Advertisment

ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି, ଆତଙ୍କିତ ଲୋକେ

ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ୫ ଦିନ ମଧ୍ୟରେ କଟକରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା।

ଅଦ୍ୟତନ ହୋଇଛି
Water Pipeline Burst In Cuttack

Water Pipeline Burst In Cuttack

Advertisment

କଟକ/ଭୁବନେଶ୍ୱର: ରାସ୍ତା ଉପରେ ପାଣିର ଫୁଆରା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ଉଠିଲା ପାଣି। ଏଭଳି ସ୍ଥିତି ଦେଖି ଆତଙ୍କିତ କଟକବାସୀ। କଟକ ସହରରେ ବଢ଼ି ଚାଲିଛି ପାଣି ସମସ୍ୟା। କେତେବେଳେ ଅସରାଏ ବର୍ଷାରେ ଉବୁଟୁବୁ ସହର ତ କେତେବେଳେ ପାଣି ପାଇପ୍‌ ଫାଟି ରାସ୍ତା ଉପରେ ବନ୍ୟା ପରିସ୍ଥିତି। ୫ ଦିନ ମଧ୍ୟରେ ଦୁଇ ଦୁଇ ଥର ସାମ୍ନାକୁ ଆସିଲାଣି ପାଣି ପାଇପ ଫାଟିବା ଘଟଣା। ଯାହାକୁ ନେଇ ଆତଙ୍କିତ ସହରବାସୀ। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିଛି ସ୍ଥାନରେ ପାଣି ପାଇପ୍ ଲିକ୍ ଘଟଣା ଦେଖିବାକୁ ମିଳିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। 

Advertisment

ଗତ ବୁଧବାର କଟକ ରାଜା ବଗିଚା ରାସ୍ତା ଉପରେ ପାଣିର ଫୁଆରା ଦେଖିବାକୁ ମିଳିଥିଲା। ପିଚୁ ରାସ୍ତା ଫଟାଇ ୧୫ ଫୁଟ୍ ଉପରକୁ ପାଣି ଉଠୁଥିବା ଦେଖିବାକୁ ମିଳିଥିଲା। ଗତକାଲି ପୁଣି ଘଟଣାର ପୁନରାବୃତ୍ତି ହୋଇଛି ବାଦାମବାଡ଼ି ଟ୍ରାଫିକ ଛକରେ। ସମାନ ଘଟଣା ଘଟିବା ପରେ ବିଭାଗୀୟ ଅବହେଳା ଜଳଜଳ ଦେଖା ଯାଉଛି। ପାଣି ପାଇପ୍ ଫାଟିବା ଯୋଗୁ ରାସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ଓ ୨ ଜଣ ଯୁବତୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏବେ ଆତଙ୍କିତ ହୋଇପଡ଼ିଛନ୍ତି କଟକବାସୀ। ପାଣିର ଫ୍ଲୋ ଟେଷ୍ଟିଂ ବେଳେ ଜଏଣ୍ଟ ପଏଣ୍ଟରେ ଅତ୍ୟଧିକ ପ୍ରେସର ଯୋଗୁ ଏଭଳି ଘଟୁଥିବା ବିଭାଗୀୟ କର୍ତ୍ତୃପକ୍ଷ ସଫେଇ ଦେଇ କହିଛନ୍ତି। 

ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କିଛି ସ୍ଥାନରେ ପାଇପ୍ ଫାଟି ପାଣି ଲିକ୍ କରୁଥିବା ଦେଖିବାକୁ ମିଳିଛି। ପୁରୁଣା ଭୁବନେଶ୍ୱରର କିଛି ଅଞ୍ଚଳରେ ସବ୍‌ସିଡାରୀ ପାଇପ୍ ଫାଟି ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବା ନଜର ଆସିଛି। ଏନେଇ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି। ଦୀର୍ଘ ଦିନରୁ ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି। ଟ୍ୱିନ୍‌ସିଟିରେ ଲାଗି ରହିଥିବା ଏଭଳି ସମସ୍ୟାକୁ ନେଇ ୱାଟ୍‌କୋ ଏମ୍‌ଡି କହିଛନ୍ତି, ଯାଞ୍ଚ ବେଳେ ପାଣି ଫ୍ଲୋ ବାହାରକୁ ଚାଲି ଆସିଥିଲା। ତେବେ ଭୁବନେଶ୍ୱରରେ ରାସ୍ତା କାମ ସମୟରେ ପାଣି ପାଇପ୍ ଫାଟୁଥିବା ସମସ୍ୟା ଦେଖିବାକୁ ମିଳିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ସହ ୱାଟ୍‌କୋ ସହ ଆଲୋଚନା କରିଥିବା ୱାଟ୍‌କୋ ଏମ୍‌ଡି କହିଛନ୍ତି। 

Advertisment
Bhubaneswar Cuttack Water Pipeline Burst Water Pipeline Leakage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ