Advertisment

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ବିଶାଳ ପ୍ରଜାମେଳି ! ମାଓ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କଲେ ଶହ ଶହ ଆଦିବାସୀ

ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।

ଅଦ୍ୟତନ ହୋଇଛି
Villagers Hold 'Prajameli' In Malkangiri Opposing police

Villagers Hold 'Prajameli' In Malkangiri Opposing police

Advertisment

ମାଲକାନଗିରି(ଜିତେନ୍ଦ୍ର ): ଜଙ୍ଗଲରେ ମାଓବାଦୀଙ୍କ ପ୍ରଜାମେଳି । ପୋଲିସର କଡ଼ା ଅପରେସନ ଭିତରେ ମାଓବାଦୀଙ୍କ ପତାକା ଓ ବ୍ୟାନର ଧରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ସୀମାରେ ପ୍ରଜାମେଳି । ସ୍ୱାଭିମାନ ଅଞ୍ଚଳକୁ ଲାଗିଥିବା ଆନ୍ଧ୍ର ପ୍ରଦେଶର ଏକ ଜଙ୍ଗଲରେ ଶହ ଶହ ଆଦିବାସୀ ପ୍ରଜାମେଳି କରିଛନ୍ତି । ଯଦିଓ ମାଓବାଦୀମାନେ ସାମନାକୁ ଆସିନାହାନ୍ତି, ତେବେ ତାଙ୍କ ଇସାରରେ ଏହି ପ୍ରଜାମେଳି କରାଯାଇଛି ।

Advertisment

ଅନେକ ସଂଖ୍ୟାରେ ଆଦିବାସୀ ମହିଳା ଓ ପୁରୁଷମାନେ ପତାକା ଓ ବ୍ୟାନର ଧରି ଶୋଭାଯାତ୍ରା କରିଛନ୍ତି । ଏହାସହ ପୋଲିସର ବାରମ୍ବାର ଅପରେସନକୁ ତୀବ୍ର ବିରୋଧ କରିଛନ୍ତି । ସୁରକ୍ଷାକର୍ମୀଙ୍କ ଅପରେସନ ଯୋଗୁଁ ଆଦିବାସୀମାନେ ଜଙ୍ଗଲକୁ ଯିବା ଲାଗି ଭୟ କରୁଛନ୍ତି । ନିରୀହ ଆଦିବାସୀ ମାନଙ୍କୁ ବିନା କାରଣରେ ନିର୍ଯାତନା ଦେଉଛନ୍ତି ବୋଲି ସେମାନେ କହିଛନ୍ତି । ଏପରିକି ଯୁବକ ଯୁବତୀ ମାନଙ୍କୁ ଏହା ବିରୋଧରେ ଲଢେଇ ପ୍ରଜାମେଳିରେ ଆହ୍ୱାନ ଦିଆଯାଇଛି ।

ପ୍ରଜାମେଳିରେ ମାଓବାଦୀଙ୍କ ଜନନାଟ୍ୟ ମଣ୍ଡଳୀ ମାନେ ନାଚଗୀତ କରିଥିଲେ।  ନଭେମ୍ବର ୨୧ ତାରିଖରେ ମାଓବାଦୀ ମାନେ ସେମାନଙ୍କର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବା ବେଳେ ଏହା ପ୍ରସ୍ତୁତି ବୈଠକ ବୋଲି କୁହାଯାଉଛି।

Advertisment

ସେପଟେ ମାଲକାନଗିରି ଜିଲ୍ଲା କେରିମାଟି ଠାରେ ଚାଲିଥିବା ମାଓ ଅପରେସନ ଶେଷ ହୋଇଛି । ସର୍ଚ୍ଚ ଅପରେସନରେ ପୋଲିସକୁ ଗୁଳିଗୋଳା ସହ ମାଓ ସାମଗ୍ରୀ ମିଳିଛି । ମାଓ ଶିବିର ଥିବାର ସୂଚନା ପାଇ କେରିମାଟି ପାହାଡରେ ଏସଓଜି ଏବଂ ଡିଭିଏଫ ଯବାନ ମିଳିତ ଚଢ଼ାଉ କରିଥିଲେ । ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ । ପୋଲସ୍ ମଧ୍ୟ ପାଲଟା ଜବାବ ଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ହୋଇଥିଲା । ଏହି ଗୁଳିବିନିମୟରେ ପ୍ଲାଟୁନ କମାଣ୍ଡର ଖସି ଯାଇଥିବା ଜଣାପଡିଛି ।

Advertisment
Malkangiri 'Prajameli'
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ