Advertisment

ମହାବାହୁଙ୍କ ପାଖକୁ ଫେରିବ କି କୋହିନୂର?

କୋହିନୂରକୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଚାଲିଛି ଉଦ୍ୟମ ।

ଅଦ୍ୟତନ ହୋଇଛି
undefined

Kohinoor

Advertisment

କୋହିନୂର ଏକଦା ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ସମର୍ପା ଯାଇଥିବା ଭାରତର ଦୂର୍ମୂଲ୍ୟ ହୀରା ଯେଉଁ କାରଣ ପାଇଁ ବ୍ରିଟିଶ୍ ରାଜବଂଶ ହାତରେ ପଡୁ ନା କାହିଁକି ପୂର୍ବର ବହୁ ନିଷ୍ଫଳ ପ୍ରୟାସ ସତ୍ତ୍ୱେ, ସ୍ୱଦେଶ ଫେରାଇ ଆଣିବାକୁ ଏବେ କିନ୍ତୁ ଜାଗିଛି ଛୋଟ ଆଶା । ତାର କାରଣ ଓଡ଼ିଶା, ଶ୍ରୀଜଗନ୍ନାଥ ଓ ବର୍ତ୍ତମାନର ରାଜା ଚାର୍ଲସ ତୃତୀୟ । ଯେହେତୁ ଚାର୍ଲସ ଓଡ଼ିଶାକୁ ଆସିଛନ୍ତି, କୋଣାର୍କ ସୂର୍ଯ୍ୟମନ୍ଦିର ବୁଲି ଦେଖିବା ସହ ଓଡ଼ିଶାର ସାଂସ୍କୃତିକ ପରମ୍ପରା ସହ ଅବଗତ ହେବାକୁ ପୁରୀ ହରିପୁର ଶାସନ ଗାଁରେ ଲୋକଙ୍କ ସହ ମିଶିଛନ୍ତି ।

Advertisment

ସଂସ୍କୃତି ଗବେଷକ ଡଃ ନରେଶ ଚନ୍ଦ୍ର ଦାଶଙ୍କ ମତରେ, ସେଇ କାରଣରୁ କୋହିନୂର କୁ ଶ୍ରୀଜଗନ୍ନାଥଙ୍କ ପାଖକୁ ଆଣିବା ଲାଗି ଉଦ୍ୟମର ଇଏ ପ୍ରକୃଷ୍ଟ ସମୟ । ତେବେ ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆନ୍ତରିକତାର ସହିତ ପଦକ୍ଷେପ ନେବା ଦରକାର । କୁଟନୈତିଜ୍ଞ ବିଶେଷଜ୍ଞ ମଧ୍ୟ ପାଖାପାଖି ସେଇ ସମାନ ଆଶା ପୋଷଣ କରିଥିଲା ବେଳେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି ବିଧାନସଭାର ଆଗାମୀ ବୈଠକରେ ଏନେଇ ପ୍ରସ୍ତାବ ରଖାଯିବ ।

ଏପଟେ କୋହିନୂର କେବଳ କାଳିଆର କହି ଦରକାର ପଡ଼ିଲେ ଏଥିପାଇଁ ଅନ୍ତରାଷ୍ଟ୍ରୀୟ କୋର୍ଟର ଦ୍ୱାରସ୍ଥ ହେବାକୁ କହିଥିବା ଜଗନ୍ନାଥ ସେନା ଏହି ପ୍ରସଙ୍ଗକୁ ଏବେ ରାଷ୍ଟ୍ରପତି ଭବନକୁ ନେଇଛି । ୧୮୩୬ ମସିହାରେ ରାଜା ରଂଜିତ ସିଂହ କୋହିନୂର ହୀରାକୁ ଶ୍ରୀଜଗନ୍ନାଥଙ୍କୁ ଦାନ କରିଥିବା କହି ଏହାକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେବାକୁ ସେନା ଦାବି କରିଛି ।

Advertisment

ଚତୁର୍ଦ୍ଦଶ ଶତାବ୍ଦୀରେ ଦକ୍ଷିଣ ଭାରତର ଗୋଲକୋଣ୍ଡା ଖଣିରୁ ମିଳିବା ପରେ ବହୁ ବିଦେଶୀ ଶାସକଙ୍କ ହାତକୁ ଯାଇସାରିଛି ବିଶ୍ୱପ୍ରସିଦ୍ଧ ଦୁର୍ଲଭ କୋହିନୂର ହୀରା । କେତେବେଳେ ମୋଗଲ୍, କେତେବେଳେ ଇରାନୀ ଯୋଦ୍ଧା, ତ ଆଉ କେତେବେଳେ ଆଫ୍‌ଗାନ ଶାସକ । ଶେଷରେ ୧୮୪୯ରେ ପଞ୍ଜାବର ରାଜା ଦଲୀପ ସିଂହଙ୍କ ଠାରୁ ଏହା ବ୍ରିଟିଶ୍ ଶାସକଙ୍କ ହାତକୁ କେମିତି ଯାଇଥିଲା, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି ।

ହେଲେ ସତ ଯାହା ବି ହେଉ, ସେବେଠୁ ବ୍ରିଟିଶ ରାଜମୁକୁଟର ଶୋଭା ବଢ଼ାଇ ଆସୁଛି ଏହି ବହୁଚର୍ଚ୍ଚିତ ହୀରକ । ଏଣେ ୧୯୪୭ ପରଠୁ ୫-୬ ଥର ଭାରତ ପକ୍ଷରୁ ବିଧିବଦ୍ଧ ଭାବେ ଏହାକୁ ଫେରାଇ ଦେବାକୁ ଇଂଲଣ୍ଡ ନିକଟରେ ଦାବି ହୋଇଥିଲେ ବି ଆଜି ଯାଏଁ ସ୍ୱଦେଶ ଫେରିପାରିନି କୋହିନୁର୍ । ଆଉ ଏଥରର ଏହି ସଦ୍ୟ ଦାବି ଆଗକୁ କେଉଁ ପର୍ଯ୍ୟନ୍ତ ଯାଉଛି ତାକୁ ଅପେକ୍ଷା ରହିଛି ।

Advertisment

ରିପୋର୍ଟର- ନୂଆଦିଲ୍ଲୀରୁ ଶିବାନନ୍ଦ ରାଉତ୍ ଓ ପୁରୀରୁ ମଧୁସୂଦନ ମିଶ୍ର

Shri Jagannath Temple Kohinoor Diamond Kohinoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ