Advertisment

ହ୍ୱାଟ୍ସଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର; ଏଣିକି ଆସିଲା ନୂଆ ଫିଚର୍ସ

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସି ଖବର । ‘ଲାଷ୍ଟ ସିନ୍‌’କୁ ନେଇ କମ୍ପାନୀ ଆଣିଛି ଏହି ନୂଆ ଫିଚର୍ସ...

Whatsapp new feature users can hide their last seen from selected specific contacts know it will wor

Whatsapp new feature users can hide their last seen from selected specific contacts know it will wor

Advertisment

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଖୁସିଖବର । ଏହି ଆପ ନିଜ ୟୁଜର୍ସଙ୍କ ପାଇଁ ନୂଆ ଫିଚର୍ସ ତିଆରି କରିବାରେ ଲାଗିଛି । ଏମିତିକି ଏବେ ମେଟା ହ୍ୱାଟ୍ସଆପରେ ଭଲ ଭଲ ଫିଚର୍ସ ଆଣିବାର ପ୍ରୟାସ କରୁଛି । ଫଳରେ ହ୍ୱାଟ୍ସଆପରେ ‘ଲାଷ୍ଟ ସିନ୍‌’ ଅପ୍‌ସନକୁ ହାଇଡ୍‌ କରିହେବ । ବର୍ତ୍ତମାନ ହ୍ୱାଟ୍ସଆପର ‘ଲାଷ୍ଟ ସିନ୍‌’ ସେଟିଙ୍ଗରେ କେବଳ ୩ଟି ଅପ୍‌ସନ୍‌ ରହିଛି । ଯେଉଁଥିରେ ସମସ୍ତେ (everyone), କେବଳ କଣ୍ଟାକ୍ଟ ନଂ (My Contact) ଓ କେହି ବି ନୁହେଁ(Nobody), ନାମକ ୩ଟି ଅପସନ୍‌ ରହିଛି ।

Advertisment

‘ଲାଷ୍ଟ ସିନ୍‌’ ଫିଚର୍ସ ଦ୍ୱାରା ୟୁଜର କେତେବେଳେ ଶେଷ ଥର ପାଇଁ ଅନ୍‌ଲାଇନ୍‌ ଆସିଥିଲା ତାହା ଜଣାପଡିଥାଏ । ଯାହାକି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା । ତେଣୁ କମ୍ପାନୀ ନିଜ ୟୁଜର୍ସଙ୍କ ପାଇଁ ଏହି ‘ଲାଷ୍ଟ ସିନ୍‌’ ଅପ୍‌ସନକୁ ନେଇ ଏକ ନୂଆ ଫିଚର୍ସ ଆଣିଛି ।

ନ୍ୟୁଜ୍‌ ପ୍ରୋଟାଲ୍ WABetaInfoର ରିପୋର୍ଟ ଅନୁଯାୟୀ, ‘ଲାଷ୍ଟ ସିନ୍‌’ ସମ୍ପର୍କିତ ଏହି ନୂଆ ତଥା ବିକଳ୍ପ ଫିଚର୍ସ କେବଳ ଆଣ୍ଟ୍ରୋଏଡ୍‌ ଓ IOS ୟୁଜର୍ସମାନଙ୍କ ପାଇଁ ହିଁ ଉପଲବ୍ଧ କରାଯିବ । ଏହି ନୂଆ ଫିଚର୍ସରେ ୟୁଜର୍ସ ମାନେ ଚାହୁଁଥିବା କଣ୍ଟାକ୍ଟଙ୍କ ପାଇଁ ହିଁ କେବଳ ‘ଲାଷ୍ଟ ସିନ୍‌’ ହାଇଡ୍‌ କରିବା କଣ୍ଟାକ୍ଟମାନଙ୍କୁ ହିଁ କେବଳ ତାଲିକାରେ ରଖିପାରିବେ ।

Advertisment

କେମିତି କରିବେ ନୂଆ ସେଟିଙ୍ଗ ?

ୟୁଜର୍ସମାନେ ପ୍ରଥମେ ନିଜ ହ୍ୱାଟ୍ସଆପର ସେଟିଙ୍ଗସକୁ ଯାଇ ଆକାଉଣ୍ଟ ସେଟିଙ୍ଗସକୁ ଯିବେ । ତାପରେ ସେମାନେ ପ୍ରାଇଭେସି ସେଟିଙ୍ଗକୁ ଯିବେ । ଏହାପରେ ‘ଲାଷ୍ଟ ସିନ୍‌’ ଅପସନ୍‌କୁ ଯାଇ ‘My contacts except’ ଅପସନ୍‌କୁ ଚୟନ କରି ‘ଲାଷ୍ଟ ସିନ୍‌’ ହାଇଡ୍‌ କରିବା କଣ୍ଟାକ୍ଟମାନଙ୍କୁ ହିଁ କେବଳ ତାଲିକାରେ ରଖିବେ ।

ଏହି ଫିଚର୍ସଟି ୟୁଜର୍ସଙ୍କ ପାଇଁ ସହାୟକ ହେବ । ଯାହା ଫଳରେ ୟୁଜର୍ଜମାନେ ସମସ୍ତଙ୍କଠାରୁ ନିଜ ଲାଷ୍ଟ ସିନ୍‌କୁ ଲୁଚାଇବାକୁ ବାଧ୍ୟ ନ ହୋଇ ବିକଳ୍ପ ଅପ୍‌ସନ୍‌ ଚୟନ କରିପାରିବେ ।

Advertisment

କେବଳ ଏତିକି ନୁହେଁ ଏହା ବ୍ୟତୀତ ହ୍ୱାଟ୍ସଆପ ନିଜ ୟୁଜର୍ସମାନଙ୍କ ପାଇଁ ଶୁବ୍‌ଶୀଘ୍ର ଆଉ ୫ ଟି ନୂଆ ଫିଚର୍ସ ‌ଉପଲବ୍ଧ କରାଇବା ଯୋଜନା କରୁଛି । ଏଥିମଧ୍ୟରୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଫିଚର୍ସ ହେଉଛି ‘କମ୍ୟୁନିଟିସ୍’(Communities) । ଫଳରେ ଲୋକମାନେ ବିଭିନ୍ନ ଗୋଷ୍ଠୀରେ ଲୋକଙ୍କ ସହ ଯୋଗାଯୋଗ କରିବାର ସୁଯୋଗ ପାଇପାରିବେ ।

WhatsApp New Features
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ