Advertisment

ଉତୁରିଗଲା ଚୋରା ପୀରତି ନିଶା: ପ୍ରେମୀ ଯୁଗଳଙ୍କୁ ବାହାର ପଟୁ ତାଲା ପକାଇ ବାଜା ବଜାଇଲେ ଗାଁ ଲୋକେ...

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ୧୦ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ବନ୍ଦ ରହିଲେ ପ୍ରେମୀ ଯୁଗଳ। ଆଉ ବାହାର ପଟୁ ପଡ଼ିଥିଲା ତାଲା।

ଅଦ୍ୟତନ ହୋଇଛି
Villagers Locked Up Lover In Bolangir

Villagers Locked Up Lover In Bolangir

Advertisment

ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି। ପ୍ରେମ କରି ହଟହଟା ହୋଇଛନ୍ତି ପ୍ରେମୀ ଯୁଗଳ। ପରିସ୍ଥିତି ଏମିତି ହେଲା ଯେ, ୧୦ ଘଣ୍ଟାରୁ ଅଧିକ ସମୟ ଧରି ଘର ଭିତରେ ବନ୍ଦ ରହିଲେ ପ୍ରେମୀ ଯୁଗଳ। ଆଉ ବାହାର ପଟୁ ପଡ଼ିଥିଲା ତାଲା। ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ବେନ୍ଦେର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। 

Advertisment

ସୂଚନା ଅନୁସାରେ, ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଜଣେ ମହିଳା ନିଜର ପ୍ରେମିକକୁ ଘରକୁ ଡାକିଥିଲେ। ଆଉ ଏହି କଥା ପଡ଼ୋଶୀ ଜାଣିପାରି ଘରର ବାହାର ପଟୁ ତାଲା ପକାଇ ଦେଇଥିଲେ। ଧୀରେ ଧୀରେ କଥା ଚାରିଆଡ଼େ ପ୍ରଘଟ ହେବାପରେ ଆଜି ସକାଳୁ ସକାଳୁ ଗାଁ ଲୋକଙ୍କ ଭିଡ଼ ଜମିଥିଲା।

ଗ୍ରାମବାସୀ ଉଭୟଙ୍କୁ ବାହା କରାଇବା ଜିଦ୍‌ରେ ଥିବାବେଳେ ଘର ବାହାରେ ବାଜା ବଜାଇଥିଲେ। ଖବରପାଇ ଲୋଇସିଂହା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ମହିଳା ଓ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ