Advertisment

ଆଶ୍ଚର୍ଯ୍ୟ ! ସ୍କୁଲ ଯିବାକୁ ହେଲେ ଧୋଇବାକୁ ପଡ଼ିବ ଗୋଡ଼ ?

ପାଣିରେ ପଶି ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଛନ୍ତି ଦେଶର ଭବିଷ୍ୟତ । ପୋଖରୀ ପାଲଟିଛି ବିଦ୍ୟାଳୟ ପରିସର । ମଇଳା ପାଣି ଓ କାଦୁଅରେ ପଶି ଯାଆସ କରୁଛନ୍ତି ଛାତ୍ରଛାତ୍ରୀ..

ଅଦ୍ୟତନ ହୋଇଛି
School Problem

School Problem

Advertisment

ପାଦ ବୁଡ଼ିଯାଉଛି, ତଥାପି ପାଣିରେ ପଶି ଚାଲିଛନ୍ତି କୁନିକୁନି ପିଲା । ଗୋଟିଏ ହାତରେ ଥାଳି, ଆର ହାତରେ ପାଣିବୋତଲ । ପିଲାଙ୍କୁ ଶିଖାଯାଏ ଭୋଜନ ପୂର୍ବରୁ ଗୋଡ଼ ହାତ ଧୁଆଯାଏ । ହେଲେ ସେଇଠି ପିଲାଙ୍କୁ ଗୋଡ଼ ଧୋଇବାକୁ ପଡ଼ୁନି, ଖୋଦ୍ ପୋଖରୀ ପାଲଟିଯାଇଛି ବିଦ୍ୟାଳୟ ପରିସର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଆମ ରାଜ୍ୟର ଏକ ଅଙ୍ଗନବାଡ଼ି କେନ୍ଦ୍ରରେ ।

Advertisment

ପୋଷାକରେ ପଙ୍କ କାଦୁଅ ଲାଗିଥିବା ପିଲାମାନେ ସମସ୍ତେ ଅଙ୍ଗନୱାଡ଼ି ପିଲା । ପାଠପଢା ବାତାବରଣ ଶିଖିବାକୁ ଭରସାରେ ପିଲାଙ୍କୁ ପଠାଇଛନ୍ତି ଅଭିଭାବକ । ହେଲେ ଏଠି ଅବସ୍ଥା ଏମିତି ଯେ ଭଲରେ ଚାଲି ଶିଖିନଥିବା ପିଲାମାନେ ପାଣି କାଦୁଅରେ ଯିବାକୁ ବାଧ୍ୟ ହେଉଛନ୍ତି ।

କେନ୍ଦ୍ରାପଡା ରାଜକନିକା ବ୍ଲକ ଅହମଦପୁରର ଅଙ୍ଗନବାଡି କେନ୍ଦ୍ର ପରିସରର ଅବସ୍ଥା ପୂରା ସଙ୍ଗୀନ । ଗୋଟିଏ କ୍ୟାମ୍ପସରେ ରହିଛି ୨ଟି ଶିକ୍ଷାନୁଷ୍ଠାନ । ଅସରାଏ ବର୍ଷା ହେଲେ ସେଠି ମାସ ମାସ ଧରି ଜମି ରହେ ବର୍ଷା ପାଣି । କେବଳ ଅଙ୍ଗନବାଡି କେନ୍ଦ୍ରର ପିଲା ନୁହେଁ ସ୍କୁଲପିଲା ମଧ୍ୟ ପାଣି ଭିତରେ ପଶି ଯିବା ଆସିବା କରୁଛନ୍ତି । କାଦୁଅ ପାଣିରେ ଯାଆସ କରି ପିଲାଏ ନାନା ପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି । ଯାହାକୁ ନେଇ ତେଜିବାରେ ଲାଗିଛି ଅସନ୍ତୋଷ ।

Advertisment

ଏପଟେ ସ୍କୁଲ ପରିସରରେ ପାଣି ଜମିବା ନେଇ ସ୍ଥାନୀୟ ବିଡିଓ ବର୍ଷାକୁ ଦୋଷ ଦେଇଛନ୍ତି । କହିଛନ୍ତି, ଶୀଘ୍ର ରାସ୍ତା ତିଆରି ହେବ। ଏପଟେ ପିଲାଙ୍କ ସମସ୍ୟାର ସମାଧାନ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

,

Education System Waterlogging School Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ