Advertisment

ଆଖି, କାନ, ନାକ,କାନ ଚାରିଆଡ଼େ ଟାଟୁ: ଚିତ୍ରବିଚିତ୍ର ଦେଖାଯାଉଛନ୍ତି ଏହି ଯୁବକ

ଯେଉଁଠି ଦେଖିଲେ ଖାଲି ଟାଟୁ ହିଁ ଟାଟୁ । ଆଖିରେ ଟାଟୁ କରି ଚର୍ଚ୍ଚାକୁ ଆସିଛନ୍ତି ଏହି ଯୁବକ...

Viral man makes tattoo on eyes using injection already had 60 tattoos on body

Viral man makes tattoo on eyes using injection already had 60 tattoos on body

Advertisment

ସାଧାରଣତଃ ଅନେକ ଲୋକ ଅଛନ୍ତି ଯେଉଁମାନେ ଟାଟୁ କରିବାକୁ ପସନ୍ଦ କରନ୍ତି । ଏମିତିକି ଏବେ ଟାଟୁ କରିବା ସମାଜରେ ଏକ ପ୍ରକାରର ଟ୍ରେଣ୍ଡ୍‌ ପାଲଟିଲାଣି । କିଏ ହାତରେ ତ କିଏ କାନ୍ଧରେ ତ ଆଉ କିଏ ଗୋଡ ପରି ଶରୀରର ବିଭିନ୍ନ ସ୍ଥାନରେ ଲୋକେ ଟାଟୁ କରିଥାନ୍ତି ।

Advertisment

କିଛି ଟାଟୁ ସୌକିନ୍‌ର ଲୋକ ଅଠନ୍ତି ଯେଉଁମାନେ ଶରୀରର ବିଭିନ୍ନ ସ୍ଥାନରେ ଟାଟୁ କରିଛନ୍ତି । ପ୍ରାୟ ଲୋକ ମୁହଁରେ ଟାଟୁ କରୁଥିବାବେଳେ କିଛି ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ପ୍ରାଇଭେଟ୍‌ ପାର୍ଟରେ ଟାଟୁ କରିଥାନ୍ତି । ହେଲେ ଏବେ ଟାଟୁକୁ ନେଇ କିଛି ନିଆରା ଘଟଣା ଦେଖିବାକୁ ମିଳିଛି । ଜଣେ ମଣିଷ ନିଜ ଆଖିରେ ଟାଟୁ କରିଛନ୍ତି । କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ ।

ସ୍ୱିଜରଲ୍ୟାଣ୍ଡରେ ରହୁଥିବା ଜଣେ ୪୪ ବର୍ଷର ବ୍ୟକ୍ତି ଆଣ୍ଡ୍‌ରିଆସ୍ ଷ୍ଟାଉଫିଗର (Andreas Stauffiger)ଙ୍କ ବଡ଼ ସୌଉକ ହେଉଛି ଟାଟୁ ବନାଇବା । ସେ ବର୍ତ୍ତମାନ ଅଗ୍ନିଶମ ବିଭାଗରେ କାର୍ଯ୍ୟରତ । ହେଲେ ୧୮ ବର୍ଷର ହୋଇଥିବାବେଳେ ସେ ତାଙ୍କ ଶରୀରରେ ପ୍ରଥମେ ଟାଟୁ ବନାଇଥିଲେ । ଯାହା ପରେ ବର୍ତ୍ତମାନ ସୁଦ୍ଧା ତାଙ୍କ ଶରୀରରେ ସେ ମୋଟ ୬୦ଟି ଟାଟୁ ବନାଇଛନ୍ତି ।

Advertisment

ହେଲେ ଏବେ ଆଣ୍ଡ୍‌ରିଆସ୍ ଏକ ଟାଟୁ କରିଛନ୍ତି ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଅଟେ । କାରଣ ଏହି ଟାଟୁକୁ ଦେଖିବା ମାତ୍ରେ ସମସ୍ତେ ନିଶ୍ଚିତ ରୂପେ ତାବୁଜ ହୋଇଯିବେ ।

Advertisment

ଆଖିରେ ଟାଟୁ

ଡେଲି ଷ୍ଟାର୍‌ ନାମକ ଏକ ନ୍ୟୁଜ୍‌ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆଣ୍ଡ୍‌ରିଆସ୍ ନିଜ ଆଖିର ଧଳା ଅଂଶରେ ଟାଟୁ ବନାଇଛନ୍ତି । ଏଥିପାଇଁ ସେ ସ୍ଲେରାଲ୍‌ ଟାଟୁ (scleral tattooing) କରିଛନ୍ତି । ଏହି ଟାଟୁ କରିବା ପାଇଁ ସେ ନିଜ ଆଖିକୁ ଇଞ୍ଜେକ୍‌ସନ୍‌ ମାଧ୍ୟମରେ ରଙ୍ଗିନ୍‌ କରିଛନ୍ତି । ଏହା କରିବା ଅତ୍ୟାଧିକ ବିପଦପୂର୍ଣ୍ଣ ହେଲେ ଏନେଇ ଯୁବକ ଜଣକ କହିଛନ୍ତି ଯେ, ଏହି ଟାଟୁ କରିବା ସମୟରେ ସେ କୌଣସି କଷ୍ଟ କି ଯନ୍ତ୍ରଣା ଅନୁଭବ କରିନାହାଁନ୍ତି । ସେ ନିଜ ଆଖିର ଧଳା ଅଂଶକୁ ଟାଟୁ ଦ୍ୱାରା ସବୁଜ ଓ ବାଇଗିଣି ରଙ୍ଗର କରିଛନ୍ତି ।

ଏହାସହ ସେ କହିଛନ୍ତି ଯେ, ଆଖିରେ ଟାଟୁ କରିବାର ମାତ୍ର କିଛି ଦିନ ପରେ ତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ଭ ହୋଇଥିଲା । ହେଲେ ତାହା ମଧ୍ୟ ୩ ଦିନରେ ଠିକ୍‌ ହୋଇଯାଇଥିଲା ।

ଜିଭରେ ଟାଟୁ

ଆଣ୍ଡ୍‌ରିଆସ୍ କହିଛନ୍ତି ଯେ, ‘ଟାଟୁ କରିବା ପରେ ଆଖିରେ ପୋଡାଜଳା ହେବା ସହ ଆଖିରେ ବାଲି ପଡ଼ିବା ଭଳି ଅନୁଭବ ହୋଇଥାଏ । ଯାହା ପରେ ସମ୍ପୂର୍ଣ୍ଣ ଭାବରେ ଆଖି ଠିକ୍‌ ହେବାକୁ ପ୍ରାୟ ୧ ମାସର ସମୟ ଲାଗିଥାଏ । ଥରେ ଆଖିର ଧଳା ଅଂଶରେ ଇଙ୍କ୍‌ ତଥା ରଙ୍ଗ ଲଗାଇଲେ ତାକୁ କେବେ ହେଲେ ପୂର୍ବ ପରି ଧଳା କରିହେବନାହିଁ । ହେଲେ କିଛି ଦିନ ବିତିବା ପରେ ଆଖିରେ ହୋଇଥିବା ଟାଟୁର ରଙ୍ଗ ହାଲୁକା ହେବାକୁ ଲାଗୁଛି । ତେଣୁ ଆଉଥରେ ଟାଟୁରେ ରଙ୍ଗ ଭରିବାକୁ ପଡିବ’ ।

କେବଳ ଆଖି ନୁହେଁ ଆଣ୍ଡ୍‌ରିଆସ୍ ଜିଭରେ ମଧ୍ୟ ଟାଟୁ କରିବାର ଯୋଜନା କରୁଛନ୍ତି ।

Tattoo Ajab Gajab News Weird News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ