Advertisment

ଯୁଆଡେ ଅନେଇଲେ ଖାଲି ପାଣି ହିଁ ପାଣି; ଅସରାଏ ବର୍ଷାରେ ବେହାଲ ଟ୍ୱିନ୍‌ସିଟି

କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର।

Water Logging

Water Logging

Advertisment

ସାମାନ୍ୟ କାଳବୈଶାଖୀ ବର୍ଷାରେ ଉବୁଟୁବୁ ଟ୍ୱିନସିଟି। କଟକ ସମେତ ରାଜଧାନୀ ଭୁବନେଶ୍ୱରରେ ତଳିଆ ଅଞ୍ଚଳ ହୋଇଛି ଜଳାର୍ଣ୍ଣବ। ସିଏମସିର ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀ ମୁଖ୍ୟ ରାସ୍ତା ସହ କେତେକଙ୍କ ଘରେ ଆଣ୍ଠୁଏ ଆଣ୍ଠୁଏ ପାଣି। ଟିକିଏ ବର୍ଷାରେ ଏଠିକାର ବାସିନ୍ଦା ଅତି ଶୋଚନୀୟ ଅବସ୍ଥାରେ ଜୀବନ ଯାପନ କରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟେ ସିଏମସି ମେୟର କହିଛନ୍ତି, ଅଦିନିଆ ବର୍ଷା ଯୋଗୁ ଏପରି ଅବସ୍ଥା। ଖୁବଶୀଘ୍ର ପଦକ୍ଷେପ ନିଆଯିବ।

Advertisment

କଟକ ମହାନଗର ନିଗମ ୩୧ ଓ ୩୨ ନମ୍ବର ୱାର୍ଡ ଫ୍ରେଣ୍ଡସ କଲୋନୀରେ ଯୁଆଡେ ଅନେଇଲା ଖାଲି ପାଣି ହିଁ ପାଣି। ଅସରାଏ ବର୍ଷାରେ ରାସ୍ତା ହେଉ କି ଘର ସବୁଠି ଆଣ୍ଠୁଏ ଆଣ୍ଠୁଏ ପାଣି। ଆଉ ସେହି ପାଣି ଭିତରେ ଚଳପ୍ରଚଳ କରୁଛନ୍ତି ପ୍ରାୟ ୫୦ ପରିବାର। କାଳବୈଶାଖୀ ବର୍ଷାରେ ଶୋଚନୀୟ ହୋଇପଡିଛି ଏହି ଅଞ୍ଚଳବାସୀଙ୍କ ଅବସ୍ଥା। ଟିକିଏ ବର୍ଷା ହେଲେ ଏଠାରେ ଦିନ ଦିନ ଧରି ଜମି ରହୁଛି ବର୍ଷା ପାଣି। ଏହି ଅଞ୍ଚଳର ନାଳ ଗୁଡ଼ିକ ସଠିକ୍ ଭାବେ ସଫା ନ ହେବାରୁ ବର୍ଷା ଜଳ ନିଷ୍କାସନ ହୋଇପାରୁନାହିଁ। ଏଥିପାଇଁ ପିଲାଠାରୁ ବୟସ୍କ ସମସ୍ତେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଫ୍ରେଣ୍ଡସ କଲୋନୀ ବାସିନ୍ଦା।

କିଛି ଦିନ ତଳେ ଏହି ଅଞ୍ଚଳରେ ବକ୍ସ ଡ୍ରେନର ଉଦଘାଟନ ହୋଇଥିଲା। ସମସ୍ତଙ୍କ ମନରେ ଆଶା ଥିଲା ବକ୍ସ ଡ୍ରେନ ହେଲେ ବର୍ଷା ଜଳ ନିଷ୍କାସନ ହୋଇଯିବ। ହେଲେ ବକ୍ସ ଡ୍ରେନ ଯୋଗୁ ବେଶୀ ସମସ୍ୟା ଉପୁଜିଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପେଟ ମେୟର କହିଛନ୍ତି, ଅଦିନିଆ ବର୍ଷାରେ ଏଭଳି ସମସ୍ୟା ଉପୁଜିଛି। ଖୁବ୍ ଶୀଘ୍ର ଏ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ।

Advertisment

ଖାଲି କଟକ ନୁହେଁ, ରାଜଧାନୀରେ ବି ଜାରି ରହିଛି ବର୍ଷା। ଅଦିନିଆ ବର୍ଷା ଯୋଗୁ ରାଜଧାନୀ ବାସି ମଧ୍ୟ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । କୋହଲା ପାଗ ଯୋଗୁ ଘରୁ ବାହାରକୁ ବାହାରିବାକୁ ଉଚିତ ମଣୁନାହାନ୍ତି।

Twin City Water Logging
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ