Advertisment

ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ ସରକାରୀ ବାବୁ

ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ ଶହ ଟଙ୍କା ଜବତ କରିଛି ।

Vigilance Raid

Vigilance Raid

Advertisment

ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଗିରଫ ହୋଇଥିବା ଭଂଜନଗର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପର୍କୀୟଙ୍କ ଠାରୁ ପୁଣି ପୁଳାପୁଳା ଟଙ୍କା ଜବତ ହୋଇଛି । ଆଜି ଭୋରରୁ ଭୁବନେଶ୍ୱର ସାଲିଆ ସାହିରେ ଭିଜିଲାନ୍ସ ଟିମ୍ ଚଢଉ କରି ନଗଦ ୧କୋଟି ୪୧ ଲକ୍ଷ ୬୨ ହଜାର ୪ଶହ ଟଙ୍କା ଜବତ କରିଛି ।

Advertisment

ସୂଚନା ଅନୁସାରେ, କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଭଉଣୀଙ୍କ ଠାରୁ ୧କୋଟି ୪୧ ଲକ୍ଷ ଟଙ୍କା ଜବତ ହୋଇଛି । କେବଳ ଏତିକି ନୁହେଁ ଏହାସହ ୩୫୪ଗ୍ରାମ୍ ସୁନା ଜବତ ହୋଇଛି କାର୍ତ୍ତିକେଶ୍ୱରଙ୍କ ପତ୍ନୀଙ୍କୁ ଜେରାବେଳେ ତାଙ୍କଠାରୁ ଅଚଳାଚଳ ସମ୍ପତ୍ତି ସମ୍ପର୍କରେ ସୁରାକ ମିଳିଥିଲା ।

ଏହାସହ କାର୍ତ୍ତିକେଶ୍ୱରଙ୍କ ପତ୍ନୀଙ୍କ ଭଉଣୀ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କା ଦେଇ ଏକ ଟ୍ରିପଲେକ୍ସ କିଣିଥିବା ଜଣାପଡିଛି । ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ବିଭିନ୍ନ ସ୍ଥାନରେ ଚଢଉ ବେଳେ ଏଯାବତ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ମିଳିଥିବା ସୂଚନା ମିଳିଛି ।

Advertisment
Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ