Advertisment

ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି କରୁଛି ଦୋକାନୀ

ଭାରତ ଛୋଟ ଛୋଟ ସହରେ ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି। ତେବେ ଏହି ପାଣିର ରହସ୍ୟ କ’ଣ ଓ ଏହା କେଉଁଠି ମିଳେ ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Water shop selling water bottle worth 12000

Water shop selling water bottle worth 12000

Advertisment

ଭାରତର ପ୍ରାୟ ଜାଗାରେ ପାଣି ସାଧାରଣତଃ ମାଗଣାରେ ମିଳିଯାଏ। କୌଣସି କାରଣରୁ ଯଦି ଏହା ଆମକୁ କିଣିବାକୁ ପଡେ ତେବେ ଆମକୁ କଷ୍ଟ ଲାଗେ। କିନ୍ତୁ ମହାନଗରଗୁଡିକରେ ପାଣି କିଣିବା ତ ଏକ ସାଧାରଣ କଥା। ତେବେ ଆମ ଦେଶର ଛୋଟ ଛୋଟ ସହରଗୁଡ଼ିକରେ ପାଣିର ମୂଲ୍ୟ ସେତେ ବାଧେ ନାହିଁ। ଆମେ ପ୍ରାୟ ଗୋଟିଏ ବୋତଲ ପାଣିର ମୂଲ୍ୟ ୩୦ ଟଙ୍କା ପର୍ଯ୍ୟନ୍ତ ଦେଇଥାଉ। କିନ୍ତୁ ଏଠି ଏମିତି ବି ଜାଗା ଅଛି ଯେଉଁଠି ଗୋଟିଏ ବୋତଲ ପାଣିକୁ ୧୨ ହଜାର ଟଙ୍କାରେ ବିକ୍ରି ହେଉଛି।

Advertisment

ବ୍ରିଟେନ୍‌ରେ ଏମିତି ଏକ ଦୋକାନ ଅଛି, ଯେଉଁଠାରେ କେବଳ ପାଣି ହିଁ ବିକ୍ରି ହୁଏ। ଏହି ଦୋକାନରେ ବିଭିନ୍ନ ପ୍ରକାରର ପାଣି ମିଳେ। ଏହି ଦୋକାନରେ ସାଧାରଣ ପାଣି ଠାରୁ ଆରମ୍ଭ କରି ଏମିତି ପାଣି ମଧ୍ୟ ମିଳେ ଯେ, ଯାହା ଖାଦ୍ୟ ସହିତ ମଦ ପରି ପିଆଯାଇ ପାରେ।

ପଶ୍ଚିମ ଲଣ୍ଡନର ଫୁଲହାମ୍‌ରେ ଥିବା ଏହି ଖୋଲା ପାଣି ଦୋକାନର ନାମ ହେଉଛି ଫାଇନ୍ ଲିକ୍ୱିଡ୍। ଏହାକୁ ମିଲିନ ପଟେଲ ନାମକ ଜଣେ ୪୦ ବର୍ଷ ବୟସ୍କ ବ୍ୟବସାୟୀ ଚଳଉଛନ୍ତି। ଏଠାରେ ବହୁତ ପ୍ରକାରର ମିଳୁଥିବା ବେଳେ କୌଣସି ପ୍ରକାରର ପାଣି ଅନ୍ୟଟି ସହିତ ସମାନ ନୁହେଁ। ସମସ୍ତ ପାନୀୟର ସ୍ୱାଦ ମଧ୍ୟ ଭିନ୍ନ।

Advertisment

ଏହି ଦୋକାନରେ ବିକ୍ରି ହେଉଥିବା ଆପ୍‌ସୁ ନାମକ ଏକ ପାଣି ବୋତଲର ମୂଲ୍ୟ ହେଉଛି ୧୨ ହଜାର ଟଙ୍କା। ଏହି ପାଣି ଦକ୍ଷିଣ ଆମେରିକାର ପାଟାଗୋନିଆ ଗ୍ଲାସିୟରର ପ୍ରାକୃତିକ ଜଳ। ଲଣ୍ଡନରେ ରହୁଥିବା ମିଲିନଙ୍କ ପାଖରେ ଏପରି ଅନେକ ସ୍ୱତନ୍ତ୍ର ପାଣି ଅଛି।

ରିପୋର୍ଟ ଅନୁଯାୟୀ, ମିଲିନ ତାଙ୍କର ଜର୍ମାନ ବ୍ୟବସାୟ ସହଯୋଗୀ ପ୍ୟାଟ୍‌ ଇକର୍ଟଙ୍କୁ ଅନ୍‌ଲାଇନ୍‌ରେ ଭେଟିଥିଲେ। ଜର୍ମାନୀରେ ସେମାନଙ୍କର ଦୁଇଟି ଗୋଦାମ ମଧ୍ୟ ଅଛି। ମିଲିନ୍ ବିକ୍ରି କରୁଥିବା ପାଣି, ସେମାନେ ବିଭିନ୍ନ ଝରଣା ଏବଂ ପ୍ରାକୃତିକ ଉତ୍ସରୁ ସଂଗ୍ରହ କରନ୍ତି। ସେ କୁହନ୍ତି ଯେ ଉଚ୍ଚରୁ ସଂଗ୍ରହ ହେଉଥିବା ପାଣି ବହୁତ ଶୁଦ୍ଧ ଏବଂ ସ୍ୱଚ୍ଛ ଥାଏ।

Advertisment

ଯେଉଁ ଜଳରେ ମ୍ୟାଗ୍ନେସିୟମ୍ ପରିମାଣ ଅଧିକ ଥାଏ, ତାହା ସାମାନ୍ୟ ମିଠା ଏବଂ ଧାତବ ଭଳି ଲାଗିଥାଏ। ତାଙ୍କ ଦୋକାନରେ ପାଣି ପ୍ୟାକିଂ କେବଳ କାଚ ବୋତଲରେ କରାଯାଇଥାଏ କାରଣ ପ୍ଲାଷ୍ଟିକରେ ଏହାରେ ସ୍ୱାଦ ବଦଳି ଯାଏ। ଲୋକମାନେ ବିଭିନ୍ନ ପାର୍ଟି ଫଙ୍କସନ ପାଇଁ ମିଲିନଙ୍କ ଦୋକାନରୁ ହିଁ ପାଣି କିଣନ୍ତି। ଏହା ହେଉଛି ବ୍ରିଟେନ୍‌ର ଏକମାତ୍ର ଦୋକାନ ଯେଉଁଠି ଏଭଳି ପାଣି ମିଳେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ