Advertisment

ଯାତ୍ରା, ମେଲୋଡିରେ ଅଶ୍ଳୀଳତା ପ୍ରଦର୍ଶନ ଉପରେ ଲାଗିଲା କଟକଣା

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି।

ଅଦ୍ୟତନ ହୋଇଛି
Odisha Bans Vulgar Dance On Jatra and Melody Stages

Vulgar dance performances bans on Jatra and Melody stages

Advertisment

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନକୁ ଆଦ୍ରୌ ପ୍ରଶୟ ଦିଆଯିବ ନାହିଁ। ଏପରିକି ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ସମସ୍ତ ପ୍ରକାର ଅଶ୍ଳୀଳ ଦୃଶ୍ୟ ଓ ନଗ୍ନ ପ୍ରଦର୍ଶନକୁ ତୁରନ୍ତ ବନ୍ଦ କରିବା ପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି।

Advertisment

ଯାତ୍ରା ଓ ମେଲୋଡି ପାଇଁ ଅନୁମତି ଦେବା ବେଳେ ସର୍ତ୍ତାବଳୀରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରିବାକୁ ମଧ୍ୟ କୁହାଯାଇଛି। ଯେପରିକି କୌଣସି ଅଶ୍ଳୀଳତା ଓ ନଗ୍ନ ପ୍ରଦର୍ଶନ ହେବ ନାହିଁ। ଏହାସହ ଦ୍ୱିଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ବିଭାଗର ନିର୍ଦ୍ଦେଶକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରା ଓ ମେଲୋଡି ରାଜ୍ୟରେ ମନୋରଞ୍ଜନର ଏକ ଲୋକପ୍ରିୟ ମାଧ୍ୟମ।

କିନ୍ତୁ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ, ଅଙ୍ଗଭଙ୍ଗୀ, ଦ୍ୱିଅର୍ଥବୋଧକ ସଂଳାପ ଓ ଅଭିନୟ ଦ୍ୱାରା ପରିବାର ସଦସ୍ୟ ଏକାଠି ବସି ନାଟକ ଦେଖିବା ସମ୍ଭବ ହେଉନି। ଯୁବକ, ଯୁବତୀମାନେ ବିପଥଗାମୀ ହେଉଛନ୍ତି । ଏହାସହ ଆମର ସଂସ୍କୃତି ମଧ୍ୟ କଦର୍ଥ ହେଉଛି । ତେଣୁ ଏହାକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ।

Advertisment
Vulgar Dance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ