Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ୬ଟି ସ୍ଥାନରେ ରେଡ୍‌

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

Vigilance Raid

Vigilance Raid

Advertisment

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ଆଜି ସକାଳେ ଚଢ଼ାଉ କରିଛି। ମନୋଜଙ୍କ ସୁନାବେଡ଼ା ସ୍ଥିତ ଘର ଓ ସରକାରୀ ଅଫିସ୍‌, ଗଜପତି ଜିଲ୍ଲା ବି .ସୀତାପୁରରେ ଥିବା ପୈତୃକ ଘର, ବ୍ରହ୍ମପୁରରେ ଥିବା ସମ୍ପର୍କୀୟଙ୍କ ଘର, ବ୍ରହ୍ମପୁର ଶକ୍ତିନଗରର ୪ର୍ଥ ଲେନ୍‌ରେ ଥିବା ୨ ମହଲା ବିଶିଷ୍ଟ ଘର, ଭୁବନେଶ୍ୱରର ପୋଖରୀପୁଟରେ ଥିବା ଆପାର୍ଟମେଣ୍ଟ୍ ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି।

Advertisment

ଭିଜିଲାନ୍ସ ବିଭାଗର ୫ଜଣ ଡିଏସପି, ୮ଜଣ ଇନ୍ପପେକ୍ଟର  ଓ ଅନ୍ୟ ଭିଜିଲାନ୍ସ  କର୍ମଚାରୀ ଏହି ଚଢ଼ାଉରେ ସାମିଲ ଅଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜ ପତ୍ର, ବ୍ୟାଙ୍କ ପାସ୍ ବୁକ, ନଗଦ ଟଙ୍କା, ସୁନା ଅଳଙ୍କାର ଓ  ବୀମା ନଥିପତ୍ର  ଜବତ କରାଯାଇଛି। ମନୋଜଙ୍କର ଏକାଧିକ ସ୍ଥାନରେ ଘର ଥିବା ଜଣାପଡ଼ିଛି।

ସୁନାବେଡା ପୌରପରିଷଦର ସହକାରୀ ଯନ୍ତ୍ରୀ ଭାବେ ୬ବର୍ଷ ହେବ ମନୋଜ କାର୍ଯ୍ୟ କରି ଆସୁଛନ୍ତି। ମନୋଜଙ୍କୁ ଭିଜିଲାନ୍ସ ଭୁବନେଶ୍ୱର କାର୍ଯ୍ୟାଳୟକୁ ଆଣିଥିବା ଜଣାପଡ଼ିଛି।

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ