Dismissed Constable Prasanna Behera
ଭୁବନେଶ୍ୱର: ବହିଷ୍କୃତ କନେଷ୍ଟବଲ ପ୍ରସନ୍ନ ବେହେରାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଭିଜିଲାନ୍ସ ହାତରେ ଲାଗିଛି ପ୍ରସନ୍ନଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି। ଡୁମଡୁମାରେ ଥିବା ପ୍ରସନ୍ନଙ୍କ ଫର୍ଣ୍ଣିଚର ଶୋ ରୁମ୍ର ମୂଲ୍ୟ ହେଉଛି କୋଟି କୋଟି ଟଙ୍କା।
୨୦୧୯ରେ ୦.୨୫୦ ଏକର ଜମିକୁ ପ୍ରସନ୍ନ ୧ କୋଟି ୪୭ ଲକ୍ଷ ୬୦ ହଜାର କୋଟିରେ କିଣିଥିଲେ। ହେଲେ ଏହି ଜମି ବଜାର ଦାମରୁ ଢେର ଅଧିକ ବୋଲି ଭିଜିଲାନ୍ସ ଆକଳନ କରିଛି। ଏହାସହ ଶୋ’ ରୁମ୍ ନିର୍ମାଣ ହୋଇଥିବା ୧୮ ଶହ ବର୍ଗ ଫୁଟ୍ ଅଞ୍ଚଳରେ ଛିଡ଼ା ହୋଇଛି ୨ କୋଟିର ବିଲ୍ଡିଂ।
ଶୋ’ ରୁମ୍ରେ ରହିଛି ଲକ୍ଷାଧିକ ଟଙ୍କାର ଆଲିଶାନ୍ ବହୁମୂଲ୍ୟ ସାମଗ୍ରୀ। ଭିଜିଲାନ୍ସର ବୈଷୟିକ ଟିମ୍ ପ୍ରସନ୍ନଙ୍କ ପୁରା ସମ୍ପତ୍ତିର ଆକଳନ କରୁଛି। କେଉଁଠୁ ଏହି ଟଙ୍କା ଆସିଲା ? କେତେ ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ? ସେ ସବୁ ବିଷୟରେ ଯାଞ୍ଚ କରାଯାଉଛି। ଏହି ତଦନ୍ତରେ ଭିଜିଲାନ୍ସ ଅର୍ଥ ଓ ଜଙ୍ଗଲ ବିଭାଗର ସହାୟତା ନେବ।
Also Read
ପ୍ରସନ୍ନଙ୍କ ଘର, ହୋଟେଲ ଓ କିଛି ବ୍ୟବସାୟ ଅନୁଷ୍ଠାନରେ ଭିଜିଲାନ୍ସ ଟିମ୍ ରେଡ୍ କରିଛି। ଏକକାଳୀନ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିବା ଜଣାପଡ଼ିଛି। ଚଢ଼ାଉରେ ୫ଟି ଟିମ୍ରେ ୨ ଜଣ DSP, ୫ ଇନ୍ସିପେକ୍ଟର ସାମିଲ୍ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1635405773.jpg)

