ୍ଷୁଦ୍ର ଜଳସେଚନ ବିଭାଗରେ ସାଙ୍ଘାତିକ ଅଭିଯୋଗ ରହିଛି। ସୂଚନା ଅନୁସାରେ, କ୍ଷୁଦ୍ର ଜଳସେଚନ ବିଭାଗରେ ୨ ପ୍ରକାରର ସହକାରୀ ଯନ୍ତ୍ରୀ କାର୍ଯ୍ୟ କରନ୍ତି। କିଛି ସହକାରୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗର ନିଜସ୍ୱ କ୍ୟାଡରର ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଅନ୍ୟ କିଛି ସହକାରୀ ଯନ୍ତ୍ରୀ ଜଳସେଚନ ବିଭାଗରୁ ଆସି କାମ କରୁଛନ୍ତି। ଜଳସେଚନ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ପଦୋନ୍ନତୀ ପାଇଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ କ୍ୟାଡ଼ରର ସହକାରୀ ଯନ୍ତ୍ରୀମାନେ ପଦୋନ୍ନତି ପାଇବାରୁ ବଂଚିତ ହେଉଛନ୍ତି। ଯାହାକୁ ନେଇ ବିଭାଗ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

Advertisment

ସୂଚନା ମୁତାବକ, କ୍ଷୁଦ୍ର ଜଳସେଚନ ବିଭାଗ ୨୦୦୮ ମସିହାରେ କିଛି ସହକାରୀ ଯନ୍ତ୍ରୀଙ୍କୁ ପଦୋନ୍ନତି ଦେଇଥିଲା। ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ଜଳସେଚନ ବିଭାଗ କ୍ୟାଡ଼ରରୁ ଆସିଥିବା ସହକାରୀ ଯନ୍ତ୍ରୀମାନେ ଓଡ଼ିଶା ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଯେଉଁଥିରେ କି ସେମାନେ ହାରିଯାଇଥିଲେ। କିନ୍ତୁ ଏହାପରେ ସେମାନେ ପୁଣି ଥରେ ସେମାନେ ହାଇକୋର୍ଟରେ ଅପିଲ୍‌ ମଧ୍ୟ କରିଥିଲେ ଏବଂ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ଅଫିସରଙ୍କ ସପକ୍ଷରେ ରାୟ ଯାଇଥିଲା। ଏହାଦ୍ୱାରା ଜଳସେଚନ କ୍ୟାଡ଼ର ଯନ୍ତ୍ରୀମାନେ କ୍ଷୁବ୍ଧ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ସୁପ୍ରିମକୋର୍ଟ ୭୪୯୪-୨୦୦୯ ମସିହା କେସ୍‌ରେ ୧୩-୦୮-୧୦ରେ ଏହି ମାମଲାର ଶୁଣାଣି କରି ପଦୋନ୍ନତି ପାଇଥିବା ନୋଟିଫିକେସନ୍‌ ଉପରେ ରହିତାଦେଶ ଦେଇଥିଲେ।

ଆଶ୍ଚର୍ଯ୍ୟର କଥା ଏହି ଷ୍ଟେ’କୁ ଭ୍ୟାକେଟ୍‌ ଉପରେ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଲେ ନାହିଁ। ଯଦିଓ କି, ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ଷ୍ଟେ ଭ୍ୟାକେଟ୍‌ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ। ଏହାକୁ ଯଥାର୍ଥ କରିବା ପାଇଁ ଯେତେବେଳେ ସୁପ୍ରିମକୋର୍ଟ କୌଣସି ଆଦେଶ ଉପରେ ରହିତା ଦେଶ ଦେଇଥିବା ବେଳେ କ୍ଷୁଦ୍ର ଜଳସେଚନ ବିଭାଗରେ କାର୍ଯ୍ୟରତ ପଦୋନ୍ନତି ପାଇ ପାରୁନଥିବା ସମୟରେ ଉକ୍ତ ମାମଲାରେ ପକ୍ଷ ଥିବା ଜଳସେଚନ କ୍ୟାଡ଼ର ସହକାରୀ ଯନ୍ତ୍ରୀମାନେ ଇତି ମଧ୍ୟରେ ପଦୋନ୍ନତି ପାଇସାରିଛନ୍ତି। ଆଇନ ବ୍ୟବସ୍ଥା ଅନୁସାରେ କୌଣସି ଷ୍ଟେ’ ଅର୍ଡ଼ର ସବୁଦିନ ପାଇଁ ଅର୍ଥାତ୍ ଅନିର୍ଦ୍ଧିଷ୍ଟ କାଳ ପାଇଁ ଷ୍ଟେ’ ହୋଇ ରହେ ନାହିଁ।

Advertisment

ଯଦି ଏହି ଅର୍ଡ଼ରକୁ ବଢାନଯାଏ ତେବେ ତାହା ୬ ମାସ ପରେ ଆପେ ଆପେ ଅକାମୀ ହୋଇଯାଏ। ଏ ସମ୍ବନ୍ଧରେ ସରକାର ପତ୍ର ସଂଖ୍ୟା ୧୯୪୯୫/ (ଜେନେରାଲ୍‌) ୨୯ ଜୁନ୍‌ ୨୦୨୧ରେ ସ୍ପଷ୍ଟୀକରଣ ଦେଇଛନ୍ତି କି କୌଣସି ରହିତାଦେଶ ୬ ମାସରୁ ଅଧିକ ସମୟ ହେଲେ ତାହା ଆପେ ଆପେ ଅକାମୀ ହୋଇଯିବ। ତେଣୁ ଏ ପରିପେକ୍ଷୀରେ ଜଳସମ୍ପଦ ବିଭାଗ କୋର୍ଟ କେସର ବାହାନା କରି ଉପଯୁକ୍ତ ସହକାରୀ ଯନ୍ତ୍ରୀମାନଙ୍କୁ ପଦୋନ୍ନତି ଦିଆଯାଉନାହିଁ ଯାହାକୁ ସେମାନଙ୍କ କାର୍ଯ୍ୟଦକ୍ଷତା ଓ ମନୋବଳ ଉପରେ ଗମ୍ଭୀର ଭାବରେ ପ୍ରଭାବ ପକାଉଛି।

ସରକାର ପଦୋନ୍ନତି ନିମିତ ବିଶେଷ ସୂଚନା ରୂପେ, ଆଦେଶ କରିଥିଲେ ମଧ୍ୟ କ୍ଷୁଦ୍ର ଜଳସେଚନ ବିଭାଗ ଲାଗି ଏହା କାର୍ଯ୍ୟ କରୁ ନାହିଁ। ଜଳସେଚନ ବିଭାଗର ପତ୍ର ସଂଖ୍ୟା ୯୩୬.....୬-୬-୧୯ରେ ୮୭ ଜଣ କ୍ଷୁଦ୍ର ଜଳ ସମ୍ପଦ କ୍ୟାଡରରେ ଥିବା ୮୭ ଜଣ ଯନ୍ତ୍ରୀଙ୍କ ପଦୋନ୍ନତି ଲାଗି କାର୍ଯ୍ୟକ୍ରମ ଗ୍ରହଣ ପାଇଁ ଚିଫ୍‌ ଇଞ୍ଜିନିୟର କ୍ଷୁଦ୍ର ଜଳସେଚନ କୁ ଅନୁରୋଧ କରିଥିଲେ ଏବଂ ଚିଫ୍‌ ଇଞ୍ଜିନିୟର ମଧ୍ୟ କ୍ଷୁଦ୍ର ଜଳସେଚନର ଆବଶ୍ୟକୀୟ କାଗଜପତ୍ର ସରକାରଙ୍କ ପାଖରେ ଦାଖଲ କରିବା ପରେ ବି ସହକାରୀ ଯନ୍ତ୍ରୀଙ୍କ ପାଇଁ DPC ବସିନଥିଲା। କିଛି କ୍ଷୁଦ୍ର ଜଳସେଚନ ବିଭାଗ ଅନ୍ତର୍ଭୁକ୍ତ ସହକାରୀ ଯନ୍ତ୍ରୀ ପଦୋନ୍ନତି ଅଦାଲତରେ ଗୁହାରି କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା।

Advertisment

ଏଠାରେ ପ୍ରଶ୍ନ ଉଠେ ଯେ, ଯଦି DPC ପାଇଁ କୌଣସି ପ୍ରତିବନ୍ଧକ ନାହିଁ, ତେବେ ଷ୍ଟେ’ର କୌଣସି ମୂଲ୍ୟ ନାହିଁ ଏବଂ ଅପରପକ୍ଷ ପ୍ରତିଦ୍ୱନ୍ଦୀ ସହକାରୀ ଯନ୍ତ୍ରୀମାନେ ଯେଉଁମାନେ ହାଇକୋର୍ଟରେ ମାମଲା ଦାୟର କରିବା ପରେ ମଧ୍ୟ ହାରିଯାଇଛନ୍ତି, ସେହି ଅବସ୍ଥାରେ କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ କେଉଁ ସ୍ୱାର୍ଥରେ ପଦୋନ୍ନତି ଦିଆନଯାଉଛି ଏବଂ ଏହା ପାଇଁ କିଏ ଦାୟୀ ତାହାକୁ ନେଇ ଅସୀମିତ ପ୍ରଶ୍ନ ଉଠୁଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ମାମଲାଟି ପୂରାପୂରି ତଦନ୍ତ ସାପେକ୍ଷ। ସରକାର ବିଚାରଧୀନ ମାମଲା ଗୁଡ଼ିକୁ ଅତ୍ୟନ୍ତ ଗୁରୁତର ସହ ନେଉଥିବା ପରେ ବି କେଉଁ ପରୀପ୍ରେକ୍ଷୀରେ କୌଣସି ସରକାରୀ ଅଧିକାରୀ ସୁପ୍ରିମକୋର୍ଟରେ ଥିବା ମାମଲାରେ ପକ୍ଷଭୁକ୍ତ ହେଲେ ନାହିଁ? କିମ୍ବା ଉପଯୁକ୍ତ ଆଇନଜୀବୀ ମଧ୍ୟ ଦେଲେ ନାହିଁ। ଆଉ ଏହାପରେ ସୁପ୍ରିମକୋର୍ଟ ୫୦୦୦ ଟଙ୍କା ଡିପୋଜିଟ୍‌ କରିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ। ଜଳସମ୍ପଦ ବିଭାଗର ଚିଠି ସଂଖ୍ୟା ୧୦୧୧୮୨୩। ୨୦-୦୫-୨୦୧୬ ଯେଉଁଥିଲେ କି ସରକାର ସ୍ୱୀକାର ମଧ୍ୟ କରିଛନ୍ତି ଜଳସେଚନ କ୍ୟାଡ଼ରରେ ଓ କ୍ଷୁଦ୍ର ଜଳସେଚନ କ୍ୟାଡର ସଂପୂର୍ଣ୍ଣ ଅଲଗା ଓ କେହି କାହା ବିଭାଗରେ ଅନଧିକାର ପ୍ରବେଶ ମଧ୍ୟ କରିପାରିବେ ନାହିଁ।

ସୂଚନା ଅନୁସାରେ କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ୧୬୬ ଗୋଟି ସହକାରୀ ଯନ୍ତ୍ରୀଙ୍କର ପଦ ରହିଛି ଏବଂ ସେଥି ମଧ୍ୟରୁ ୬୬ ଗୋଟି ପୋଷ୍ଟ(୪୦ ପ୍ରତିଶତ) ସହକାରୀ ଯନ୍ତ୍ରୀଙ୍କର ପଦୋନ୍ନତି ପାଇବା ଲାଗି ଉଦ୍ଦିଷ୍ଟ। ତେବେ ଏହି ପଦବୀ ଗୁଡ଼ିକରେ ଯଥାଶୀଘ୍ର ଉପଯୁକ୍ତ ଅଫିସରଙ୍କୁ ନେଇ କାମ ନକଲେ କ୍ଷୁଦ୍ର ଜଳସେଚନ ବିଭାଗର କାମ ଉପରେ ପ୍ରଭାବ ପଡ଼ୁଛି ଏବଂ ବିଭାଗରେ କାର୍ଯ୍ୟରତ ସହକାରୀ ଯନ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ଏହା କୌଣସି ମୁହୂର୍ତ୍ତରେ ଉଗ୍ର ରୂପ ଧାରଣ ମଧ୍ୟ କରିପାରେ ତାହାକୁ କେହି ଏଡ଼ାଇ ଦେଇ ପାରିବେ ନାହିଁ। ତେବେ ମୋଟ୍‌ ଉପରେ ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଓ କାହା ପାଇଁ ଅନେକ ଅଫିସର ହଇରାଣ ହେଉଛନ୍ତି ସେମାନଙ୍କୁ ଚିହ୍ନଟ କରିବା ସହ କାର୍ଯ୍ୟାନୁଷ୍ଠାନ ଦାବି ମଧ୍ୟ ହେଉଛି।

Odisha. M.I
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ