Vigilance sleuths raid seven different places including residence of Dusmanta Dehuri
ନିମାପଡ଼ା ସବଡିଭିଜନର ଗ୍ରାମ୍ୟ ଉନ୍ନୟନ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ଦୁଷ୍ମନ୍ତ ଦେହୁରୀଙ୍କ ଢ଼େଙ୍କାନାଳ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚାଲିଛି ରେଡ୍ । ଦୁଷ୍ମନ୍ତଙ୍କ ଢ଼େଙ୍କାନାଳ ଜିଲ୍ଲା ମୋଟଙ୍ଗାରେ ଥିବା ପୈତୃକ ଘର ଓ ଢେଙ୍କାନାଳ ଟାଉନରେ ଥିବା ଦୁଇଟି ଘରେ ଚଢଉ ହେଉଛି ।
ସେହିପରି ଦକ୍ଷିଣକାଳୀ ସ୍ଥିତ ଦୁଷ୍ମନ୍ତଙ୍କ ଶ୍ୱଶୁର ଘର ଓ ମଙ୍ଗଳପୁର ସ୍ଥିତ ଫାର୍ମ ହାଉସରେ ଚଢଉ ଚାଲିଛି । କେବଳ ଏତିକି ନୁହେଁ ଏହା ସହିତ ନିମାପଡ଼ା ସ୍ଥିତ ଅଫିସ ଓ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତିନିମହଲା ଘର, ଶୈଳଶ୍ରୀ ବିହାର ସ୍ଥିତ ଘରେ ମଧ୍ୟ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢଉ ଚାଲିଛି । ନିମାପଡ଼ା ସବ ଡିଭିଜନ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ଦୁଷ୍ମନ୍ତ କାର୍ଯ୍ୟରତ ଥିବା ଜଣାପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657599045.jpeg)