Advertisment

ସାଂସଦଙ୍କ ଗାଁକୁ ଭଲ ରାସ୍ତା ନାହିଁ, ଅଭିଯୋଗ କରି କରି ଥକିବା ପରେ ରାସ୍ତାରେ ଧାନ ରୋଇଲେ ଲୋକେ

କାଦୁଅ ପଚ ପଚ ରାସ୍ତାରେ ଯିବା ଆସିବା ଅସମ୍ଭବ..ଭିତ୍ତିପ୍ରସ୍ତର ସ୍ଥାପନର ୩ ମାସ ପରେ ବି କାମ ନାହିଁ

ଅଦ୍ୟତନ ହୋଇଛି
Villagers stage unique protest demanding construction

Villagers stage unique protest demanding construction

Advertisment

ପକ୍କା ରାସ୍ତାଟେ ପାଇଁ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କଲେ ଗାଁ ଲୋକେ। କେହି ଶୁଣିଲେ ନାହିଁ। ତେଣୁ ପ୍ରତିବାଦରେ କାଦୁଅ ପଚ ପଚ ରାସ୍ତାରେ ଧାନ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ଏହି ଦୃଶ୍ୟ ହେଉଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ହଳଦୀଗାଁର ।

Advertisment

ବିଡ଼ମ୍ବନାର କଥା ହେଉଛି ଏହି ଗାଁ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କର । ଏହି ରାସ୍ତା ଉପରେ ନିର୍ଭର କରନ୍ତି ପାଟଖଲିଆ, ଦଲବେଡ଼ା ଓ ଚନ୍ଦାହାଣ୍ଡି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ। ହସପିଟାଲକୁ ଯାଆନ୍ତି। ରାସ୍ତା ଖରାପ ଥିବାରୁ ଲୋକେ ବହୁ ହଇରାଣ ହେଉଛନ୍ତି । ତେଣୁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ବିଧାୟକ, ସାଂସଦ ସମସ୍ତଙ୍କ ପାଖରେ ସେମାନେ ଅଭିଯୋଗ କରିଥିଲେ।

ରାସ୍ତା ପାଇଁ ଜୁନ ୧ ରେ ନବରଙ୍ଗପୁର ସାଂସଦ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କିନ୍ତୁ ୩ ମାସ ବିତି ଯାଇଥିଲେ ମଧ୍ୟ ଏଯାଏ ରାସ୍ତା ତିଆରି ହୋଇପାରିଲା ନାହିଁ। ତେଣୁ ଲୋକେ ରାଗରେ ରାସ୍ତାରେ ଧାନ ରୋଇଛନ୍ତି । ଆଗାମୀ ଦିନରେ ରାସ୍ତା ସମସ୍ୟାର ସମାଧାନ ନହେଲେ ଗାଁ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ।

Advertisment

ଚନ୍ଦାହାଣ୍ଡି ବିଡିଓ କହିଛନ୍ତି, ଆର୍‌ଡି ଏହି ରାସ୍ତା ନିର୍ମାଣ ଦାୟିତ୍ୱ ନେଇଛି । ଏଥିପାଇଁ ପାଣ୍ଠି ମଧ୍ୟ ମିଳିସାରିଛି । ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ ବୋଲି ସଂପୃକ୍ତ ବିଭାଗ ପକ୍ଷରୁ କୁହାଯାଇଛି ।

Unique Protest Road Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ