Advertisment

ଏଇଠି ସବୁ ବିଶ୍ୱସ୍ତରୀୟ : ଖୋଳା ହେଉ ହେଉ ନଳକୂପ ଅଚଳ

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

ଅଦ୍ୟତନ ହୋଇଛି
Water Issue

Water Issue

Advertisment

ଜମିରେ ଖୋଳା ଯାଇଛି ଗଭୀର ନଳକୂପ । ପାଇପ ଲାଗିଛି, ମୋଟର ବି ଲାଗିଛି । ଆଉ ବିଜୁଳି ମଧ୍ୟ ସଂଯୋଗ ହୋଇଛି । ହେଲେ ଏଥିରୁ ପାଣି ବାହାରିବାର ନା ଧରୁନି। ଖାଲି ପ୍ରକଳ୍ପ କରିଦିଆଗଲା ହେଲେ ତାହା ଅଚଳ କି ସଚଳ ସେନେଇ କାହାର ଯେମିତି ନିଘା ନାହିଁ।

Advertisment

କିଛି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଗୁଣପୁର ବ୍ଲକ ସାମ୍ପିନି ଅଞ୍ଚଳରେ । ଜମିରେ ପ୍ରକଳ୍ପ କରିଦିଆଗଲା ହେଲେ ସେଥିରୁ ବାହାରୁନାହିଁ ପାଣି । ଯେଉଁଥି ଲାଗି ବିଲ ମଝିରେ ଟିୱଲ ଖୋଳାଯାଇଥିଲା । ହେଲେ ତାହାର ଅବସ୍ଥା ପୂରା ଖରାପ୍‌। ଫେବୃଆରୀରୁ ବିଲ ଶୁଖିଗଲାଣି, ଆଗକୁ ଖରା ଦିନ ଆସୁଛି ।  କିନ୍ତୁ ଏବେଠୁ ସାଙ୍ଘାତିକ ପାଣି ସମସ୍ୟା ଦେଖାଗଲାଣି। ତେଣୁ ଏମିତି ସ୍ଥିତିରେ ଚାଷୀ ଚାଷ କରିବ ବା କେମିତି?

ଚାଷୀ ଭାଇଙ୍କ ସୁବିଧା ପାଇଁ ଜଳସମ୍ପଦ ବିଭାଗର ଉଠା-ଜଳସେଚନ ନିଗମ ପକ୍ଷରୁ ବିଜୁ କୃଷକ ବିକାଶ ଯୋଜନାରେ ୬୨ ଟି ଗଭୀର ନଳକୂପ ଖୋଳା ଯାଇଥିଲା । ବଡ ଦୁଃଖର କଥା ଏବେ ମାତ୍ର ୩ ରୁ ୪ ଟି ପଏଣ୍ଟ ଚାଲୁଥିବା ବେଳେ ଆଉ ସବୁ ଅଚଳ ହୋଇ ପଡ଼ିରହିଛି । ପାଣି ବାହାରୁନଥିବାରୁ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି ଚାଷୀ । ଏନେଇ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିବା ପରେ ବି କୌଣସି ଲାଭ ମିଳିନାହିଁ । ବରଂ ସ୍ଥିତି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ରହିଛି ।

Advertisment

୨୦୧୩ ମସିହାରେ ବିଜୁ କୃଷକ ବିକାଶ ଯୋଜନାରେ ଗଭୀର ନଳକୂପ ପ୍ରକଳ୍ପକୁ ଉଦଘାଟନ କରାଯାଇଥିଲା । ଉଦଘାଟନର ଦିନ କେଇଟା ପରେ ଅଚଳ ହୋଇ ପଡିଛି ଏହି ନଳକୂପ । ଗୋଟିଏ ନଳକୂପ ପିଛା ୨ ଲକ୍ଷ ୪୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଖରିଫରେ ୫ ହେକ୍ଟର ଓ ରବିରେ ୨ ହେକ୍ଟର ଚାଷ ଜମିକୁ ଜଳସେଚିତ କରାଇବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ ଧାର୍ଯ୍ୟ କେବଳ ଧାର୍ଯ୍ୟରେ ହିଁ ରହିଯାଇଛି।

ଚାଷୀର ସରକାର କହୁଥିବା ନବୀନ ସରକାରରେ ଯଦି ସବୁଠୁ କେହି ଦୁର୍ଦ୍ଦଶା ଭୋଗୁଛନ୍ତି ସେମାନେ ହେଲେ ଚଷା ପୁଅ। ଆଉ ଏଇଠି ଦିନରେ ଲଣ୍ଠନ ଦେଖାଇବା ପରି ପ୍ରକଳ୍ପ କରିଦେଲେ କିନ୍ତୁ ଉଦଘାଟନ ଦିନଠାରୁ ତାହା ଅଚଳ ହୋଇ ପଡିଛି। ତେବେ ଦେଖିବାକୁ ବାକି ରହିଲା କେବେ କାର୍ଯ୍ୟକ୍ଷମ ହେଉଛି ପ୍ରକଳ୍ପ ।

Advertisment

ଗୁଣୁପୁରରୁ ଇନ୍ଦ୍ରଜିତ ପଣ୍ଡା

Gunupur Water Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ