Advertisment

ଭିଜିଲାନ୍ସ ଜାଲରେ ସରକାରୀ ବାବୁ: ରେଡ୍‌ ସମୟରେ ମିଳିଲା ପ୍ଲଟ୍‌, ଲକ୍ଷାଧିକ ଟଙ୍କା

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଚଢାଉ ସମୟରେ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ଭିଜିଲାନ୍ସ ଟିମ୍‌।

vigilance raid

vigilance raid

Advertisment

ଭୁବନେଶ୍ୱର/ବଲାଙ୍ଗିର: ଭିଜିଲାନ୍ସ ଜାଲରେ ସରକାରୀ ବାବୁ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣିଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। 

Advertisment

ନୟାଗଡ ଜିଲ୍ଲା ରଣପୁର ଆର୍‌ଡି ଡିଭିଜନର ଆସିଷ୍ଟାଣ୍ଟ ଇଞ୍ଜିନିୟର ରୁଷିନାଥ ବରାଳଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ଖୋର୍ଦ୍ଧା, ନୟାଗଡ, ଢେଙ୍କାନାଳର ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି। ଏଥିପାଇଁ ଭିଡିଲାନ୍ସ ୪ଟି ଟିମ୍  ଗଠନ କରିଛି। ଏହି ଟିମ୍‌ରେ ୪ ଜଣ ଡିଏସ୍‌ପି, ୮ ଇନ୍ସପେକ୍ଟର ଅଛନ୍ତି। ଚଢାଉ ସମୟରେ ଭିଜିଲାନ୍ସ ଟିମ୍‌ ଗୋଟିଏ ପ୍ଲଟ୍, କାର, ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ଠାବ କରିଛି ।

ସେହିପରି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଅଫିସର ମୁଖ୍ୟ କିରାଣି ରମେଶ କୁମାର ନାଗଙ୍କଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି। ରମେଶ କୁମାରଙ୍କ ଘର ସମେତ ବଲାଙ୍ଗିର, ସୋନପୁର ଏବଂ ସମ୍ବଲପୁରର ୩ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି। ବଲାଙ୍ଗିର ଶାନ୍ତିପଡ଼ାରେ ଥିବା ଆଲିଶାନ ବିଲ୍ଡିଂ, ସୋନପୁରରେ ଥିବା ଅଫିସ, ତାଲପାଲିପଡ଼ାର ପୈତୃକ ଘରେ ଭିଜିଲାନ୍ସ ଟିମ୍ ରେଡ୍ ଜାରି ରଖିଛି। ତାଙ୍କର ବିଭିନ୍ନ ଆକାଉଣ୍ଟ, ଜମିବାଡି, କୋଠାବାଡିକୁ ନେଇ ଭିଜିଲାନ୍ସ ଟିମ୍‌ ସମ୍ପତ୍ତିର ଆକଳନ ଜାରି ରଖିଛି। 

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ