Advertisment

ଏବେ ବାୟୁରୁ ତିଆରି ହେବ ପାଣି

ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍‌ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।

ଅଦ୍ୟତନ ହୋଇଛି
Water can be made from air

Water can be made from air

Advertisment

ସାରା ଦୁନିଆରେ ଜଳବାୟୁ ପରିପର୍ତ୍ତନ ଅନେକ ସମସ୍ୟାର କାରଣ ହୋଇଛି। ଏହା ମଧ୍ୟରୁ ପିଇବା ପାଣି ସମସ୍ୟା ଗମ୍ଭୀର ହେବାରେ ଲାଗିଛି। ୨୦୩୦ ସୁଦ୍ଧା ପୃଥିବୀରେ ୪୦ ପ୍ରତିଶତ ପାଣି ହ୍ରାସ ପାଇବ ବୋଲି ଏକ ଆକଳନରୁ ଜଣାପଡିଛି। ସଂଯୁକ୍ତ ରାଷ୍ଟ୍ର ଏହାକୁ ଏକ ବଡ ସମସ୍ୟା ଭାବେ ନେଇଛି। ତେବେ ସମସ୍ୟାର ସମାଧାନ ପାଇଁ ବୈଜ୍ଞାନିକମାନେ ଲାଗିଛନ୍ତି। ସେମାନେ ବର୍ତ୍ତମାନ ବାୟୁରୁ ଜଳ ତିଆରି କରିବା ଟେକ୍‌ନିକ୍ ବିକଶିତ କରିବା ଯୋଜନା କରୁଛନ୍ତି।

Advertisment
Water can be made from airଏବେ ବାୟୁରୁ ତିଆରି ହେବ ପାଣି

ଏହି ବାୟୁମଣ୍ଡଳୀୟ ଜଳ ଅମଳକାରୀ ଯନ୍ତ୍ର (AWH) ସେ ସ୍ଥାନରୁ ଜଳ ବାହାର କରିପାରିବ ଯେଉଁଠାରେ ବିଶୁଦ୍ଧ ଜଳର ସୁବିଧା ମଧ୍ୟ ନ ଥିବ। ଆକ୍ସ ମୁନ୍‌ସାଟ୍ ଫ୍ୟାକ୍ଟ୍ରିର ଜ୍ୟାକ୍ ଲର୍ଡର ଅନୁସନ୍ଧାନକାରୀମାନେ ଏଭଳି ଜଳ ଅମଳର ପରିକଳ୍ପନା କରିଥିଲେ ଏବଂ ଏହାର ପ୍ରୋଟୋଟାଇପ୍ ମଡେଲ୍ ବିକଶିତ କରିଥିଲେ, ଯାହା ସୌର ଶକ୍ତିରେ ଚାଲିଥାଏ।

Advertisment

ଜଣେ ବ୍ୟକ୍ତିକୁ ଶୁଷ୍କ ଅଞ୍ଚଳରେ ବି ହାଇଡ୍ରେଟ୍ ରଖିବା ପାଇଁ ଏହି ପ୍ରକ୍ରିୟାରୁ ପର୍ଯ୍ୟାପ୍ତ ପରିମାଣର ଜଳ ବାହାର କରାଯାଇ ପାରିବ। ନେଚର ଜର୍ଣ୍ଣାଲରେ ପ୍ରକାଶିତ ଖବର ଅନୁସାରେ ଗୁଗୁଲ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ୟୁନିସେଫ୍ ଏବଂ ଏକ୍ସ ମୁନ୍‌ସାଟ୍‌ କାରଖାନାର ଅନୁସନ୍ଧାନକାରୀମାନେ ଯୋଗ ଦେଇଥିଲେ। ଅନୁସନ୍ଧାନକାରୀମାନେ ଏହି ଉଦ୍ଭାବନର ପ୍ରକ୍ରିୟାକୁ ବିସ୍ତୃତ ଭାବରେ ବ୍ୟାଖ୍ୟା କରିଥିଲେ ଏବଂ ସେମାନଙ୍କର ପ୍ରୋଟୋଟାଇପ୍‌ର ଡିଜାଇନ୍ ବିଷୟରେ ମଧ୍ୟ କହିଥିଲେ।

ସେମାନେ କହିଛନ୍ତି ଯେ ଏହି ଉପକରଣ ପ୍ରତ୍ୟେକ ବ୍ୟକ୍ତିର ଦୈନନ୍ଦିନ ଆବଶ୍ୟକତା ଅନୁଯାୟୀ ପାଞ୍ଚ ଲିଟର ଜଳ ଯୋଗେଇ ପାରିବ। ସେମାନେ ଦର୍ଶାଇଛନ୍ତି ଯେ ଲୋକଙ୍କ ପାଖରେ ସୁରକ୍ଷିତ ପାନୀୟ ଜଳ ପହଞ୍ଚେଇବା ଏକ ବିଶ୍ୱସ୍ତରୀୟ ଆହ୍ୱାନ।

Advertisment

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଆଜି ବିଶ୍ୱରେ ୨.୨ ବିଲିଅନ୍ ଲୋକ ପାନୀୟ ଜଳ ସେବା ପାଇବାରେ ସକ୍ଷମ ହେଉ ନାହାନ୍ତି। ଏଥି ସହିତ, ୪.୨ ବିଲିୟନ ଲୋକ ସୁରକ୍ଷିତ ପରିମଳ ସେବା ପାଇପାରୁ ନାହାନ୍ତି ଏବଂ ତିନି ବିଲିୟନ ଲୋକଙ୍କ ପାଖରେ ହାତ ଧୋଇବାର ମଧ୍ୟ ସୁବିଧା ନାହିଁ।

Water can be made from airଏବେ ବାୟୁରୁ ତିଆରି ହେବ ପାଣି

ମିଳିତ ଜାତିସଂଘର ମିଳିତ ମନିଟରିଂ ପ୍ରୋଗ୍ରାମ୍‌ ରିପୋର୍ଟ ଅନୁଯାୟୀ, ବିଶ୍ୱର ପ୍ରତି ତିନି ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ପାନୀୟ ଜଳ ପାଇପାରୁ ନାହାଁନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସଂଖ୍ୟା ଆଗକୁ ଅଧିକ ଗମ୍ଭୀର ହେବ। ଅନୁସନ୍ଧାନକାରୀମାନେ ସେମାନଙ୍କ ବିବୃତ୍ତିରେ କହିଛନ୍ତି ଯେ ଏହି ସମସ୍ୟାର ବିଶାଳତା, ଗମ୍ଭୀରତା ଓ ମାନବ ମୂଲ୍ୟକୁ ଦୃଷ୍ଟିରେ ରଖି ବହୁ ବର୍ଷ ଧରି ଏହାର ସମାଧାନ କରିବାକୁ ଚେଷ୍ଟା ଚାଲିଥିଲା।

ଟିମ୍ ଜାଣିବାକୁ ପାଇଲେ ଯେ ଜଳ ଅମଳକାରୀ ଯନ୍ତ୍ର କ୍ରମାଗତ ଭାବରେ କାର୍ଯ୍ୟ କରିବା ପାଇଁ ଦିନର ଜଳବାୟୁ ପରିସ୍ଥିତି ଯଥେଷ୍ଟ। ତିନି ବର୍ଷର କାର୍ଯ୍ୟ ପରେ ଅନୁସନ୍ଧାନକାରୀମାନେ ଏକ ଉପକରଣ ତିଆରି କରିବାରେ ସକ୍ଷମ ହୋଇଥିଲେ ଯାହା ଲିଟର ପିଛା ୦.୧୦ ଡଲାର ହାରରେ ପାନୀୟ ଜଳ ଉତ୍ପାଦନ କରିବ। ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଏହି ଜଟିଳ ସମସ୍ୟାର ଏକ ସମାଧାନ ହେଉଛି ଏହି କୌଶଳ।

Water Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ