Water Logging At Cuttack Badambadi Bus Stand
ପଙ୍କ କାଦୁଅରେ ପଚପଚ କଟକ ବାଦାମବାଡ଼ି ବସ୍ଷ୍ଟାଣ୍ଡ। ମୌସୁମୀ ବର୍ଷାରେ ବାଦାମବାଡ଼ିର ଅନୁଗୁଳ-ପାରାଦୀପ ବସ୍ଷ୍ଟାଣ୍ଡର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ବର୍ଷା ପାଣି ଜମି ରହିବା ଫଳରେ ପଙ୍କ କାଦୁଅରେ ବସ୍ଷ୍ଟାଣ୍ଡର ପ୍ରସ୍ଥାନ ରାସ୍ତା ଭର୍ତ୍ତି ହୋଇଯାଇଛି। ଏଭଳି ସ୍ଥିତି ହୋଇଛି ଯେ ସେଇ ରାସ୍ତା ଦେଇ ବସ୍ ଯାଇପାରୁନି। ଫଳରେ ବସ୍ ଯେଉଁ ବାଟେ ପ୍ରବେଶ କରୁଛି ସେହି ବାଟେ ହିଁ ପ୍ରସ୍ଥାନ କରୁଛି।
୨ ବର୍ଷ ପୂର୍ବେ ରାଜ୍ୟ ସରକାର ବସ୍ଷ୍ଟାଣ୍ଡର ନବୀକରଣ ପାଇଁ ଯୋଜନା କରିଥିଲେ। ମାତ୍ର ଏହା ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ। ଖାଲି ସେତିକି ନୁହେଁ, ବସ୍ଷ୍ଟାଣ୍ଡରେ ଥିବା ବିଶ୍ରାମାଗାର କଥା ନକହିବା ଭଲ। ପ୍ରାଯ ୧୫ ଦିନ ହେବ ବିଶ୍ରାମାଗାର ସଫା ହୋଇନଥିବା ବେଳେ ଏହା ଅପରିଷ୍କାର ଭାବେ ପଡ଼ି ରହିଛି।ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନା ରାଜ୍ୟ ସରକାର ନା ସିଏମ୍ସି କର୍ତ୍ତୃପକ୍ଷ କେହି ହେଲେ ଏ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
ରାଜ୍ୟର ସବୁ ବିଶ୍ୱ ସ୍ତରୀୟ ବୋଲି ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହା କି ପ୍ରକାର ବିଶ୍ୱସ୍ତରୀୟ ବୋଲି ସାଧାରଣ ଜନତା ପ୍ରଶ୍ନ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1657772750.jpg)