Advertisment

ଶୁଣିଲାନି ପ୍ରଶାସନ, ଶେଷରେ ନିଜ ଝାଳ ବୁହା ଟଙ୍କାରେ ପିଲାଙ୍କ ପାଇଁ ସ୍କୁଲ୍‌ ମରାମତି କଲେ ଗାଁ ଲୋକେ

ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ଶେଷରେ ଗାଁ ଲୋକେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚାନ୍ଦା ଆଦାୟ କରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି।

Villagers Repairs School With Own Cost After Govt. Apathy

Villagers Repairs School With Own Cost After Govt. Apathy

Advertisment

କେଉଁଠି ପିଲାରରୁ ଆଜବେଷ୍ଟସ ଛାତ ଛାଡ଼ିଗଲାଣି, ତ ପୁଣି କେଉଁଠି କାନ୍ଥ ଫାଟି ଆଁ କଲାଣି। ସ୍କୁଲ୍‌ରେ ଛାତ୍ରଛାତ୍ରୀ ବସି ପାଠପଢିିବା ପାଇଁ ଶ୍ରେଣୀ ଗୃହ କହିଲେ ମାତ୍ର ୨ଟି କୋଠରୀ, ତାହା  ପୁଣି ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା।ବାରମ୍ବାର ଗୁହାରି କରିବା ସତ୍ତ୍ୱେ ମଧ୍ୟ ପ୍ରଶାସନ ଶୁଣିଲା ନାହିଁ। ଶେଷରେ ଗାଁ ଲୋକେ ନିଜ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ଚାନ୍ଦା ଆଦାୟ କରି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗାଁ ବିଦ୍ୟାଳୟକୁ ମରାମତି କରିଛନ୍ତି। କୋରାପୁଟ ଜିଲ୍ଲା  ଲମତାପୁଟ ବ୍ଲକ୍‌ ଅନ୍ତର୍ଗତ ତୁସୁବା ପଞ୍ଚାୟତ ଗୋଡିପୁଟ ଗ୍ରାମବାସୀ ଏଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି।

Advertisment

ସ୍କୁଲ୍‌ ମରାମତି କାମ ଜୋରସୋରରେ ଚାଲିଛି। ସରକାରୀ ମରାମତି  କାମ କିନ୍ତୁ ସମ୍ପୂର୍ଣ୍ଣ ଭାବେ ବେସରକାରୀ ଅର୍ଥରେ ହେଉଛି। ଏହାର କାରଣ ଦୀର୍ଘ ଦିନ ଧରି ପ୍ରଶାସନକୁ ଗୁହାରି କଲାପରେ କେହି ବି କର୍ଣ୍ଣପାତ କରିନଥିଲେ। ହେଲେ ଛୋଟ ଛୋଟ ପିଲାଙ୍କ ଜୀବନ ପ୍ରତି ବିପଦ ରହିଥିଲା ତେଣୁ ଗାଁ ଲୋକେ ଓ ଅଭିଭାବକ ଅଣ୍ଟା ଭିଡିଥିଲେ। ନିଜ ଖର୍ଚ୍ଚରେ ସ୍କୁଲ୍‌ ମରାମତି କାମ ଆରମ୍ଭ କରିଥିଲେ। ତୁସୁବା ପଂଚାୟତର ଗୋଡିପୁଟ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। 

ସ୍କୁଲ୍‌ର କେଉଁଠି ପିଲାରରୁ ଆଜବେଷ୍ଟସ ଛାତ ଛାଡ଼ିଗଲାଣି, ତ ପୁଣି କେଉଁଠି କାନ୍ଥ ଫାଟି ଆଁ କଲାଣି। ଛାତ୍ରଛାତ୍ରୀ ବସି ପାଠପଢିିବା ପାଇଁ ଶ୍ରେଣୀ ଗୃହ କହିଲେ ମାତ୍ର ୨ଟି କୋଠରୀ। ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୩ରୁ ଊର୍ଦ୍ଧ ଛାତ୍ରଛାତ୍ରୀ ପାଠପଢ଼ନ୍ତି। ତେଣୁ ଅଭିଭାବକ ଏବଂ ଗ୍ରାମବାସୀମାନେ ଚାନ୍ଦା କରି ସ୍କୁଲ୍‌ ଗୃହ ମରାମତି  କରିବାକୁ  ପାଣ୍ଠି ଯୋଗାଡ଼ କରିଥିଲେ। ଶେଷରେ ଅର୍ଥ ଦାନ ଓ ଶ୍ରମ ଦାନ କରି ସ୍କୁଲ୍‌ ମରାମତି କରିଥିବା ଜଣାପଡ଼ିଛି। ଏନେଇ ଲମତାପୁଟ ବ୍ଲକ୍‌ ଅଧ୍ୟକ୍ଷ କହିଛନ୍ତି, ବିଡିଓଙ୍କ ସହ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯିବ। 

Advertisment

(ଲମତାପୁଟରୁ ଜଗତ ଜୀବନ କଚ୍ଚିମଙ୍କ ରିପୋର୍ଟ)

School Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ