Advertisment

ଅଧ ରାତିରେ SP ଅଫିସ୍‌ ଘେରାଉ କଲେ ଗାଁ ଲୋକେ

ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍‌ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ‌ଆସୁଛନ୍ତି।

ଅଦ୍ୟତନ ହୋଇଛି
Villagers gherao SP office demanding action against illegal liquor seller

Villagers gherao SP office demanding action against illegal liquor seller

Advertisment

ବେଆଇନ୍‌ ମଦ କାରବାରକୁ ବିରୋଧ କରି  ରାତି ଅଧରେ SP ଅଫିସ ଘେରାଉ କଲେ ଗାଁ ଲୋକେ। ବଲାଙ୍ଗିର ଜିଲ୍ଲାରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ, ଛତାପିପଲ ଗାଁରେ ଜଣେ ବ୍ୟକ୍ତି ପଞ୍ଚାୟତ ଅଫିସ ନିକଟରେ ବେଆଇନ୍‌ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏହାସହ ସେ ବିଭିନ୍ନ ଅପରାଧର ମାଷ୍ଟରମାଇଣ୍ଡ୍‌ ବୋଲି ଲୋକେ ବାରମ୍ବାର ଅଭିଯୋଗ କରି ‌ଆସୁଛନ୍ତି।

Advertisment

ଏନେଇ ଗାଁ ଲୋକେ ଅବକାରୀ ବିଭାଗ ଓ ପୋଲିସକୁ ଜଣାଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଓଲଟା ବ୍ୟକ୍ତି ଜଣକ ଗାଁ ଲୋକଙ୍କୁ ଧମକ ଚମକ ଦେଉଥିବା ଅଭିଯୋଗ ହୋଇଛି। ତେଣୁ ଗତକାଲି ରାତିରେ ଗାଁର ଶତାଧିକ ଲୋକେ ପ୍ରଥମେ ପୁଇଁନ୍ତଲା ଥାନା ଘେରାଉ କରିଥିଲେ। ହେଲେ ପୁଇଁନ୍ତଲା ପୋଲିସ ଅଭିଯୋଗ ଗ୍ରହଣ ନ କରିବାରୁ ରାତାରାତି ବଲାଙ୍ଗିର ଏସ୍‌ପି ଅଫିସ ଘେରାଉ କରାଯାଇଥିଲା। 

ବଲାଙ୍ଗିର SDPO ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ମଦବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ଓହରି ଥିଲେ। 

Advertisment

(ରିପୋର୍ଟ-ମନରଞ୍ଜନ ଯୋଶୀ, ବଲାଙ୍ଗିର)

Illegal Liquor Seller Bolangir SP Office Gherao
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ