Advertisment

୨୦୨୧ରେ ଭାଇରାଲ୍ ହୋଇ ହୃଦୟ ଜିତିଥିବା ଭିଡିଓ, ବଚପନ କା ପ୍ୟାରରୁ ମାନିକେ ମାଗେ ହିଥେ ପର୍ଯ୍ୟନ୍ତ

୨୦୨୧ରେ ସୋସିଆଲ୍ ମିଡିଆରେ ଅନେକ ଭିଡିଓ ଭାଇରାଲ୍ ହୋଇଛି। ଏହାରି ଭିତରେ ଏମିତି କିଛି ଭିଡିଓ ଅଛି ଯାହା ମନରେ ନୁହେଁ ହୃଦୟରେ ଛାପହୋଇ ରହିଯାଇଛି।

ଅଦ୍ୟତନ ହୋଇଛି
Viral videos of this year

Viral videos of this year

Advertisment

୨୦୨୧ ଶେଷ ପର୍ଯ୍ୟାୟରେ। ଚଳିତ ବର୍ଷ ଯାହା କିଛି ଦେଇଛି ତାହା ନିଶ୍ଚିତ ଲୋକଙ୍କ ସ୍ମୃତିରେ ରହିବ। ଏହି ବର୍ଷ କରୋନା ମହାମାରୀ ଯୋଗୁଁ ଅନେକ ଲୋକ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି। ବର୍ଷ ଆରମ୍ଭରୁ ଲୋକମାନେ ଘରେ ରହିବାକୁ ଶିଖିଥିଲେ।

Advertisment

ଅଫିସ୍ ହେଉ କି ସ୍କୁଲ କିମ୍ବା କଲେଜ, ଲୋକମାନେ ଘରୁ ନିଜ କାମ କରୁଛନ୍ତି। ଏସବୁ ମଧ୍ୟରେ ୨୦୨୧ରେ କିଛି ଲୋକଙ୍କ ଭିଡିଓ ଖୁବ୍ ଭାଇରାଲ୍ ହୋଇଛି। ଲୋକମାନେ ଘରେ ରହି ମଧ୍ୟ ଏହି ସବୁ ଭିଡିଓଗୁଡିକ ଦେଖି ବହୁତ ମଜା ଉଠେଇଛନ୍ତି। ୨୦୨୧ ବର୍ଷରେ ଭାଇରାଲ୍ ହୋଇଥିବା ଭିଡିଓଗୁଡିକ ଏବେ ସାରା ବିଶ୍ୱରେ ଛାଇ ଯାଇଛି। ତେବେ ଆସନ୍ତୁ ଏହିସବୁ ଭିଡିଓ ଉପରେ ନଜର ପକେଇନେବା।

ପାଉରୀ ହୋ ରହୀ ହେ:

ପାଉରୀ ଗାର୍ଲକୁ କିଏ ବା ନ ଜାଣେ ? ଏହି ଭିଡିଓ ଚଳିତ ବର୍ଷ କମାଲ କରିଥିଲା। ସେ ଷ୍ଟାର୍‌ ହୁଅନ୍ତୁ କି ସୁପରଷ୍ଟାର, ସମସ୍ତେ ଏହି ଭିଡିଓରେ ମିମ୍ସ ତିଆରି କରିଛନ୍ତି ଓ ସେୟାର କରିଛନ୍ତି। ଏହି ଭିଡିଓକୁ ୟୁଟ୍ୟୁବରେ ୭୦ ମିଲିୟନରୁ ଅଧିକ ଥର ଦେଖାଯାଇଛି।

Advertisment

ବଚ୍‌ପନ୍ କା ପ୍ୟାର୍:

ଆପଣ ତ ନିଶ୍ଚିତ ସହେଦେବ ଦିର୍ଦୋଙ୍କୁ ଜାଣିଥିବେ। ଆମେ ସେହି ସହଦେବଙ୍କ କଥା କହୁଛୁ ଯିଏ “ଜାନେ ମେରୀ ଜାନେମନ, ବଚ୍‌ପନ୍ କା ପ୍ୟାର୍ ମେରା, ଭୁଲ୍‌ ନହିଁ ଜାନାରେ ... ” ଗୀତ ଗାଇ ରେକର୍ଡ ସୃଷ୍ଟି କରିଥିଲେ। ଛତିଶଗଡର ସହଦେବଙ୍କ ଦ୍ୱାରା ବୋଲା ଯାଇଥିବା ଏହି ଗୀତ ୨୦୨୧ରେ ଏତେ ଭାଇରାଲ ହୋଇଥିଲା ଯେ ସେ ରାତାରାତି ତାରକା ବନିଯାଇଥିଲେ। ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ହୁଅନ୍ତୁ ବା ଟିଭି ଚ୍ୟାନେଲ ସମସ୍ତେ ସହଦେବଙ୍କୁ ସମ୍ମାନିତ କରିଥିଲେ ଆଉ ନିଜର ଅତିଥି କରିଥିଲେ। ବଲିଉଡ୍‌ ଗାୟକ ବାଦଶାହ ତାଙ୍କ ସହ ଏକ ଗୀତ ମଧ୍ୟ ଗାଇଥିଲେ। ଏବେ ତ ସମସ୍ତଙ୍କ ଝିଭରେ ‘ବଚ୍‌ପନ୍‌ କା ପ୍ୟାର୍’ ରହିଯାଇଛି।

Advertisment

ମଦ ଦୋକାନ ଆଗରେ ଠିଆହୋଇଥିବା ଆଣ୍ଟି:

ଏପ୍ରିଲ୍ ୨୦୨୧ ମସିହାରେ, ଯେତେବେଳେ ଦିଲ୍ଲୀରେ ଏକ ସପ୍ତାହ ପାଇଁ ଲକ୍‌ଡାଉନ୍ ଘୋଷଣା କରାଯାଇଥିଲା, ସେତେବେଳେ ମଦ ଦୋକାନରେ ଲୋକଙ୍କ ଭିଡ ଜମିଯାଇଥିଲା। ଏହି ଭାଇରାଲ୍ ଭିଡିଓ ଏକ ମଦ ଦୋକାନର, ଯେଉଁଠାରେ ଜଣେ ଆଣ୍ଟି ମଦ ପାଇଁ ଏକ ଲାଇନ୍‌ରେ ଠିଆ ହୋଇଥିଲେ। ଏହି ସମୟରେ ଆଣ୍ଟି କହୁଥିଲେ ଯେ- କରୋନାକୁ ଏଡାଇବା ପାଇଁ କୌଣସି ଔଷଧ ନାହିଁ, ମଦ୍ୟପାନ ହିଁ ସର୍ବୋତ୍ତମ। ମୁଁ ତ ମଦ୍ୟପାନ କରି ଠିକ୍ ହୋଇଯିବି। ଏହି ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିଲା।

ରେମଡେସିଭିର୍ ବା ରେମୋ ଡି’ସୁଜା:

ଏହି ବର୍ଷ ଲୋକମାନେ କରୋନାକୁ ନେଇ ଖୁବ୍ ବିରକ୍ତିଭାବ ପ୍ରକାଶ କରିଥିଲେ। 'ରେମଡେସିଭିର' ଇଞ୍ଜେକ୍ସନର ଦଲାଲକୁ ନେଇ ସାରା ଦେଶରେ ଏକ ଖବର ଆସିଥିଲା। ଏପରି ପରିସ୍ଥିତିରେ, ଗଣମାଧ୍ୟମ ସହିତ କଥାବାର୍ତ୍ତା କରୁଥିବା ସମୟରେ, ଜଣେ ବ୍ୟକ୍ତି 'ରେମୋଡେସିଭର୍' କୁ 'ରେମୋ ଡି’ସୁଜା' ଇଞ୍ଜେକ୍ସନ୍ ବୋଲି କହିଥିଲେ। ଏହି ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ କୋରିଓଗ୍ରାଫର ରେମୋ ଡି’ସୁଜା ମଧ୍ୟ ଏହି ଭିଡିଓକୁ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପୋଷ୍ଟ୍‌ କରିଛନ୍ତି।

ମାନିକେ ମାଗେ ହିଥେ:

ଶ୍ରୀଲଙ୍କାର ଭାଇରାଲ୍ ସିଙ୍ଗର ୟୋହାନୀଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କର ଲୋକପ୍ରିୟ ଗୀତ ‘‘ମାନିକେ ମାଗେ ହିଥେ’ ଜବରଦସ୍ତ ଭାଇରାଲ ହେବା ପରେ ସେ ବର୍ତ୍ତମାନ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେନ୍ସେସନ ହୋଇଯାଇଛନ୍ତି। ଏହା ଭିତରେ ତାଙ୍କର ଅନେକ ଭାରତୀୟ ପ୍ରଶଂସକ ମଧ୍ୟ ହୋଇଗଲେଣି। ୟୋହାନୀଙ୍କ ବୟସ ୨୮। ତାଙ୍କ ବାପା ଜଣେ ଆର୍ମି ଅଫିସର ହୋଇଥିବା ବେଳେ ମା ଜଣେ ଏୟାର ହଷ୍ଟେସ୍। ପିଲାଟି ଦିନରୁ ଗୀତକୁ ଭଲ ପାଉଥିବା ଶ୍ରୀଲଙ୍କା ଝିଅ ୟୋହାନିଙ୍କ ଗୀତ ‘ମାନିକେ ମାଗେ ହିଥେ’ ଆଜି ସମସ୍ତଙ୍କ ହୃଦୟକୁ ଆନ୍ଦୋଳିତ କରୁଛି। ଭାଷା ବୁଝି ହେଉ ନ ଥିଲେ ବି ଭାବ ଏତେ ମନ ଛୁଆଁ ଯେ, ସମସ୍ତେ ଗୁଣୁଗୁଣଉଛନ୍ତି।

New Year Look Back 2021 Viral Videos Of This Year
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ