• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମ୍ୟୁଜିକ ବାଜିଲା, ଆଉ ରାସ୍ତାରେ ନାଚି ଉଠିଲେ ବାଇକ ଚାଳକ ଓ ଯାତ୍ରୀ । ଡିଜେର ମ୍ୟୁଜିକ ତାଳେ ତାଳେ ନୁହେଁ ବରଂ ଏକ ଟ୍ରକର ହର୍ଣ୍ଣ ଶୁଣି ନାଚିଲେ ଯୁବଗୋଷ୍ଠୀ । ତେବେ ନାଚିବା ପାଇଁ ଟ୍ରକକୁ ଯିବାକୁ ବି ରାସ୍ତା ଦେଇନଥିଲେ । ନାଗିନ୍ ମ୍ୟୁଜିକ୍‌ର ହର୍ଣ୍ଣର ତାଳେ ତାଳେ ନାଚିଲେ, ରାସ୍ତାରେ ଗଡ଼ିଲେ, ଆଉ ଭିଡିଓ ବି କଲେ । ମଧ୍ୟପ୍ରଦେଶ ଇନ୍ଦୋରର ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

କିଛି ବାଇକ ଚାଳକ ଟୁର୍ କଲାବେଳେ ଏକ ଟ୍ରକ ସହ ସାମ୍ନା ସାମ୍ନି ହୋଇଥିଲେ । ଆଉ ଟ୍ରକ୍‌ର ହର୍ଣ୍ଣ ଶୁଣି ନାଚିବାରେ ଲାଗିଥିଲେ । ତେବେ ଯୁବକଙ୍କ ନାଚ ଦେଖି ଟ୍ରକ ଚାଳକ ମଧ୍ୟ କିଛି ସମୟ ପାଇଁ ହର୍ଣ୍ଣ ବଜାଇ ରାସ୍ତାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଲା ।

ସାଧାରଣ ହର୍ଣ୍ଣ ପରିବର୍ତ୍ତେ ଟ୍ରକ ଚାଳକ ନିଜ ଟ୍ରକରେ ମ୍ୟୁଜିକାଲ ହର୍ଣ୍ଣ ସିଷ୍ଟମ ଲଗାଇଥିଲେ, ଯାହାର ଇଫେକ୍ଟ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଟ୍ରକର ହର୍ଣ୍ଣ ଏବଂ ହର୍ଣ୍ଣ ସହ ବାଇକରଙ୍କ ନାଗିନ୍ ଡ୍ୟାନ୍ସ ଏବେ ଖୁବ୍ ଭାଇରାଲ ହେଉଛି । ମେଘୁଆ ପାଗର ମଜା ନେବାକୁ ପର୍ଯ୍ୟଟକମାନେ ଏମିତି ନାଚୁଥିବା କଥା କୁହାଯାଉଛି ।

ଏପରିକି ଜଣେ ଟୁଇଟର ୟୁଜର୍ସ କେନ୍ଦ୍ର ସଡ଼କ-ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଟାଗ୍ କରି ଲେଖିଛନ୍ତି , ଏହା ହେଉଛି ମ୍ୟୁଜିକାଲ ହର୍ଣ୍ଣର ସାଇଡ ଇଫେକ୍ଟ ।