Advertisment

ସକାଳୁ ସକାଳୁ ଜଳେଶ୍ୱର ବିଡିଓଙ୍କ ଘରେ ପଶିଲା ଭିଜିଲାନ୍ସ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି।  କଟକ ଡିଭିଜନର ଭିଜିଲାନ୍ସର ୬ ଜଣିଆ ଟିମ୍‌ ଅଶ୍ୱିନୀ କୁମାର ଦାସଙ୍କ ସରକାରୀ ବାସଭବନରେ ରେଡ୍‌ କରିଛି। ଭିଜିଲାନ୍ସ ଡିଏସ୍‌ପି ସୋମନାଥ ବାରିକଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଆଜି ଭୋର ସମୟରେ ଜଳେଶ୍ୱରରେ ଚଢ଼ାଉ କରିଥିବା ସୂଚନା ମିଳିଛି।

Advertisment

ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ଅଶ୍ୱିନୀ କୁମାର ଦାସଙ୍କ କଟକ ଝିଙ୍କିରିଆରେ ଥିବା ପୈତୃକ ଘର ସମେତ କଟକରେ ଥିବା ଶ୍ୱଶୁର ଘର ଓ ଅନ୍ୟ ୨ଟି ସ୍ଥାନରେ ଚଢ଼ଉ ହୋଇଛି। ଅଶ୍ୱିନୀ କୁମାର ଦାସ ପୂର୍ବରୁ କେନ୍ଦ୍ରାପଡା ମହାକାଳପଡାରେ ବିଡ଼ିଓ ଥିଲେ। 

Vigilance Raid DA Charges Jaleswar BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ