Advertisment

OSAP ସିପାହୀ ଓ ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ରେଡ୍‌, ସିପାହୀଙ୍କ ଘରୁ ମିଳିଲା ୨ଲକ୍ଷରୁ ଅଧିକ ଟଙ୍କା

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ସିପାହୀଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି।

ଅଦ୍ୟତନ ହୋଇଛି
Vigilance Raid

Vigilance Raid

Advertisment

ପାରଳାଖେମୁଣ୍ଡି/କଟକ: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫରେଷ୍ଟର ଓ OSAP ସିପାହୀଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଚଢ଼ଉ ସମୟରେ OSAP ସିପାହୀଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା, ୧୭ଟି ବ୍ୟାଙ୍କ ପାସ୍‌ବୁକ୍‌ ଜବତ ହୋଇଛି। 

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ନୂଆଗଡ଼ ଫରେଷ୍ଟର ଗଣେଶ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି। ଫରେଷ୍ଟରଙ୍କ ନୂଆଗଡ଼ ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ ବାସଭବନ, ପାରଳାଖେମୁଣ୍ଡି ଗାନ୍ଧୀ ନଗର ସ୍ଥିତ ଭଡ଼ାଘର, ଗୋଷାଣୀ ବ୍ଲକ ହରିଶ୍ଚନ୍ଦ୍ରପୁର ସ୍ଥିତ ପୈତୃକ ବାସଭବନ ଏବଂ ଆନ୍ଧ୍ରପ୍ରଦେଶ ପୁରୁଣାପାଟଣା ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ରେଡ୍ କରିଛି।

ସେହିପରି ୬ଷ୍ଠ OSAPର ସିପାହୀ ସହଦେବ ପରିଡ଼ାଙ୍କ କଟକ ସ୍ଥିତ ଘରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଛି। କଟକ ଭିଜିଲାନ୍ସର ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ୍‌ ବଳରେ ଚଢ଼ଉ ହୋଇଛି। ଚଢାଉରେ ୩ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ସହଦେବଙ୍କ ସରକାରୀ ବାସଭବନ ସମେତ ୫ଟି ଜାଗାରେ ଏକକାଳୀନ ରେଡ୍ ଚାଲିଛି। 

Advertisment

ରେଡ୍‌ ସମୟରେ ସହଦେବଙ୍କ ଘରୁ ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା, ୧୭ଟି ବ୍ୟାଙ୍କ ପାସ୍‌ବୁକ୍‌ ଜବତ ହୋଇଛି। 

Disproportionate Assets Case Vigilance Raid OSAP Sepoy Forester
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ