Advertisment

କୁକୁର ବର୍ଥ ଡେ’ରେ ଉଡିଲା ୫୨୦ଟି ଡ୍ରୋନ୍; ଖର୍ଚ୍ଚ ହେଲା ୧୧ ଲକ୍ଷ

ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

ଅଦ୍ୟତନ ହୋଇଛି
Viral news woman spends 11 lakh rupees for her dog birthday celebration

Viral news woman spends 11 lakh rupees for her dog birthday celebration

Advertisment

ବେଜିଂ: ବିଶ୍ୱରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଗୃହପାଳିତ ପଶୁପକ୍ଷୀଙ୍କୁ ଭଲପାଆନ୍ତି । କେହି କେହି ସେମାନଙ୍କୁ ନଜ ଜୀବନଠୁ ବି ଅଧିକ ଭଲପାଇଥାନ୍ତି । ଠିକ୍‌ ଏହିଭଳି ଏକ ଘଟଣା ଚାଇନାରେ ମଧ୍ୟ ଦେଖିବାକୁ ମିଳିଛି । ଚାଇନା ସ୍ଥିତ ହୁନାନ ଅଞ୍ଚଳର ଜଣେ ମହିଳା ନିଜ ପୋଷା କୁକୁରକୁ ନିଜଠାରୁ ବି ଅଧିକ ଭଲପାଇଥାନ୍ତି । ଏମିତିକି ସେ ତାଙ୍କ କୁକୁରର ଜନ୍ମଦିନ ଉପଲକ୍ଷେ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

Advertisment

କୁକୁରର ଜନ୍ମଦିନର ଏକ ଭିଡିଓ ସୋସିଆଲ୍ ଇଡିଆରେ ସେୟାର କରାଯାଇଛି । ଯାହା ଏବେ ବେଶ୍ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ଥିବା କୁକୁରର ନାମ ହେଉଛି ଡୋ ଡୋ ।

Viral news woman spends 11 lakh rupees for her dog birthday celebration

ନ୍ୟୁଜ୍‌ ଏଜେନ୍ସି ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି କୁକୁରର ଜନ୍ମଦିନ ପାଳନ ପାଇଁ ସମୁଦାୟ ୫୨୦ଡ୍ରୋନ୍ ବ୍ୟବହାର କରାଯାଇଥିଲା । କୁକୁରକୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ପାଇଁ ଡ୍ରୋନ୍‌ ବ୍ୟବହାର କରାଯାଇଥିଲା । ଜନ୍ମଦିନର ଭିଡିଓ ଟିକଟୋକରେ ସେୟାର ହେବା ପରଠୁ ହିଁ ଭିଡିଓଟି ଖୁବ୍‌ ଶୀଘ୍ର ଭାଇରାଲ୍ ହେବାରେ ଲାଗିଥିଲା ।

Advertisment
Viral news woman spends 11 lakh rupees for her dog birthday celebration

ନିଜ କୁକୁରର ଜନ୍ମଦିନକୁ ସ୍ୱତନ୍ତ୍ର ଭାବରେ ପାଳନ କରିବା ପାଇଁ କୁକୁରର ମାଲିକ ନିଜେ ସାନ୍ତାଙ୍କ ପୋଷାକ ପିନ୍ଧିଥିଲେ । ଏଭଳି ଜନ୍ମଦିନ ପାଳନ ହେଉଥିବା ନେଇ ଲୋକମାନେ ବିଭିନ୍ନ ମତ ପ୍ରକାଶ କରିଥିଲେ । ଯେଉଁଥିରେ ପ୍ରାୟ ସମସ୍ତେ କହିଥିଲେ ଯେ, ସେମାନେ କେବେ କାହା ବିବାହ ଉତ୍ସବରେ ମଧ୍ୟ ଏହିପରି ପାଳନ କରାଯାଉଥିବାର ଦେଖିନଥିଲେ ।

Viral news woman spends 11 lakh rupees for her dog birthday celebration

ଏନେଇ ଜନ୍ମଦିନ ଆୟୋଜନ କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କୁକୁରର ମାଲିକ କୁକୁରର ଉତ୍ସବକୁ ଅତି ସ୍ୱତନ୍ତ୍ର କରିବାକୁ ଚାହୁଁଛନ୍ତି । ତେଣୁ ସେ ଏତେ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ପ୍ରୟାସ କରିଥିଲେ । ଏହାସହ କୁକୁରର ଜନ୍ମଦିନ ପାଇଁ ପ୍ରାୟ ୩୦ ମିନିଟ ପାଇଁ କୁକୁରମାନଙ୍କ ସ୍ୱରରେ ଜନ୍ମଦିନ ଶୁଭକାମନାର ଗୀତ ମଧ୍ୟ ଗାଇବାର ଆୟୋଜନା କରାଯାଇଥିଲା ।ଏହି ଜନ୍ମଦିନ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ କହିଛନ୍ତି ଯେ, ଏଠାରେ କୁକୁରର ଜୀବନ ମଣିଷଙ୍କ ଅପେକ୍ଷା ବହୁତ ଭଲ ।

Advertisment
Special Story Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ