Advertisment

ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ; ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି

ଜଗତସିଂହପୁର ଜିଲ୍ଲା ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Daleighai

Daleighai

Advertisment

ଜଗତସିଂହପୁର ଜିଲ୍ଲା ମଧ୍ୟ ଦେଇ ଯାଇଥିବା ମାଛଗାଁ କେନାଲର ଦୁଇଟି ସ୍ଥାନରେ ଘାଇ ହୋଇଛି । ଗତ ବିଳମ୍ବିତ ରାତିରେ ଦଳେଇଘାଇ ଓ ତରିକୁନ୍ଦ ନିକଟରେ ଘାଇ ହୋଇଯିବାରୁ ଜଗତସିଂହପୁର-କଟକ ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଛି । ତରିକୁନ୍ଦ ବଜ଼ାରର ଅଧିକାଂଶ ଦୋକାନରେ ପାଣି ପଶିଯାଇଛି । ଫଳରେ ଗାଡି ଚଳାଚଳ ଓ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହୋଇଛି।

Advertisment

ଦଳେଇଘାଇ ନିକଟରେ ୧୫ ଫୁଟର ଘାଇ ହୋଇଥିବା ବେଳେ ତରିକୁନ୍ଦ ନିକଟରେ ୨୦ ଫୁଟର ଘାଇ ହୋଇଛି । ଏନେଇ ବାଲିଆ ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି।

Breach In Canal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ