ଭାଗ୍ୟରେ ଦୁଃଖ ଲେଖାଥିଲେ ମଣିଷ କରିବ ବା କ’ଣ ! ପଢ଼ନ୍ତୁ ଏହି ମାଆ ପୁଅଙ୍କ କାହାଣୀ..

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?

Man Burn

ଭଙ୍ଗା ଚାଳଘର.. ଚିରାଫଟା ପାଲଟିଏ ଘର ପିଣ୍ଡାରେ ପଡିଛି । ଆଉ ଭେଣ୍ଡିଆ ପୁଅକୁ ଧରି ମାଟି ପିଣ୍ଡାରେ ମାଆ ବସିଛି । ଆମେ କ’ଣ କହିବାକୁ ଚାହୁଁଛୁ ଆପଣମାନେ କିଛି ବୁଝିପାରୁନଥିବେ । ହେଲେ ପୁରା କାହାଣୀ ଜାଣିଲେ ଆପଣଙ୍କ ଆଖିରେ ଆସିଯିବ ଲୁହ । କାରଣ ଭେଣ୍ଡିଆ ପୁଅ ପୋଡି ହୋଇ କଷ୍ଟ ପାଉଛି, ଆଉ ମାଆ ତାର କଷ୍ଟକୁ ସିନା ବୁଝିପାରୁଛି ହେଲେ ପୁଅ କେତେ ଜଳିଛି ସେ ଦୃଶ୍ୟ ଦେଖିବାକୁ ତା ଆଖିରେ ଜ୍ୟୋତି ନାହିଁ । କାରଣ ମାଆ ହରାଇଛି ଦୃଷ୍ଟିଶକ୍ତି । 

ଦୃଷ୍ଟିବାଧିତ ମାଆର ପେଟପାଟଣା ପାଇଁ ଇଟା ଭାଟିରେ କାମ କରୁଥିଲା ପୁଅ । ଯାହା ଯେତିକି ଟଙ୍କା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପୁରା ପରିବାର । ପୁଅର ସୀମିତ ରୋଜଗାରରେ ବି ବେଶ୍‌ ଖୁସି ଥିଲା ମାଆ । ହେଲେ ଦୈବ ଯାହାର ଭାଗ୍ୟରେ ଦୁଃଖ ଲେଖିଥିବ ସିଏ କରିବ ବା କଣ ?

ଅଧିକ ପଢ଼ନ୍ତୁ: ସ୍ୱାମୀ ଗୁରୁଣ୍ଡୁଛନ୍ତି, ସ୍ତ୍ରୀ ଦୃଷ୍ଟିବାଧିତ ! ଅସହାୟ ଦମ୍ପତିଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ

ଢେଙ୍କାନାଳ ପର୍ଜଙ୍ଗ ମହାବୀରରୋଡ୍‌ର ଅଜୟ ମୁଣ୍ଡା । ଭେଣ୍ଡିଆ ପୁଅ ଅଜୟ ମୁଣ୍ଡା ଇଟା ଭାଟିରେ ଜଳିଯିବା ପରେ ଗୁରୁତର ଅବସ୍ଥାରେ ତାକୁ ଏକ ଅଟୋ ସାହାଯ୍ୟରେ ଘରକୁ ପଠେଇ ଦେଲା ଇଟା ଭାଟିର ମାଲିକ । ମାଲିକ ସିନା ଅଜୟଙ୍କୁ ଘରକୁଇ ପଠାଇ ଦେଲା ହେଲେ ଏବେ ନାନାପ୍ରକାର ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅଜୟ । ଏହି ଇଟାଭାଟି ମାଲିକ ବାଢ଼ିଛନ୍ତି ଅଜବ ଯୁକ୍ତି । ସେ କହିଛନ୍ତି ଟଙ୍କା ଦିଆଯାଇଛି ୱଷଧ ଲଗାଅ ଭଲ ହୋଇଯିବ । ତାଙ୍କ କଥାରେ ନା ଥିଲା ଦୁଃଖ ନାଥିଲା ସମ୍ବେଦନଶିଳତା ।

ଏବେ ଅଜୟଙ୍କ ଦୁଃଖ କହିଲେ ନସରେ । ତେଣୁ ସରକାର ଯଦି ତାଙ୍କ ପ୍ରତି ଟିକେ କୃପା ଦୃଷ୍ଟି ଦେଖାଇ, ସହଯୋଗର ହାତ ବଢ଼ାନ୍ତେ । ତେବେ ଅଜୟ କିଛି ମାତ୍ରାରେ ଉପକୃତ ହୋଇପାରନ୍ତେ । ଆଉ ତାଙ୍କ ଦୃଷ୍ଟି ବାଧିତ ମାଆଙ୍କର ମଧ୍ୟ ଦୁଃଖ ଲାଗବ ହୋଇପାରନ୍ତା ।

(ରିପୋର୍ଟ- ବିଦ୍ୟାଧର ବରାଳ, କାମାକ୍ଷାନଗର)