Advertisment

ପିଡିଏସ୍ ପାଇଁ ହାତାହାତି; ନାଏବ ସରପଞ୍ଚଙ୍କୁ ପିଟିବାକୁ ଗୋଡ଼ାଇଲେ ଲୋକେ

ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ।

Violence

Violence

Advertisment

ପିଡିଏସ୍ ପାଇଁ ହାତାହାତି । ନିଜ ଅଞ୍ଚଳକୁ ଚାଉଳ ପହଞ୍ଚାଇବାକୁ ଦାବି କରି ଜନପ୍ରତିନିଧିଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଗାଁଲୋକେ । ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଛି ନୂଆପଡ଼ା ଖଡିଆଳ ବ୍ଲକର ମଣ୍ଡୋସିଲ୍ ଗାଁରେ । ଆଜି ସକାଳେ ପଞ୍ଚାୟତ କାର୍ଯ୍ୟାଳୟରେ ଚାଉଳ ବଣ୍ଟାଯିବାର ଥିଲା । ହେଲେ ବିଭିନ୍ନ ଗାଁ ଲୋକେ ନିଜ ନିଜ ଗାଁରେ ଏହାକୁ ପହଞ୍ଚାଇବାକୁ ଦାବି କରିଥିଲେ ।

Advertisment

ଏସମ୍ପର୍କରେ ପୂର୍ବରୁ ସରପଞ୍ଚଙ୍କ ସହ ଆଲୋଚନା ହୋଇଥିବାରୁ ଆଜି ଏହାର ଖିଲାପ କିପରି ହେଲା କହି ଲୋକେ ଉତ୍ୟକ୍ତ ହୋଇ ଉଠିଥିଲେ । ପରିସ୍ଥିତି ଏପରି ହୋଇଥିଲା କି ଲୋକେ ନିକଟରେ ଥିବା ନାଏବ ସରପଞ୍ଚଙ୍କୁ ଲୋକେ ମାଡ଼ ମାରିବାକୁ ଗୋଡ଼ାଇ ଥିଲେ । ଉତ୍ତେଜନାମୂଳକ ସ୍ଥିତି ହେବାରୁ ପିଡିଏସ୍ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ କାର୍ଯ୍ୟାଳୟରେ ତାଲା ପକାଇ ପଲାଇଛନ୍ତି ।

ଗାଁ ଗାଁରେ ପହଞ୍ଚାଇବି ପିଡିଏସ୍‌ ସାମଗ୍ରୀ। ପଞ୍ଚାୟତ ନିର୍ବାଚନ ବେଳେ ଏମିତି ପ୍ରତିଶ୍ରୁତି ଦେଇଥିଲେ ନବ ନିର୍ବାଚିତ ସରପଞ୍ଚ। ହେଲେ ଏବେ ସେ ସମ୍ପୂର୍ଣ୍ଣ ଅସହାୟ। ତାଙ୍କ କଥା ନା ନାଏବ ସରପଞ୍ଚ ଶୁଣୁଛନ୍ତି ନା ପିଡିଏସ୍‌ ବଣ୍ଟନ କରୁଥିବା ସେଲ୍ସମ୍ୟାନ୍‌। ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ସରପଞ୍ଚଙ୍କ ଆଗରେ ନାଏବ ସରପଞ୍ଚ ଓ ସେଲ୍‌ସମ୍ୟାନ୍‌ ସହିତ ଲୋକଙ୍କ ଧସ୍ତାଧସ୍ତି ହୋଇଥିଲା।

Advertisment

ସୂଚନାନୁସାରେ ଗାଁ ଗାଁରେ ପିଡିଏସ୍‌ ଚାଉଳ ପହଞ୍ଚାଇବେ ବୋଲି ପଞ୍ଚାୟତ ନିର୍ବାଚନ ସମୟରେ ବର୍ତ୍ତମାନର ସରପଞ୍ଚ ସୁବାଶିନୀ ପାନ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତାଙ୍କ କଥାରେ ରାଜି ହୋଇ ଗାଁ ଲୋକେ ତାଙ୍କୁ ଭୋଟ୍‌ ଦେଇଥିଲେ। ଆଉ ନିର୍ବାଚନରେ ବିଜୟୀ ହୋଇଥିଲେ ସୁବାଶିନୀ ପାନ। ହେଲେ ସରପଞ୍ଚ ମହାଶୟ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଇଥିଲେ। ସରପଞ୍ଚଙ୍କୁ ତାଙ୍କ ପ୍ରତିଶ୍ରୁତି ମନେ ପକାଇଦେବା ପାଇଁ ଆଜି ମଣ୍ଡୋସିଲ ଗାଁ ଲୋକେ ଆସିଥିଲେ।

ଗାଁ ଲୋକେ ସରପଞ୍ଚଙ୍କ ସହିତ ଆଲୋଚନା ବେଳେ କହିଥିଲେ, ମଣ୍ଡୋସିଲ ପଞ୍ଚାୟତ ସଦର ମହକୁମା କାର୍ଯ୍ୟାଳୟ ଓ କଣ୍ଟ୍ରୋଲ୍‌ ଚଚରାଭଟାରେ ରହିଛି। ଏଠାରୁ ମଣ୍ଡୋସିଲ୍‌ ଗ୍ରାମର ଦୂରତା ତିନି କିଲୋମିଟର। ପ୍ରବଳ ଖରାରେ ପିଡିଏସ୍‌ ସାମଗ୍ରୀ ନେବା ପାଇଁ ଏତେ ଦୂର ଆସିବା ଗାଁ ଲୋକଙ୍କ ପାଇଁ କଷ୍ଟକର ହେଉଥିଲା। ତେଣୁ ଗାଁରେ ପିଡିଏସ୍‌ ସାମଗ୍ରୀ ଯୋଗାଇ ଦିଆଯାଉ ବୋଲି ଲୋକେ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ।

Advertisment

ଗାଁ ଲୋକଙ୍କ ଏପରି ଅନୁରୋଧକୁ କଣ୍ଟ୍ରୋଲ୍‌ ସେଲ୍‌ସ ମ୍ୟାନଙ୍କ ସମେତ କେତେ ଜଣ ୱାର୍ଡ ମେମ୍ବର ଓ ନାଏବ ସରପଞ୍ଚ ବିରୋଧ କରିଥିଲେ। ଯାହାଫଳରେ ସେଲ୍‌ସମ୍ୟାନ ଓ ନାଏବ ସରପଞ୍ଚ ନିତ୍ୟାନନ୍ଦ ଶବରଙ୍କ ସହିତ ଲୋକଙ୍କର ଯୁକ୍ତିତର୍କ ହୋଇଥିଲା। ଏପରିକି ନାଏବ ସରପଞ୍ଚ ଓ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ କାହାକୁ ଚାଉଳ ଦେବୁନି କହି ସେଲ୍‌ସ ମ୍ୟାନ ଗୋଦାମ ଘରେ ତାଲା ପକାଇ ଦେଇଥିଲେ। ସରପଞ୍ଚ ତାଲା ଖୋଲିବାକୁ କହିଲେ ମଧ୍ୟ ସେ ଶୁଣି ଚାଲି ଯାଇଥିଲେ। ତାଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଦାବି କରିଛନ୍ତି।

Violence PDS Distribution
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ