Advertisment

ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା; ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ

ଅପରିଷ୍କାର ଅମୃତଧାରାକୁ ନିଜ ହାତରେ ସଫା କଲେ ବ୍ଲକ୍‌ ଉପାଧ୍ୟକ୍ଷ...କେବଳ ଏତିକି ନୁହେଁ ବରଂ ଅଚଳ ଥିବା ପାଣିଟାଙ୍କିକୁ କଲେ ସଚଳ...ଦେଖନ୍ତୁ ଏହି ସୁନ୍ଦର ଦୃଶ୍ୟ...

Birmaharajpur Block Vice Chairman

Birmaharajpur Block Vice Chairman

Advertisment

ବ୍ଲକ ଉପାଧ୍ୟକ୍ଷଙ୍କ ମହାନତା । ନିଜ ହାତରେ ନିଜେ ସଫାକଲେ ଅମୃତଧାରା । ଦୀର୍ଘଦିନରୁ ଅଚଳ ଓ ମଇଳା ଆବର୍ଜନା ହୋଇ ପଡି ରହିଥିବା ଅମୃତଧାରାକୁ ନିଜ ହାତରେ ସଫେଇ କରିବା ସହ ତାକୁ ସଚଳ କରାଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ଦେଖାଇଛନ୍ତି ଏଭଳି ମହନୀୟତା ।

Advertisment

ବୀରମହାରାଜପୁର ମୁଖ୍ୟ ଛକରେ ଥିବା ଅମୃତଧାରା ଥଣ୍ଡା ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘଦିନରୁ ଅଚଳ ହୋଇ ପଡିରହିଥିଲା । ଏବେ ଖରାଦିନ ଆରମ୍ଭ ହୋଇଯିବା ସହ ଜଳକଷ୍ଟ ଦେଖାଦେଲାଣି । ଏଣୁ ବୀରମହାରାଜପୁରକୁ ଆସୁଥିବା ଲୋକେ କିଭଳି ଥଣ୍ଡା ପାନୀୟ ଜଳ ମୁନ୍ଦାଏ ପାଇବେ, ସେନେଇ ପ୍ରାଥମିକତା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ।

ନାରାୟଣ ଲୁହାଂକ ପତ୍ନୀ ଶାନ୍ତି ଲୁହା ଏଥର ବ୍ଲକ ଅଧ୍ୟକ୍ଷା ହୋଇଛନ୍ତି । ଉତ୍କଳ ଦିବସ ଅବସରରେ ଏଭଳି ଏକ ମହତ କାମ ହାତକୁ ନେଇଛନ୍ତି ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ନିଜ ହାତରେ ମଇଳା ସଫା କରିବା ସହ ଏହାକୁ ଆଜିଠାରୁ କାର୍ଯ୍ୟକ୍ଷମ କରାଇଛନ୍ତି । ନାରାୟଣଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶାଂସା କରାଯାଇଛି।

Advertisment

ରିପୋର୍ଟର- ରବିନ୍ଦ୍ର ହୋତା

Politics Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ