Advertisment

ପାହାଡ଼ ଚିରି ପର୍ଯ୍ୟଟକଙ୍କ ପାଇଁ ରାସ୍ତା ତିଆରିରେ କଲେ ଗାଁ ଲୋକେ

ଗାଁ ପାଖରେ ଥିବା ପାହାଡ଼ି ଝରଣା ଦେଖି ଆସିଥିଲେ ପର୍ଯ୍ୟଟକ। ରାସ୍ତା ନଥିବାରୁ ହଇରାଣ ହରକତ ହୋଇ କାନ୍ଦିଲେ। ଯାହାକୁ ସହି ପାରିଲେନି ଗାଁଲୋକେ।

 road for tourists

road for tourists

Advertisment

ପର୍ଯ୍ୟଟକଙ୍କ ଆଖିରେ ଲୁହ ଦେଖି ସଂକଳ୍ପ ନେଲେ ଅଞ୍ଚଳବାସୀ । ବନଦେବୀଙ୍କୁ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ଆଉ କଷ୍ଟ ଭୋଗିବେ ନାହିଁ କି ହଇରାଣ କରକତ ହେବେ ନାହିଁ । ସଂକଳ୍ପ ନେଇଛନ୍ତି ଆମ ଇଂଚଳକୁ ଆସୁଥିବା ପର୍ଯ୍ୟଟକଙ୍କୁ ଆଉ କନ୍ଦାଇ ଦେବୁନି। ସେଥି ପାଇଁ ରାସ୍ତା ତିଆରିରେ ଲାଗି ପଡିଛନ୍ତି ସଭିଁଏ...

Advertisment

ନୀଳଗିରିର ବାବନ୍ଧ ଗାଁରେ ସମସ୍ତଙ୍କ ଘରେ ଚାବି ପଡିଛି । ଖାଁ ଖାଁ ପୂରା ଗାଁ । କାରଣ ପାହାଡ଼ ଚିରି ରାସ୍ତା ତିଆରିରେ ଲାଗିଛନ୍ତି ଗାଁର ସବୁଲୋକ । କିଛି ଦିନ ତଳେ ଗାଁକୁ ଏକ ବଙ୍ଗୀୟ ପର୍ଯ୍ୟଟକ ଟିମ୍ ବୁଲିବାକୁ ଆସିଥିଲେ । ବନଦେବୀ ମା ବ୍ରାହ୍ମଣୀ ଦେବୀଙ୍କୁ ଦର୍ଶନ କରିବା ପରେ ଝରଣା ଦେଖିବାକୁ ପାହାଡ଼ ଉପରକୁ ଯାଇଥିଲେ । ହେଲେ ରାସ୍ତା ନଥିବାରୁ ଅଧ ବାଟରୁ ଫେରି ଆସିଲେ ପର୍ଯ୍ୟଟକ । ଏହା ଗାଁ ଲୋକଙ୍କୁ ଭାରି ବ୍ୟଥିତ କରିଥିଲା । 

ଆଉ ପର୍ଯ୍ୟଟକମାନଙ୍କ ଦୁଃଖ ଜାଣିବା ପରେ ପାହାଡ ଚିରି ରାସ୍ତା ନିର୍ମାଣ କରିଛନ୍ତି ବାବନ୍ଧ ଗାଁର ଲୋକେ । ପ୍ରାୟ ସପ୍ତାହେ ହେବ ଶ୍ରମ ଦାନ କରି ଗାଁର ପୁରୁଷ ଓ ମହିଳା ରାସ୍ତା ତିଆରିରେ ଲାଗିଛନ୍ତି । ଯେପରି ହେଲେ ରାସ୍ତା ତିଆରି କରି ଲୋକଙ୍କ ପାଇଁ ପଥ ସୁଗମ କରିବେ ବୋଲି ପ୍ରଣ କରିଛନ୍ତି । 

Advertisment
Tourists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ