Advertisment

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ; ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ଭିଜିଲାନ୍ସ ଜାଲରେ ପଡିଲେ ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ଇଂଜିନିୟର ଜଣକ ବ୍ରହ୍ମପୁର ରୁରାଲ୍ ଓ୍ୱାର୍କସ୍ ଇଲେକ୍ଟ୍ରିକାଲ ଡିଭିଜନରେ କାମ କରୁଥିବା ଜଗନ୍ନାଥ ସେଠୀ ବୋଲି ଜଣାପଡିଛି ।

ଅଦ୍ୟତନ ହୋଇଛି
Vigilance Raids Executive Engineer House In Ganjam

ଖୋର୍ଦ୍ଧା ଓ ଗଂଜାମ ଜିଲ୍ଲାର ୫ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି । ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି  । 

ସୂଚନା ଅନୁସାରେ, ଭିଜିଲାନ୍ସ ଚଢ଼ାଉ ବେଳେ ଘରର ମୁଖ୍ୟ ଦ୍ୱାର ନଖୋଲିବାରୁ କବାଟ ଭାଂଗି ଘର ଭିଜିଲାନ୍ସ ଟିମ୍ ଭିତରକୁ ପଶିଥିଲା । ବ୍ରହ୍ମପୁର ବିଦ୍ୟୁତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱର ଘର ମୁଖ୍ୟ ଦ୍ୱାର ଭାଂଗି ଭିଜିଲାନ୍ସ ପକ୍ଷରୁ ରେଡ୍ କରିଛିରାଯାଇଛି । ଭିଜିଲାନ୍ସକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ତାଙ୍କ ପୁଅଙ୍କ ଅସହଯୋଗ କରିବାରୁ ଭିଜିଲାନ୍ସ ଟିମ୍ ଜୋର ଜବରଦସ୍ତ ଭିତରକୁ ପଶିଥିଲା । ସର୍ଚ୍ଚ ଓ୍ୱାରେଣ୍ଟ ଦେଖାଇବା ସତ୍ତ୍ୱେ ଉଭୟ ଭିଜିଲାନ୍ସ ଟିମ୍‌କୁ ଘର ଭିତରକୁ ଛାଡ଼ିନଥିଲେ ।  ଦୁଇ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଭିଜିଲାନ୍ସ ରେଡ୍ ବେଳେ ଲକ୍ଷାଧିକ ଟଙ୍କାର କ୍ୟାସ ଜବତ ହୋଇଛି। କେବଳ ଏତିକି ନୁହେଁ ବେଡ୍‌ର ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ ସେଠୀ ।ତାଙ୍କର ବ୍ରହ୍ମପୁର ଘରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଜବତ ହୋଇଛି । ବ୍ରହ୍ମପୁର, ଛତ୍ରପୁର ଏବଂ ଭୁବନେଶ୍ୱର ସମେତ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଛି । 

Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ