Advertisment

ଗୁଣି ସନ୍ଦେହରେ ନିଆଁପାଣି ବାସନ୍ଦ, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଚେତାବନୀ

ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Villagers suspect family members of practising black magic, ostracise it

Villagers suspect family members of practising black magic, ostracise it

Advertisment

ଗୁଣି ସନ୍ଦେହରେ ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଦିଘି ଗାଁରେ ଗୋଟିଏ ପରିବାରକୁ ଲୋକେ ନିଆଁପାଣି ବନ୍ଦ କରିଛନ୍ତି। ପାଞ୍ଚ ବର୍ଷ ପୂର୍ବେ ଗାଁରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ଯୁବତୀଙ୍କୁ ଗୁଣି କରି କିଏ ମାରି ଦେଇଛି ବୋଲି ସନ୍ଦେହ ହେବାରୁ ମୃତ ଯୁବତୀଙ୍କ ପରିବାର ଲୋକେ ଖଟ ବିଦ୍ୟାର ଆଶ୍ରୟ ନେଇଥିଲେ।

Advertisment

ହରିହର ଜେନା ଗୁଣି କରି ସମ୍ପୃକ୍ତ ଯୁବତୀଙ୍କୁ ମାରି ଦେଇଥିବା ନେଇ ଗୁଣିଆ କହିବା ପରେ ଗାଁ ଲୋକେ ହରିହରଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରିଦେଲେ। ଆଉ ୨ ଲକ୍ଷ ଟଙ୍କାର ଜରିମାନା କରିଥିଲେ।

ହରିହର ୨ ଲକ୍ଷ ଟଙ୍କା ଜରିମାନା ଦେଇନପାରିବାରୁ ସାହି ଲୋକେ ହରିହରଙ୍କୁ ଗାଁରୁ ତଡ଼ି ଦେଇଥିଲେ। ଫଳରେ ହରିହର ତାଙ୍କ ପୁଅ ଝିଅର ବାହାଘର କରିପାରୁ ନାହାନ୍ତି। ନ୍ୟାୟ ଦେବା ଲାଗି ସେବେଠାରୁ ଥାନାଠୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଏ ଦୌଡ଼ିଛନ୍ତି।

Advertisment

ଏବେ ପୁଣିଥରେ ଏସ୍‌ପିଙ୍କ ପାଖରେ ହରିହର ଗୁହାରି କରିଛନ୍ତି। ଏଥର ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଛଡ଼ା ତାଙ୍କ ପାଖରେ ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି। ତେବେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଏସ୍‌ପି ପ୍ରତିଶ୍ରୁତି ଦେଇଛନ୍ତି। 

Black Magic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ